www.samajalive.in
Saturday, December 6, 2025
26.1 C
Bhubaneswar

ଏହି ଫେସ୍‌‌ ପ୍ୟାକ୍‌‌ ବ୍ୟବହାର କଲେ ତୁରନ୍ତ ଚମକିବ ତ୍ୱଚା..

ତ୍ୱଚାର ଚମକ ବୃଦ୍ଧି ପାଇଁ କୋମଳତା ବଜାୟ ରଖିବା ପାଇଁ ସଭିଏଁ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ତେବେ ଏଭଳି କେତେକ ସହଜ ଉପାୟ ବିଷୟରେ ଜାଣନ୍ତୁ, ଯାହା ଦ୍ୱାରା ତ୍ୱଚାର କଳାପଣ ଦୂର ହୋଇ ତ୍ୱଚାର ଚମକ ତୁରନ୍ତ ମିଳିବ।
ଏଲୋବେରା-
ଏଲୋବେରାରେ ଅଳ୍ପ କିଛି ଗ୍ଲିସରିନ୍‌‌ ମିଶାନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ତ୍ୱଚାର ଶୁଷ୍କତା ଦୂର ହୋଇ ଉଜ୍ଜ୍ୱଳ ହୋଇଥାଏ। ବିଭିନ୍ନ ପ୍ରକାର ଦାଗ ଦୂର ହୋଇଥାଏ।
କିୱିକୁ ପେଷି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ୱଚାରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚା ତୁରନ୍ତ ଚମକି ଥାଏ। କୌଣସି ଉତ୍ସବକୁ ଯିବା ପୂର୍ବରୁ ମଧ୍ୟ ଏହାକୁ ବ୍ୟବହାର କରିପାରିବେ।
କଦଳୀରେ କ୍ଷୀର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ୱଚାରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହାଦ୍ୱାରା ତ୍ୱଚା ନରମ ହେବା ସହ ଉଜ୍ଜ୍ୱଳ ଦେଖାଯାଏ।
ଚକୋଲେଟ୍‌‌ରେ ଚିନି ମିଶାଇ ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ମାଲିସ କରନ୍ତୁ। ଏହାଦ୍ୱାରା ତ୍ୱଚା ନରମ ଓ ସଫା ହୋଇଥାଏ।
ଦହିରେ ଗୋଲାପ ଜଳ ମିଶାଇ ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ୍‌‌ ରଖନ୍ତୁ। ଏହାଦ୍ୱାରା ତ୍ୱଚା ନରମ ଓ ଉଜ୍ଜ୍ୱଳ ହୋଇଥାଏ।
ବେସନରେ ଦହି,ଏଲୋବେରା ଜେଲ୍‌‌ ମିଶାଇ ଫେସ୍‌‌ ପ୍ୟାକ୍‌‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ୍‌‌ ରଖନ୍ତୁ। ଏହାଦ୍ୱାରା ମୁହଁର କଳାପଣ ଦୂର ହୋଇ ଚମକି ଥାଏ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories