www.samajalive.in
Monday, December 8, 2025
27.1 C
Bhubaneswar

ମାନିଲେ ପିସିବି ମୁଖ୍ୟ : ପାକିସ୍ତାନରେ ହେବନି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ

ଇସଲାମାବାଦ୍ : ଚଳିତ ବର୍ଷ ଏସିଆ କପ୍ ଟ୍ବେଣ୍ଟି -୨୦ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ହେବ ନାହିଁ ବୋଲି ଶେଷରେ ସ୍ବିକାର କରିଛନ୍ତି ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି)ର ମୁଖ୍ୟ ଏହସାନ ମଣି। ଚଳିତ ଥର ଏସିଆ କପ୍ ଦୁବାଇରେ ଖେଳାଯିବ ବୋଲି ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ। ଯାହାକୁ ନେଇ ପିସିବି ମୁଖ୍ୟ ଏହସାନ ମଣି ଅସହମତି ପ୍ରକାଶ କରିଥିଲେ। ତେବେ ଏବେ ସେ ଗାଙ୍ଗୁଲିଙ୍କ କଥାରେ ଏକମତ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ଗାଙ୍ଗୁଲି କହିଥିଲେ ଯେ, ସୁରକ୍ଷା ଦୃଷ୍ଟିରୁ ଭାରତ ପାକିସ୍ତାନରେ ଖେଳିପାରିବ ନାହିଁ। ତେଣୁ ୟୁଏଇରେ ଏସିଆ କପ୍ ଖେଳାଯିବା ଆବଶ୍ୟକ। ଏନେଇ ଶନିବାର ମଣି ତାଙ୍କ ପୂର୍ବ ମନ୍ତବ୍ୟର ବିପରୀତ ବିବୃତ୍ତି ଦେଇଛନ୍ତି।
ସେ ଇସଲାମାବାଦରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ’ଏସିଆ କ୍ରିକେଟ୍ କାଉନସିଲ୍(ଏସିସି)ର ଆସୋସିଏଟ୍ ମେମ୍ବରଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖିବାକୁ ହେବ। ତେଣୁ ପାକିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଆମେ ଜିଦ୍ ଧରି ପାରିବୁ ନାହିଁ, କାରଣ ଭାରତୀୟ ଦଳ ପାକିସ୍ତାନ ଆସିବାକୁ ପ୍ରସ୍ତୁତ ନୁହଁନ୍ତି। ଏହାର ବିକଳ୍ପ ହେଉଛି ଏହା ଏକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ, କିନ୍ତୁ ଏସିସି ଏହା ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories