www.samajalive.in
Monday, December 8, 2025
27.1 C
Bhubaneswar

ଲାଗି ରହୁଛି କି ଧନର ଅଭାବ ? ଜାଣନ୍ତୁ..

ଜ୍ୟୋତିଷ ଶାସ୍ତ୍ରରେ ମା’ଲକ୍ଷ୍ମୀଙ୍କ କୃପା ସହ ଘରେ ସୁଖଶାନ୍ତି, ଉନ୍ନତି ଓ ଧନ ବୃଦ୍ଧି ପାଇଁ କିଛି ସରଳ ଉପାୟ ବର୍ଣ୍ଣନା କରାଯାଇଛି। ସେହି ଉପାୟ ଗୁଡିକ ମଧ୍ୟରୁ ଗୋଟିଏ ହେଉଛି ହଳଦୀ ସହ ଜଡିତ ଏକ ସରଳ ଉପାୟ। ଗୁରୁବାର ଦିନ ହଳଦୀ ସହ ଜଡିତ କିଛି ଉପାୟ ଆପଣାଇବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ..
ପର୍ସରେ କିମ୍ବା ଆଲମିରାରେ ହଳଦୀ ରଖିବା ଦ୍ୱାରା ଧନର ଅଭାବ ଦୂର ହୋଇ ଧନ ବୃଦ୍ଧି ହୋଇଥାଏ।
ଗୁରୁବାର ଦିନ ପର୍ସରେ ଗୋଟା ହଳଦୀ ଖଣ୍ଡ ରଖିବା ଦ୍ୱାରା ବୃହସ୍ପତି ଗ୍ରହ ଶାନ୍ତ ହୋଇଥାଆନ୍ତି। ଏହାସହ ଶୁଭଫଳ ମିଳିଥାଏ।
ହଳଦୀ ରଖିବା ଦ୍ୱାରା ପୂର୍ବରୁ ଅଟକି ଥିବା ଧନ ପ୍ରାପ୍ତି ହୋଇଥାଏ।
ପର୍ସରେ ହଳଦୀ ରଖିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହେବା ସହ ପର୍ସରେ ସର୍ବଦା ଟଙ୍କା ରହିଥାଏ। ଧନର ଆଦୌ ଅଭାବ ହୋଇନଥାଏ।
ପର୍ସରେ ଖଣ୍ଡ ହଳଦୀ ରଖିବା ଦ୍ୱାରା ରାହୁ-କେତୁ ଦୋଷରୁ ମୁକ୍ତି ମିଳିଥାଏ। ଜୀବନରେ ଆସିବାକୁ ଥିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
ମାନ୍ୟତା ଅନୁଯାୟୀ ପର୍ସରେ ହଳଦୀ ରଖିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କ ମଧ୍ୟ କୃପା ମିଳିଥାଏ।
ହଳଦୀକୁ ଆଲମିରାରେ ରଖିବା ଦ୍ୱାରା ଖୁବ ଶୁଭଫଳ ମିଳିଥାଏ। ଏଥିପାଇଁ ହଳଦୀକୁ ଏକ ଲାଲ କିମ୍ବା ହଳଦୀ ରଙ୍ଗର କପଡାରେ ହଳଦୀ ଖଣ୍ଡକୁ ରଖି ଏହାକୁ ଆଲମିରାରେ ରଖନ୍ତୁ। ଏହାଦ୍ୱାରା ଧନର ଆଦୌ ଅଭାବ ହେବ ନାହିଁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories