www.samajalive.in
Friday, December 5, 2025
27.1 C
Bhubaneswar

ସ୍ମାର୍ଟ ବିଦ୍ୟାଳୟର ମାନ୍ୟତା ପାଇଲା ସିକୋ ଚନ୍ଦ୍ରଶେଖରଦେଵ ସରକାରୀ ଉଚ୍ଚ ବିଦ୍ୟାଳୟ

ବେଗୁନିଆ : ବେଗୁନିଆ ବ୍ଲକ ସିକୋ ଚନ୍ଦ୍ରଶେଖରଦେଵ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶଚନ୍ଦ୍ର ମାଣ୍ଡେlଇଙ୍କ ସଭାପତିତ୍ୱରେ ବିଦ୍ୟାଳୟର ସଭାଗୃହରେ ଏକ ମିଳିତ ସଭାର ଆୟୋଜନ କରାଯାଇଥିଲା l ଉକ୍ତ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ,ସଦସ୍ୟ ,ସଦସ୍ୟା, ସିକୋ ସରପଞ୍ଚ, ସମିତିସଭ୍ୟ ,ୱାର୍ଡ ସଭ୍ୟ ,ସି ଆର ସି ସି, ଆଲୁମିନି ସଭ୍ୟ ସଭ୍ୟl,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l ଏହି ବିଦ୍ୟାଳୟକୁ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରିବା ପାଇଁ ମନୋନୀତ ହୋଇଥିବାରୁ ସର୍ବପ୍ରଥମେ ସଭା ତରଫରୁ ଖୋର୍ଦ୍ଧା ଜିଲ୍ଲାପାଳ ,ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସହାୟତାରେ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାର ଉର୍ଣ୍ଣତିକରଣ ନିମନ୍ତେ ନୂତନ ଯୋଜନା ପ୍ରଣୟନ କରାଯାଇଛି l ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ୧୬ ଗୋଟି ବିଦ୍ୟାଳୟକୁ ମନୋନିତ କରାଯାଇଛି l ସେଥି ମଧ୍ୟରୁ ବେଗୁନିଆ ବ୍ଲକରୁ ଚନ୍ଦ୍ରଶେଖରଦେଵ ସରକାରୀ ଉଚ୍ଚ ବିଦ୍ୟାଳୟ,ସିକୋକୁ ମନୋନୟନ କରାଯାଇଛି l ଏହି ବିଦ୍ୟାଳୟକୁ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରାଯିବା ଫଳରେ ଛାତ୍ର ଛାତ୍ରୀ ମାନଙ୍କୁ କମ୍ପୁଟର ସହାୟତାରେ ସ୍ମାର୍ଟ ଶ୍ରେଣୀଗୃହ, ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ, ଉର୍ଣ୍ଣତମାନର ଖେଳ ପଡିଆ, ଇ ପାଠାଗାର ଉର୍ଣ୍ଣତମାନର ଶୌଚାଳୟ ନିର୍ମାଣ ଆଦି କରାଯିବ l ଏଥିପାଇଁ ସରକାରଙ୍କ ତରଫରୁ ପାଣ୍ଠି ଯୋଗାଣ ସହିତ ଆଲୁମିନି କମିଟି ତରଫରୁ ମଧ୍ୟ ଅର୍ଥର ବ୍ୟବସ୍ଥା କରାଯିବ l ଶେଷରେ ବରିଷ୍ଠ ଶିକ୍ଷକ ଲଷ୍ମୀଧର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ l

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories