ଏପ୍ରିଲ ୧୧ ତାରିଖକୁ ‘ଛେନାପୋଡ଼ ଦିବସ’ ଭାବେ ପାଳିବା ପାଇଁ ସାମାଜିକ ଗଣମାଧ୍ୟମରେ ପ୍ରଶଂସକଙ୍କ ଉତ୍ସାହ ସବୁଠୁ ବେଶୀ ଦେଖିବାକୁ ମିଳିଛି। ନୟାଗଡ଼ ଜିଲାର ପ୍ରସିଦ୍ଧ ମିଠା ବ୍ୟବସାୟୀ ସୁଦର୍ଶନ ସାହୁଙ୍କର ଜନ୍ମ ୧୯୩୦ ମସିହା ଏପ୍ରିଲ ୧୧ ତାରିଖରେ ହୋଇଥିଲା। ଛେନାପୋଡ଼ର ସ୍ରଷ୍ଟା ଭାବେ ସେ ପରିଚିତ। ତାଙ୍କ ଚେଷ୍ଟାରେ ନୟାଗଡ଼ର ସୀମା ଡେଇଁ ଏ ମିଠା ଦେଶ ଓ ବିଦେଶରେ ଆଜି ପହଞ୍ଚିଛି। ଭାରତ ବାହାରେ ବିଭିନ୍ନ ଖାଦ୍ୟ ପ୍ରଦର୍ଶନୀରେ ଛେନାପୋଡ଼ ସ୍ଥାନ ପାଇ ବିଦେଶୀଙ୍କ ମନ ବି ଜିଣିସାରିଲାଣି।
Popular Categories



