www.samajalive.in
Monday, December 8, 2025
27.1 C
Bhubaneswar

ଗ୍ରାମାଞ୍ଚଳରେ କୋଭିଡ ପରିଚାଳନା : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂତନ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ : ଦେଶର ଗ୍ରାମାଞ୍ଚଳରେ କୋଭିଡ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି। ସମସ୍ତ ଉପନଗର, ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ କ୍ରମଶଃ ସଂକ୍ରମଣ ପ୍ରବେଶ କରୁଥିବା ଦୃଷ୍ଟିରୁ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ ସ୍ତରରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ସୁଦୃଢ଼ କରାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିମଳ ଓ ପୋଷକ ତତ୍ତ୍ୱ କମିଟି ସହାୟତାରେ ଆଶା, ଅଙ୍ଗନବାଡ଼ି କର୍ମଚାରୀ ପ୍ରତ୍ୟେକ ଗାଁରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ବିଭିନ୍ନ ଅସୁସ୍ଥତା ଓ ସଂକ୍ରମଣର ଚିହ୍ନଟ ପାଇଁ ସକ୍ରିୟ ଅନୁଧ୍ୟାନ କରିବା ଉଚିତ।

ଟେଲି ପରାମର୍ଶ ଦ୍ୱାରା ଗୁରୁତର ଅସୁସ୍ଥଙ୍କ ଚିକିତ୍ସା ପାଇଁ ପରାମର୍ଶ ନେବାକୁ ଏହି ଗାଇଡ୍‍ ଲାଇନରେ ନିର୍ଦ୍ଦେଶ ରହିଛି। ଏଥିସହ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ର‍୍ୟାପିଡ୍‍ ଆଣ୍ଟିଜେନ୍‍ ଟେଷ୍ଟିଂ କରିବା ଲାଗି ତାଲିମ ଦିଆଯିବ। ଗ୍ରାମାଞ୍ଚଳର ଲୋକଙ୍କର କୋଭିଡ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଏକାନ୍ତବାସରେ ରହିବାକୁ ପରାମର୍ଶ ଦିଆଯାଇଛି। ଗ୍ରାମାଞ୍ଚଳର ଲୋକଙ୍କ ସ୍ୱାସ୍ଥ୍ୟସେବା ଯାଞ୍ଚ ପାଇଁ ଥର୍ମୋମିଟର ଓ ପଲ୍ସ ଅକ୍ସିମିଟର ଆଦି ଯୋଗାଇଦେବା ସହ ପ୍ରତ୍ୟକ୍ଷ ସ୍ୱାସ୍ଥ୍ୟସେବା କର୍ମୀ, ସ୍ୱେଚ୍ଛାସେବୀ ଓ ଶିକ୍ଷକମାନଙ୍କୁ ନିୟୋଜିତ କରାଯିବା ଉଚିତ ବୋଲି ଗାଇଡ୍‍ ଲାଇନରେ କୁହାଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories