www.samajalive.in
Tuesday, December 9, 2025
17.1 C
Bhubaneswar

୨୦ରୁ ଓଡ଼ିଶା ଦକ୍ଷତା ସମ୍ମେଳନ

ଭୁବନେଶ୍ବର : ରାଜ୍ୟ ସରକାର ଆସନ୍ତା ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଦକ୍ଷତା ସମ୍ମେଳନ-୨୦୨୩ ଆୟୋଜନ କରୁଛନ୍ତି। ‘ସ୍କିଲ୍ଡ ଇନ୍ ଓଡ଼ିଶା’ ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ଷ୍ଟାଡିୟମରେ ତିନିଦିନବ୍ୟାପୀ ହେବାକୁ ଥିବା ଏହି ସମ୍ମେଳନରେ ପ୍ରତିଦିନ ୩ ହଜାର ଅଂଶଗ୍ରହଣକାରୀ ଭାଗ ନେବେ । ଏଥିରେ ସାମିଲ ହେବା ପାଇଁ ୱେବସାଇଟରେ ପ୍ରଥମେ ପଞ୍ଜୀକରଣ କରିବାକୁ ପଡ଼ିବ। ‘ସ୍କିଲ୍ଡ ଇନ୍ ଓଡିଶା’ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡ ଭାବରେ ମାନ୍ୟତା ପାଇଛି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ କହିଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଘଡ଼େଇ ସମ୍ମେଳନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ୨୦ରେ ଉଦ୍‌ଘାଟିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାରତରେ ସମନ୍ୱିିତ ସ୍କିଲ୍‌ ଇକୋସିଷ୍ଟମ୍‌, ଦକ୍ଷ ମାନବ ଶକ୍ତି ଆଦି ପ୍ରସଙ୍ଗଭିତ୍ତିକ ଆଲୋଚନା ସହ ଦକ୍ଷତା ବିକାଶ ଉପରେ ଅଧିବେଶନମାନ ଅନୁଷ୍ଠିତ ହେବ। ୨୧ରେ ସ୍ବତନ୍ତ୍ର ଅଧିବେଶନ ଓ ପ୍ରଦର୍ଶନୀ ମାଧ୍ୟମରେ ଭାରତକୁ ସ୍କିଲ୍‌ କ୍ୟାପିଟାଲ୍‌ (ଦକ୍ଷତା ବିକାଶର ପ୍ରମୁଖ କେନ୍ଦ୍ର) ଭାବେ ଗଢ଼ିତୋଳିବା, ଦକ୍ଷତା ମାଧ୍ୟମରେ ମହିଳାଙ୍କ ସଶକ୍ତୀକରଣ, ଡ୍ରୋନ୍‌ ଟେକ୍ନୋଲୋଜି ସହିତ ସେକ୍ଟର ସ୍କିଲ୍‌ କାଉନସିଲର ଭୂମିକା ଆଦି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବାର ପ୍ରସ୍ତାବ ରହିଛି।
ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଅନ୍ତର୍ଜାତୀୟ ତଥା ଜାତୀୟ ସ୍ତରର ବ୍ୟକ୍ତି/ବୁଦ୍ଧିଜୀବୀ/ଶିିଳ୍ପ ପ୍ରତିନିଧି ଅଂଶଗ୍ରହଣ କରିବେ। ୨୦୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, ଶିଳ୍ପ/ ଏକାଡେମୀ/ସରକାରୀ କ୍ଷେତ୍ରର ୧୦୦୦ରୁ ଊର୍ଦ୍ଧ୍ବ ପ୍ରତିନିଧି ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ସମ୍ମେଳନରେ ଆଇଟିଆଇ, ପଲିଟେକନିକ୍ସ, ଇଞ୍ଜିନିୟରିଂ କଲେଜ, ବିଶ୍ବବିଦ୍ୟାଳୟ, ବିଶିଷ୍ଟ ଶିଳ୍ପ ତଥା ସରକାରୀ ବିଭାଗର ୧୦୦ରୁ ଊର୍ଦ୍ଧ୍ବ ପ୍ରଦର୍ଶନୀ ଆୟୋଜିତ ହେବ। ରାଜ୍ୟରେ ଦକ୍ଷତା ସମ୍ବନ୍ଧରେ ଶିଳ୍ପ ସହଭାଗୀମାନଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୁଝାମଣା ସ୍ବାକ୍ଷର ହେବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭୁବନେଶ୍ବରର ଜନପଥରେ ନୂତନ ତଥା ଅନନ୍ୟ ‘ପଥପ୍ରାନ୍ତ ଉତ୍ସବ’ ଆୟୋଜନ କରାଯାଉଛି। ଓଡ଼ିଶାର ସମୃଦ୍ଧ ଐତିହ୍ୟ ସଂସ୍କୃତି ପ୍ରଦର୍ଶନ କରିବା ସହିତ ସମସ୍ତ ପରିଦର୍ଶକଙ୍କ ମନୋରଞ୍ଜନ ପାଇଁ ୨୦ ଏବଂ ୨୧ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ।
ସୂଚନାଯୋଗ୍ୟ, ନୂଆଦିଲ୍ଲୀରେ ଗତ ୬ରେ ସମ୍ମେଳନ ପାଇଁ ଏକ କର୍ଟେନ ରେଜର (ପରଦା ଅନାବରଣ) ଆୟୋଜିତ ହୋଇଥିଲା। ରାଜ୍ୟରେ ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ଆସନ୍ତାକାଲି (ମଙ୍ଗଳବାର) ଭୁବନେଶ୍ବରରେ ଆଉ ଏକ କର୍ଟେନ ରେଜର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories