www.samajalive.in
Monday, December 8, 2025
27.1 C
Bhubaneswar

୨୬ରେ ଖୋଲିବ ଉଚ୍ଚ ବିଦ୍ୟାଳୟ ; ଶ୍ରେଣୀ ଗୃହ କରାଯାଉଛି ବିଶୋଧନ

ମୋହନା : ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀ ଖୋଲିବା ନିମନ୍ତେ ନିଆଯାଇଥିବା ପଦକ୍ଷେପକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡିକର ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ସହିତ ସମସ୍ତ ଶ୍ରେଣୀ କକ୍ଷ ଗୁଡ଼ିକୁ କର୍ମଚାରୀମାନେ ବିଶୋଧନ କରିବାରେ ଲାଗିପଡିଛନ୍ତି।
ଏଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଚିଠି ପ୍ରେରଣ କରିଥିବା ଜଣାପଡିଛି। ଛାତ୍ରୀ / ଛାତ୍ରାବାସ ଗୁଡିକୁ ମଧ୍ୟ ସଫାସୁତରା କରିବା ସହ ବିଶୋଧନ କରୁଛନ୍ତି କର୍ମଚାରୀ ମାନେ ।
ମୋହନାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ (ଏସଏସଡି)ର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ନାୟକ, ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ ଉପସ୍ଥିତିରେ ଶ୍ରେଣୀ ଗୃହ ଗୁଡିକୁ ସଫା କରିବା ସହ ବିଶୋଧନ କରାଯାଉଛି । ବିଦ୍ୟାଳୟକୁ ଛାତ୍ର /ଛାତ୍ରୀମାନେ ଆସିଲେ କୋଭିଡ ନୀୟମ ଅନୁଯାଇ ପ୍ରବେଶ ପୂର୍ବରୁ ହାତକୁ ବିଶୋଧନ କରି ମୁହଁରେ ମାସ୍କ ପିନ୍ଧିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚକରି ବିଦ୍ୟାଳୟ ଭିତରେ ପ୍ରବେଶ କରିବେ । ଶ୍ରେଣୀ ଗୃହରେ ସାମାଜିକ ଦୂରତା ରକ୍ଷା କରି ବସି ପାଠ ପଢିବେ। ସ୍ଥାନୀୟ ଏସଏସଡି ବିଦ୍ୟାଳୟର ୨୦୦ ବିଶିଷ୍ଟ ଛାତ୍ରୀ / ଛାତ୍ରାବାସର ଶୌଚାଳୟ ଓ ରୋଷେଇଗୃହକୁ ସଫା କରି ବିଶୋଧନ କରିଛନ୍ତି ବିଦ୍ୟାଳୟର କର୍ମଚାରୀ । ୨୬ରେ ବିଦ୍ୟାଳୟ ଖୋଲିବାକୁ ନେଇ ଛାତ୍ର /ଛାତ୍ରୀମାନେ ବେଶ୍ ଖୁସିଥିବା ଜଣାପଡିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories