www.samajalive.in
Monday, December 8, 2025
17.1 C
Bhubaneswar

ଏସଆଇଟି ବୈଠକରେ ୨୦୧୯ ନିର୍ବାଚନରେ କଳାଧନ ବ୍ୟବହାର ପ୍ରସଙ୍ଗ, ୨ ମାସ ମଧ୍ୟରେ ଦାଖଲ ହେବ ୭ମ ରିପୋର୍ଟ

କଟକ: ଗତ ବର୍ଷ ସାଧାରଣ ନିର୍ବାଚନ ସମୟରେ ବ୍ୟବହୃତ କଳା ଟଙ୍କା ଯାଞ୍ଚର ତଦାରଖ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଆସନ୍ତା ଦୁଇ ମାସ ମଧ୍ୟରେ ଏହାର ସପ୍ତମ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିବ।

ଶନିବାର ଏସଆଇଟି ଉପାଧ୍ୟକ୍ଷ (ଅବସରପ୍ରାପ୍ତ ବିଚାରପତି) ଅରିଜିତ ପସାୟତଙ୍କ କଟକ ସ୍ଥତି ବାସଭବନରେ ଅନୁଷ୍ଠିତ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ବୈଠକରେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଭିନ୍ନ ରାଜ୍ୟରେ ବିପୁଳ ପରିମାଣରେ ହୋଇଥିବା କଳାଧନ କାରବାରର ପର୍ଦାଫାଶ ଏବଂ ଆଗାମୀ ନିର୍ବାଚନରେ କଳାଧନ କାରବାର ଉପରେ ରୋକ୍ ଲଗାଇବା ପାଇଁ ଆଲୋଚନା ହୋଇଥିଲା।

ସୂଚନାଅନୁସାରେ, ୨୦୧୯ ନିର୍ବାଚନ ସମୟରେ ବିଭିନ୍ନ ରାଜ୍ୟରୁ ପୋଲିସ ଏବଂ ଆୟକର ଅଧିକାରୀଙ୍କ ଦ୍ୱାରା ବିପୁଳ ପରିମାଣର ନଗଦ ଅର୍ଥ, ଅଳଙ୍କାର ଏବଂ ନିଶାଦ୍ରବ୍ୟ ଜବତ କରାଯାଇଥିଲା। ନିର୍ବାଚନ ସମୟରେ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଜବତ ସମ୍ପର୍କରେ ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ରିପୋର୍ଟ ଏସଆଇଟିର ହସ୍ତଗତ ହୋଇଛି ।

- Advertisement -

ଆଜି କଟକଠାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜ୍ୟରେ ୨୦୧୯ ନିର୍ବାଚନ ସମୟରେ ନଗଦ ଅର୍ଥ, ନିଶାଦ୍ରବ୍ୟ ଏବଂ ଅଳଙ୍କାର ଜବତ ଏବଂ ଅପରାଧୀଙ୍କ ଦୋଷୀ ସାବ୍ୟସ୍ତ ହେବା ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ବୋଲି ଏସଆଇଟି ଉପାଧ୍ୟକ୍ଷ ଅରିଜିତ ପାସାୟତ କହିଛନ୍ତି। ଏସଆଇଟି ଉପାଧ୍ୟକ୍ଷ ଆହୁରି କହିଛନ୍ତି, “ ଏସଆଇଟି ବର୍ତ୍ତମାନ ସୁଦ୍ଧା ୬ଟି ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦାଖଲ କରିଛି ଏବଂ ସପ୍ତମ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦୁଇ ମାସ ମଧ୍ୟରେ ଦାଖଲ ହେବ।

ଅରିଜିତ ପସାୟତଙ୍କ କଟକ ସ୍ଥତି ବାସଭବନରେ ଅନୁଷ୍ଠିତ ବୈଠକରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି), ସିବିଆଇ, ଭିଜିଲାନ୍ସ, ଜିଏସ୍ଟି, ଅର୍ଥ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ବ୍ୟତୀତ ନିର୍ବାଚନ ଆୟୋଗର ନିର୍ଦ୍ଦେଶକ ବିକ୍ରମ ବତ୍ରା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories