ରାଜସ୍ଥାନ : ରାଜସ୍ଥାନର ବୁନ୍ଦି ଜିଲାରେ ଗୋଟିଏ ପୋଷା କୁକୁର ଓ ନାଗସାପ ମଧ୍ୟରେ ହୋଇଥିବା ଲଢେଇର ଭିଡିଓ ଏବେ ଖୁବ ଭାଇରାଲ ହେଉଛି। ଏହି ଘଟଣା ବୁନ୍ଦୀର ଜଲୋଦ ଗାଁର। ଏଠାରେ ନାଗସାପ ଘର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା। ସେହି ସମୟରେ ପୋଷା କୁକୁର ସାପର ରାସ୍ତା ରୋକିବା ସହ ଉଭୟଙ୍କ ମଧ୍ୟରେ ଖୁବ ଜୋରରେ ଲଢେଇ ହୋଇଥିଲା। ଏହି ଲଢେଇ ଅନେକ ସମୟ ଚାଲିବା ପରେ ଉଭୟ ଗୁରୁତର ହୋଇଥିଲେ। ପ୍ରଥମେ ସାପଟିର ମୃତ୍ୟୁ ହୋଇଥିବା ବେଳେ କିଛି ସମୟ ପରେ କୁକୁରଟିର ମଧ୍ୟ ମୃତ୍ୟୁ ହୋଇଥିଲା। କୁକୁରର ଏଭଳି କାର୍ଯ୍ୟରେ ସମଗ୍ର ଗାଁ ବେଶ ଗର୍ବ କରିବା ସହ କୁକୁର ମୃତ୍ୟୁରେ ଦୁଃଖିତ। ପୋଷା କୁକୁରଙ୍କ ମାଲିକ ମଧ୍ୟ ଖୁବ ଦୁଃଖିତ। କୁକୁରଟି ନିଜ ଜୀବନ ଦେଇ ତାଙ୍କ ପରିବାରର ଜୀବନ ରକ୍ଷା କରିଛି ବୋଲି ସେ କହିଛନ୍ତି। କୁକୁରଟି ଘର ବାହାରେ ସାପଟିକୁ ଦେଖି ତୁରନ୍ତ ଆକ୍ରମଣ କରିଥିଲା। ନଚେତ ଆଉ ଏକ ବଡ ଧରଣର ଅଘଟଣ ଘଟି ଥାଆନ୍ତା।
Popular Categories



