bjd gruha runa

ସ୍ପେନ୍‌ ନୂଆ ବିଶ୍ବ ବିଜେତା

ଫିଫା ମହିଳା ଫୁଟବଲ ବିଶ୍ବକପ

BJD Bijuli 480×75 Mob

ସିଡ୍‌ନୀ : ସ୍ପେନ୍‌ ଫିଫା ମହିଳା ଫୁଟବଲ ବିଶ୍ବକପର ନୂଆ ବିଜେତା ଆଖ୍ୟା ଅର୍ଜନ କରିଛି। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଆୟୋଜିତ ଫିଫା ମହିଳା ଫୁଟବଲ ବିଶ୍ବକପର ନବମ ସଂସ୍କରଣରେ ସ୍ପେନ୍‌ ଚମ୍ପିଆନ ହୋଇଛି। ରବିବାର ସିଡ୍‌ନୀରେ ଖେଳାଯାଇଥିବା ଫାଇନାଲରେ ସ୍ପେନ୍‌ ୧-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ବ ବିଜେତା ହୋଇଛି। ୨୩ ବର୍ଷ ପରେ ସ୍ପେନ୍‌ ଆଉ ଏକ ଫିଫା ଫୁଟବଲ ବିଶ୍ବକପ ଟ୍ରଫି ଜିତିବାରେ ସଫଳ ହୋଇଛି। ସ୍ପେନ୍‌ ପୁରୁଷ ଫୁଟବଲ ଦଳ ୨୦୧୦ରେ ପ୍ରଥମ ଥର ପାଇଁ ଫିଫା ଫୁଟବଲ ବିଶ୍ବକପ ଜିତିଥିଲା। ଜର୍ମାନୀ ପରେ ସ୍ପେନ୍‌ ବିଶ୍ବର ଦ୍ବିତୀୟ ଦେଶ ଭାବେ ଫିଫା ବିଶ୍ବକପ ପୁରୁଷ ଓ ମହିଳା ଟ୍ରଫି ଜିତିବାରେ ସଫଳ ହୋଇଛି। ଅନ୍ୟପକ୍ଷରେ ୫୭ ବର୍ଷ ପରେ ଦେଶ ପାଇଁ ଫିଫା ବିଶ୍ବକପ ଟ୍ରଫି ଜିତିବାର ସ୍ବପ୍ନ ଦେଖିଥିବା ଇଂଲଣ୍ଡର ଆଶା ଧୂଳିସାତ୍‌ ହୋଇଯାଇଛି।
ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଥିବା ଦୁଇ ଦଳ ଟ୍ରଫି ଜିତି ଇତିହାସ ରଚିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଳାଇଥିଲେ। ଅପରାଜୟ ରହିଥିବା ଇଂଲଣ୍ଡ ଓ ସ୍ପେନ୍‌ ମଧ୍ୟରେ ମ୍ୟାଚ ପ୍ରାରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଇଂଲଣ୍ଡ ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସ୍ପେନକୁ ଭାଗ୍ୟ ସହାୟ ହୋଇଥିଲା। ୨୯ ମିିନିଟ୍‌​‌େ​ର ସ୍ପେନ୍‌ ଗୋଲ ଦେଇ ଇଂଲଣ୍ଡ ଶିବିରରେ ଆତଙ୍କ ଖେଳାଇ ଦେଇଥିଲା। କାରମୋନା ଓଗା ଗେ​‌ାଲ ଦେଇ ସ୍ପେନକୁ ଗୁରୁତ୍ବପୂର୍ଣ୍ଣ ଅଗ୍ରଣୀ ଦେଇଥିଲେ। ଇଂଲଣ୍ଡ ଗୋଲ ବରାବର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସ୍ପେନ୍‌ କୌଣସି ସୁଯୋଗ ଦେଇନଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ସ୍ପେନ୍‌ ୧-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଉଭୟ ଦଳ ମଧ୍ୟରେ ମ୍ୟାଚ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଗୋଲ ବରାବର କରିବାକୁ ଇଂଲଣ୍ଡ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା। ୫୪ ମିନିଟ୍‌ରେ ଇଂଲଣ୍ଡ ଗୋଲ ବରାବର କରିବାକୁ ସୁବର୍ଣ୍ଣ ସୁଯୋଗ ପାଇଥିଲେ ମଧ୍ୟ ହାତଛଡ଼ା କରିଥିଲା। ବଲ ସ୍ପେନ୍‌ ରକ୍ଷଣାଭାଗକୁ ଭେଦ କରିଥିଲେ ମଧ୍ୟ ଲୁରେନ ହେମ୍ପ ବଲକୁ ବାହାରକୁ ମାରି ଦେଇଥିଲେ। ୬୬ ମିନିଟ୍‌ରେ ସ୍ପେନ୍‌ ପେନାଲ୍ଟି ପାଇଥିଲେ ମଧ୍ୟ ଗୋଲ ଦେବାର ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିଥିଲା। ପେନାଲ୍ଟି ହାତଛଡ଼ା କରିବା ପରେ ଇଂଲଣ୍ଡ ନିକଟ​‌େ​‌ର ଗୋଲ ବରାବର କରିବା ନେଇ ସୁଯୋଗ ରହିଥିଲା। କିନ୍ତୁ ସ୍ପେନ୍‌ କୌଣସି ସୁଯୋଗ ଦେଇନଥିଲା। ୮୭ ମିିନିଟ୍‌ରେ ଇଂଲଣ୍ଡ ପକ୍ଷରୁ ଇଲା ଟୋନି ଗୋଲଗୋଷ୍ଟକୁ ଜୋରଦାର ସଟ୍‌ ମାରିଥି​‌େ​‌ଲ ମଧ୍ୟ ସ୍ପେନ୍‌ ଗୋଲରକ୍ଷକ ଚମତ୍କାର ଭାବ​‌େ​‌ର ରୋକିଥିଲେ। ୧୩ ମିନିଟ୍‌ ଇଞ୍ଜୁରୀ ସମୟ ମିଳିଥିଲେ ମଧ୍ୟରେ ଶେଷ ମିନିଟ୍‌ ପର୍ଯ୍ୟନ୍ତ ଇଂଲଣ୍ଡ ଗୋଲ ବରାବର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ଫଳରେ ସ୍ପେନ୍‌ ୧-୦ ଗୋଲରେ ମ୍ୟାଚକୁ ଜିତିବାରେ ସଫଳ ହୋଇଥିଲା। ଜାପାନର ହିନାଟା ମିଆଜାୱା ସର୍ବାଧିକ ୫ଟି ଗୋଲ ଦେଇଥିବାବେଳେ ସ୍ପେନର ଆଇଟାନା ବୋନ୍‌ମାତି କୋନ୍‌କା ଶ୍ରେଷ୍ଠ ଖେଳାଳି,ସାଲ୍‌ମା ପାରାଲୁଇଲୋ ଶ୍ରେଷ୍ଠ ଯୁବ ଖେଳାଳି,ଇଂଲଣ୍ଡର ମ୍ୟାରୀ ଇରାପ୍‌ସ ଗୋଲଡେନ ଗ୍ଲୋଭ୍‌ସ ଓ ଜାପାନକୁ ଫେୟାର ପ୍ଲେ ପୁରସ୍କାର ମିଳିଛି। ଆମେରିକା ସର୍ବାଧିକ ୪ଥର ୧୯୯୧, ୧୯୯୯, ୨୦୧୫ ଓ ୨୦୧୯ରେ ଚମ୍ପିଆନ ହୋଇଥିବା ବେଳେ ଜର୍ମାନୀ ୨୦୦୩ ଓ ୨୦୦୭ରେ ଦୁଇଥର,୧୯୯୫ରେ ନରୱେ ଓ ୨୦୧୧ରେ ଜାପାନ ଥରେ ଲେଖାଏଁ ବିଶ୍ବକପ ଜିତିଛନ୍ତି।

Comments are closed.