www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଡାଲି, ତେଲ ଓ ଲୁଣକୁ ଅନ୍ତର୍ଭୁକ୍ତ କରିବାକୁ ସାମାଜିକ ସଂଗଠନର ଦାବି

ରେଙ୍ଗାଲି: ସାମାଜିକ ସଂଗଠନ ମହିଳା ସଂଗ୍ରାମ ସମିତି ପକ୍ଷରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଡାଲି, ଖାଇବା ତେଲ ଓ ଲୁଣକୁ ଅନ୍ତର୍ଭୁକ୍ତ କରିବା ଦାବିରେ “କୁପୋଷଣ ଯଦି କରିବା ଦୂର, ଡାଲି-ତେଲ-ଲୁଣ ନିଶ୍ଚିତ କର” ଅଭିଯାନ ଆରମ୍ଭ ହୋଇଛି। ରାଜ୍ୟ ସ୍ତରୀୟ ଲୋକ ସଂଗଠନ ଓଡିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଳା ଶ୍ରମଜୀବୀ ମଞ୍ଚ, ଓଡିଶାର ଆହ୍ଵାନ କ୍ରମେ ଆରମ୍ଭ କରାଯାଇଥିବା ଏହି ଅଭିଯାନ ମାଧ୍ୟମରେ ମହିଳା ସଂଗ୍ରାମ ସମିତି ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାଧିକାରୀ, ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

କୋଭିଡ୍ ସମୟରେ ରାଜ୍ୟ ସରକାର ବିପିଏଲ/ପିଡିଏସ ହିତାଧିକାରୀଙ୍କୁ ଅତିରିକ୍ତ ଭାବେ ପରିବାର ପିଛା ପ୍ରତି ମାସ ୧ କିଲୋ ଡାଲି ପ୍ରଦାନ କରୁଛନ୍ତି କିନ୍ତୁ ଦୁଖର ବିଷୟ ସରକାର ଏହାକୁ ନଭେମ୍ବର ମାସରୁ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି । ତେଣୁ ଏହାକୁ ବନ୍ଦ ନ କରି ଅତି କମରେ ଗୋଟିଏ ବର୍ଷ ପାଇଁ ବୃଦ୍ଧି କରିବା, କିଲୋ ପିଛା ୧୦ ଟଙ୍କା ରିହାତି ମୂଲ୍ୟରେ ଅତିରିକ୍ତ ୨ କିଲୋ ଡାଲି, ୧ କିଲୋ ଖାଇବା ତେଲ ଏବଂ ୧ କିଲୋ ଆୟୋଡିନ ଯୁକ୍ତ ଲୁଣ ମାଗଣାରେ ପ୍ରଦାନ ବ୍ୟବସ୍ଥା କରିବା ପ୍ରମୁଖ ଏହି ଦାବି ପତ୍ରରେ ଉଲ୍ଲେଖ ରହିଛି ।

- Advertisement -

ସୂଚନାଯୋଗ୍ୟ ଯେ, ସଂଗଠନ ପକ୍ଷରୁ ନିକଟରେ କୋଭିଡ୍ ସମୟରେ ରାଜ୍ୟ ସରକାର ଦେଉଥିବା ଡାଲି ର ବ୍ୟବହାର ଏବଂ ଏହାର ପୋଷଣଯୁକ୍ତ ନିରାପତ୍ତା ଉପରେ ପ୍ରଭାବ ସମ୍ପର୍କରେ ବ୍ଲକର ୯ ଟି ଗ୍ରାମରେ ୨୨୪ ପରିବାରକୁ ନେଇ ଏକ ଅନ୍ ଲାଇନ୍ ସର୍ଭେ କରାଯାଇଥିଲା। ଯେଉଁଥିରେ ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ ଡାଲି, ଖାଇବା ତେଲ ଏବଂ ଲୁଣ ଦେବା ସପକ୍ଷରେ ଉତ୍ତରଦାତା ମାନେ ମତ ରଖିଥିଲେ ଏବଂ ଏହା କୁପୋଷଣକୁ ରୋକିବାରେ ସାହାଯ୍ୟ କରିବା ବୋଲି ମତପୋଷଣ କରିଥିଲେ ।
ଏହି ବ୍ଲକ ସ୍ତରୀୟ ଅଭିଯାନ ର ଉଦ୍ଘାଟନୀ କାର୍ୟ୍ୟକ୍ରମରେ ସଂଗଠନର ସଭାପତି ପ୍ରମିଲା ଫଟେଇ ସଂଗଠନର ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ରହି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ରେ ଡାଲି, ଖାଇବା ତେଲ ଓ ଲୁଣକୁ ତୁରନ୍ତ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି ଜଣାଇଥିଲେ। ସଂଗ୍ରାମ ସମିତିର ସଂଯୋଜକ ଉପେନ୍ଦ୍ର ମହାନନ୍ଦ, ସହ ସଂଯୋଜକ ଅନିରୁଦ୍ଧ ମରେଇ ସହିତ ଚୁନ୍ଦାପଡା ଗ୍ରାମ ସ୍ତରୀୟ କମିଟି ସଭାନେତ୍ରୀ ଯଜ୍ଞସିନି ମୁଣ୍ତା, ସଂପାଦିକା ବିଜଲି ଓରାମ ଏବଂ ସଭ୍ୟ/ ସଭ୍ୟା ପ୍ରେମଶିଲା ଓରାମ, ସୁଜାତା ମୁଣ୍ତା, ମୋହନ ମୁଣ୍ତା, ଶଂକର ମୁଣ୍ତା, ମଧୁ ମୁଣ୍ତା ସଂକିର୍ତ୍ତନ ମୁଣ୍ତା, ଧର୍ମୁ ମୁଣ୍ତା ଏବଂ ସୁରେଶ ମୁଣ୍ତା ଅଭିଯାନର ନେତୃତ୍ୱ ନେଇଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories