www.samajalive.in
Tuesday, December 9, 2025
15.1 C
Bhubaneswar

ନୀତା ଅମ୍ବାନୀଙ୍କ ଶାଢିରେ ରହିଛି ପୁଅ-ବୋହୂଙ୍କ ନାଁ

ନୂଆଦିଲ୍ଲୀ : ଅମ୍ବାନୀ ପରିବାର ସବୁବେଳେ ଚର୍ଚ୍ଚାରେ । ନିକଟରେ ଅନନ୍ତଙ୍କ ଅମ୍ବାନୀଙ୍କ ପ୍ରାକ୍-ବିବାହ ଉତ୍ସବକୁ ନେଇ ପୁଣି ଚର୍ଚ୍ଚାରେ ଅମ୍ବାନୀ ପରିବାର । ଜାକଜମକରେ ଅନନ୍ତଙ୍କ ପ୍ରାକ୍-ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ଏଥିରେ ଦେଶ ବିଦେଶର ଅନେକ ବଡ ବଡ ହସ୍ତୀ ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ନୀତା ଅମ୍ବାନୀଙ୍କ ଶାଢିକୁ ନେଇ ଚର୍ଚ୍ଚା ଜୋର ଧରିଛି । ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଘୁରି ବୁଲୁଛି ଯେଉଁଥିରେ ନଜର ଆସୁଛି କି ନୀତାଙ୍କ ଶାଢିରେ ପୁଅ ବୋହୂଙ୍କ ନାଁ ଲେଖାଯାଇଛି ।

 

View this post on Instagram

 

A post shared by F I L M Y G Y A N (@filmygyan)

- Advertisement -

ନୀତା ଅମ୍ବାନୀ ଏକ ନାଲି ବନାରସୀ ଶାଢି ପିନ୍ଧିଛନ୍ତି । ଏହି ଖାସ୍ ଶାଢିରେ ଅନନ୍ତ ଏବଂ ରାଧିକାଙ୍କ ଲେଖାଯାଇଛି । ଏହାକୁ ସୁନ୍ଦର ଝୁମକା ସହିତ ଖୋଦେଇ କରାଯାଇଛି । ନୀତାଙ୍କ ଲୁକକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି । କହିରଖୁଛୁ ସମସ୍ତେ ଅନନ୍ତ ଏବଂ ରାଧିକାଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି । କାରଣ ପ୍ରାକ୍-ବିବାହ ଉତ୍ସବ ଏତେ ଦମଦାର ହୋଇଛି ତେବେ ବିହା କେମିତି ହେବ ବୋଲି ସମସ୍ତେ ଚାହିଁ ବସିଛନ୍ତି । ତେବେ ଉଭୟଙ୍କ ବିବାହ ୧୨ ଜୁଲାଇରେ ହେବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories