www.samajalive.in
Saturday, December 6, 2025
26.1 C
Bhubaneswar

ଉଦ୍ଧାର ସମୟରେ କାମୁଡିଲା ନାଗ, ଅବହେଳା ଯୋଗୁଁ ଗଲା ଜୀବନ

ନୂଆଦିଲ୍ଲୀ : ବର୍ଷା ଦିନେ ଅନେକ ସ୍ଥାନରେ ସାପ ନଜର ଆସିଥାନ୍ତି । ବେଳେବେଳେ ସାପ ଘରକୁ ଚାଲିଆସନ୍ତି । ସାପ ଧରିବା ପାଇଁ ସାପ ଧରାଳୀକୁ ଡକାଯାଇଥାଏ । ତେବେ ସାପ ଧରିବା ସମୟରେ ସାପଧରାଳୀକୁ ମଧ୍ୟ ସାପ କାମୁଡିଦେବା ଖବର ଦେଖିବାକୁ ମିଳେ । ଏମିତି ଏକ ଖବର ଏବେ ସାମ୍ନାକୁ ଆସିଛି । ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସାପଧରାଳୀକୁ ଏକ ନାଗ ସାପ କାମୁଡିଦେଉଛି ।

ଘଟଣାଟି ମହାରାଷ୍ଟ୍ରର ଗୋନ୍ଦିଆ ସହରର । ଏଠାରେ ଏକ ଘରେ ନାଗ ସାପ ପଶିଯାଇଥିଲା । ଜଣେ ମହିଳା ରୋଷେଇ ଘରକୁ ଯିବା ସମୟରେ ସାପଟି ଫଣା ମେଲାଇ ବସିଥିଲା । ଏହା ପରେ ସାପଧରାଳୀଙ୍କୁ ଡକାଯାଇଥିଲା । ଉଦ୍ଧାର ସମୟରେ ଲାଇଭ୍ ଭିଡିଓ କରାଯାଉଥିଲା, ଏହି ସମୟରେ ସାପଟି ଉଦ୍ଧାରକାରୀଙ୍କୁ କାମୁଡିଦେଇଥିଲା । ଭିଡିଓଟି ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।

- Advertisement -

ନାଗ ସାପର ଲମ୍ବ ପ୍ରାୟ ୬ ଫୁଟ ହେବ । ସାପ ଉଦ୍ଧାରକାରୀ ସୁନିଲଙ୍କୁ ସାପ ଚୋଟ ମାରିଥିଲା । ସୁନିଲ ଏହାକୁ ଗୁରୁତର ସହ ନନେଇ ଅବହେଳା କରି ବିଳମ୍ବ କରିଦେଲେ । ଧିରେ ଧିରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories