www.samajalive.in
Monday, December 8, 2025
27.1 C
Bhubaneswar

ମହାତ୍ମା ଜ୍ୟୋତିବା ଫୁଲେ

୧୮୨୭ ଆଜିର ଦିନରେ ପୁନେରେ ଜ୍ୟୋତିରାଓ ଗୋବିନ୍ଦ ରାଓ ଫୁଲେ ଜନ୍ମଗ୍ରହଣ କରିଥିଲେ। ସମାଜସେବୀ, ଦାର୍ଶନିକ, କ୍ରାନ୍ତିକାରୀ ଜ୍ୟୋତିରାଓ ସାଧାରଣଲୋକଙ୍କ ଗହଣରେ ‘ଜ୍ୟୋତିବା’ ନାମରେ ପରିଚିତ ଥିଲେ। ଝିଅମାନଙ୍କ ପାଠପଢ଼ା ପାଇଁ ସେ ସମୟରେ ଜ୍ୟୋତିରାଓ ଅନ୍ୟତମ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ପ୍ରଚେଷ୍ଟାରେ ପୁନେରେ ଦେଶର ପ୍ରଥମ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା ହେଲା। ସେହି ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ମହିଳା ଶିକ୍ଷୟିତ୍ରୀ ଠିକ୍ କରିନପାରି କିଛି ମାସ ପର୍ଯ୍ୟନ୍ତ ଫୁଲେ ଓ ତାଙ୍କ ପତ୍ନୀ ସାବିତ୍ରୀ ବାଈ ଛାତ୍ରୀମାନଙ୍କୁ ପାଠ ପଢ଼ାଇଲେ। ଧୀରେଧୀରେ ସବୁରି ମହଲରୁ ସେମାନଙ୍କୁ ସହଯୋଗ ମିଳିଲା। ବିଧବା ବିବାହ ପ୍ରଚଳନ, ବାଲ୍ୟ ବିବାହ ରୋକିବା, କନ୍ୟାମାନେ ଶିକ୍ଷିତ ହେବା, କୃଷକଭାଇଙ୍କୁ ସବୁ ପ୍ରକାର ସୁବିଧା ଯେମିତି ମିଳିବ, ଏହି ନ୍ୟାୟରେ ଜ୍ୟୋତିବା ଲଢ଼ୁଥିଲେ। କେତେଜଣ ସହଯୋଗୀଙ୍କ ସହ ମିଶି ସେ ସତ୍ୟସୋଧକ ସମାଜର ପ୍ରତିଷ୍ଠା କରିଥିଲେ, ଏହା ମାଧ୍ୟମରେ ପଛୁଆ ବର୍ଗରଲୋକଙ୍କୁ ସବୁ ପ୍ରକାର ସହଯୋଗ ମିଳିବା ମୂଳ ଲକ୍ଷ୍ୟ ଥିଲା। ସମାଜରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରିଥିବା ଜ୍ୟୋତିରାଓ ଫୁଲେଙ୍କ ସମ୍ମାନରେ ୧୯୭୬ରେ ଭାରତୀୟ ଡାକ ବିଭାଗ ଏକ ଡାକଟିକଟ୍‌ ପ୍ରଚଳନ କରିଥିଲେ। ତାଙ୍କ ସ୍ମୃତିରେ ପୁନେରେ ଜ୍ୟୋତିରାଓ ଫୁଲେ ସଂଗ୍ରହାଳୟ ନିର୍ମାଣ କରାଯିବା ସହ ସେଠିକାର ସବୁଠୁ ବଡ଼ ପରିବା ବଜାର ବି ତାଙ୍କ ନାମ ଅନୁସାରେ ନାମକରଣ କରାଯାଇଛି। ୧୮୯୦ ନଭେମ୍ବର ୨୮ରେ ମହାନ୍ ସମାଜ ସଂସ୍କାରକ ଜ୍ୟୋତିରାଓ ଫୁଲେଙ୍କର ପରଲୋକ ହୋଇଥିଲା।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories