www.samajalive.in
Monday, December 8, 2025
27.1 C
Bhubaneswar

ଆୟର୍ଲାଣ୍ଡରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପ୍ରଦର୍ଶିତ

କଟକ  : ଓଡିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଅଗଷ୍ଟ ୧୩ରେ ଡବଲିନ୍‌ ସାଇଣ୍ଟୋଲୋଜି କମ୍ୟୁନିଟିସେଣ୍ଟରରେ ଇତିହାସରେ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୋଇଛି। ପ୍ରତୀକ୍ଷା ଚଳଚ୍ଚିତ୍ରଟି ଅନୁପମ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଏବଂ ନିର୍ଦେଶିତ ଏବଂ ରୋଶନ ବିଶୋଇଙ୍କ ଦ୍ୱାରା ଲିଖିତ ଯାହାକି ଏକ କ୍ଷୁଦ୍ରଗଳ୍ପ ‘ବାପା’ ଦ୍ୱାରା ଅନୁପ୍ରାଣିତ। ଚଳଚିତ୍ରଟି ଏକ ମଧ୍ୟବିତ୍ତ ପରିବାରରର ଏକ ଯୁବକର ଦୁଃଖ ସଂଘର୍ଷର କାହାଣୀ, ପ୍ରତ୍ୟେକ ଓଡ଼ିଆଙ୍କ କାହାଣୀ। ଏହି କାର୍ଯ୍ୟକ୍ରମରେ ୬୦ରୁ ଅଧିକ ଲୋକ ଯୋଗଦେଇଥିଲେ। ଓଡ଼ିଆ ବ୍ୟତୀତ ଅଳ୍ପ ସଂଖ୍ୟକ ବଙ୍ଗୀୟ ଲୋକ ଏବଂ ଇଟାଲୀୟମାନେ (ବିଦେଶରେ ପ୍ରଥମ ଥର ପାଇଁ) ଏହି ଫିଲ୍ମ ଦେଖିଛନ୍ତି। ସେମାନେ ଓଡିଶା ଏବଂ ଏହାର ସଂସ୍କୃତିକୁ ପ୍ରଶଂସା କରିଥିଲେ ଏବଂ ଏହି ଚଳଚ୍ଚିତ୍ରକୁ ସେମାନେ ଉପଭୋଗ କରିଥିଲେ ବୋଲି କହିଥିଲେ। ଆୟର୍ଲାଣ୍ଡର ଓଡିଆମାନେ ସିନେମାରେ ବର୍ଷା, ଦିପାୟନ, ଜୟପ୍ରକାଶ ବାବୁ ଏବଂ ପ୍ରଖ୍ୟାତ ଓଡିଆ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୟ ଦେଖି ବହୁତ ଖୁସି ହେଇଛନ୍ତି। ଏତଦ୍‌ବ୍ୟତୀତ, ଦର୍ଶକମାନେ ଓଡ଼ିଆ ଖାଦ୍ୟ ଝାଲମୁଢ଼ି ଏବଂ ସିଙ୍ଗଡ଼ାର ମଜା ମଧ୍ୟ ନେଇଥିଲେ। ଆୟର୍ଲାଣ୍ଡର ଓଡିଆମାନେ ଭବିଷ୍ୟତରେ ଓଡ଼ିଆ ସିନେମା ଏବଂ କଳାସାହିତ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories