www.samajalive.in
Sunday, December 7, 2025
15.1 C
Bhubaneswar

ଦସ୍ତଖତରୁ ଜାଣନ୍ତୁ ବ୍ୟକ୍ତିତ୍ଵ; ଆପଣଙ୍କ ଭିତରେ ଲୁଚି ରହିଛି କି ପ୍ରତିଭା ?

ପ୍ରତ୍ୟେକ ବ୍ୟକ୍ତି ସିଗ୍ନେଚର ବା ଦସ୍ତଖତ କରନ୍ତି। ସେମାନେ ନିଜ ଅଙ୍ଗୁଳିରେ କଲମ ସହାୟତାରେ ଦସ୍ତଖତ କରନ୍ତି ସତ, କିନ୍ତୁ ତାହାର ସମ୍ପର୍କ ମସ୍ତିଷ୍କ ସହ ରହିଥାଏ। ଦସ୍ତଖତ ମଣିଷର ପରିଚୟ ସାଙ୍ଗକୁ ତାହାର ବ୍ୟକ୍ତିତ୍ଵ ବିଷୟରେ ବି କିଛି ତଥ୍ୟ ଦେଇଥାଏ। ମଣିଷ ଭିତରେ କି ପ୍ରତିଭା ଲୁଚି ରହିଛି ତାହା ତା’ର ଦସ୍ତଖତରୁ ବି ଜଣାପଡ଼ିଥାଏ। ଆସନ୍ତୁ ଜାଣିବା ଦସ୍ତଖତର ପ୍ରକାର ଏବଂ ତାହା ସହ ଲୁଚି ରହିଥିବା ମଷିଣର ପ୍ରତିଭା ବିଷୟରେ:-

ଦସ୍ତଖତର ପ୍ରଥମ ଅକ୍ଷର ବଡ଼ ଥିଲେ- ଯେଉଁ ଲୋକମାନେ ଦସ୍ତଖତ କରିବା ସମୟରେ ପ୍ରଥମ ଅକ୍ଷରଟିକୁ ବଡ଼ ଲେଖନ୍ତି ଏବଂ ତା’ ପରେ ସମ୍ପୂର୍ଣ୍ଣ ନାମ ଲେଖନ୍ତି, ସେମାନେ ଅଦ୍ଭୁତ ପ୍ରତିଭାର ଅଧିକାରୀ ହୋଇଥାନ୍ତି। ଯେଉଁମାନେ ଦସ୍ତଖତ କରିବା ପରେ ତାହାକୁ ରେଖାଙ୍କିତ କରିଥାନ୍ତି, ସେମାନେ ଶକ୍ତିଶାଳୀ ଏବଂ ମଜଭୁତ ବ୍ୟକ୍ତିତ୍ଵର ଅଧିକାରୀ ହୋଇଥାନ୍ତି।

- Advertisement -

ଅତ୍ୟନ୍ତ ଛୋଟ ଦସ୍ତଖତ- ଯେଉଁ ଲୋକମାନଙ୍କ ଦସ୍ତଖତ ବହୁତ ଛୋଟ ହୋଇଥାଏ, ସେମାନେ ସ୍ବାର୍ଥପର ଏବଂ ଅନ୍ୟକୁ ନିୟନ୍ତ୍ରଣ କରିବାକୁ ପସନ୍ଦ କରିଥାନ୍ତି। ଯଦି ଦସ୍ତଖତର ଆକାର ଅକ୍ଷର ତୁଳନାରେ ବଡ଼ ହୁଏ, ତେବେ ସେହି ବ୍ୟକ୍ତିଙ୍କଠାରେ ଶାସନ କରିବାର ମହତ୍ଵାକାଂକ୍ଷା ରହିଥାଏ।

ବାରମ୍ବାର ଦସ୍ତଖତ ବଦଳାଉଥିଲେ- ଯେଉଁ ଲୋକମାନେ ପ୍ରାୟ ସମୟରେ ନିଜର ଦସ୍ତଖତ ବଦଳାନ୍ତି, ସେମାନଙ୍କ ସ୍ବଭାବ ବି ପ୍ରାୟ ସମୟରେ ବଦଳି ଥାଏ। ଯେଉଁମାନେ ନିର୍ମଳ ଏବଂ ସହଜରେ ପଢ଼ି ହେଉଥିବା ଦସ୍ତଖତ କରନ୍ତି, ସେମାନେ ନିଜକୁ ସବୁବେଳେ ବ୍ୟବସ୍ଥିତ ରଖିଥାନ୍ତି।

ତଳୁ ଉପରକୁ ଲମ୍ବୁଥିବା ଦସ୍ତଖତ- ସେହିପରି ଯେଉଁମାନେ ତଳୁ ଉପରକୁ ଉଠିଲା ଭଳି ଦସ୍ତଖତ କରନ୍ତି, ସେମାନେ ଅତ୍ୟଧିକ ମହତ୍ଵାକାଂଶକ୍ଷୀ ହୋଇଥାନ୍ତି ଏବଂ ଯେକୌଣସି ପରିସ୍ଥିତିରେ ଯେକୌଣସି ମୂଲ୍ୟ ଦେବାକୁ ପଡ଼ିଲେ ବି ନିଜ ଲକ୍ଷ୍ୟ ପୂରଣ କରନ୍ତି। ଏହାବ୍ୟତୀତ ଯେଉଁମାନେ ତରଙ୍ଗାୟିତ ଭାବେ ଦସ୍ତଖତ କରନ୍ତି, ସେମାନେ ନିଜ କାମ ପାଇଁ ଯେକୌଣସି ପ୍ରକାର ଗୋପନୀୟ ପଦକ୍ଷେପ ନେଇପାରନ୍ତି।

ପ୍ରଥମ ଅକ୍ଷର ବଡ଼ ଓ ଶେଷ ଅକ୍ଷର ଏକଦମ ଛୋଟ- ଦସ୍ତଖତର ପ୍ରଥମ ଅକ୍ଷର ବଡ଼ ଏବଂ ଅନ୍ୟ ସମସ୍ତ ଅକ୍ଷୟ ଗୋଟିଏ ଆକାରର ହେଲେ, ସେହିଭଳି ବ୍ୟକ୍ତି ବହୁତ ସ୍ବାଭିମାନୀ। ଦସ୍ତଖତର ପ୍ରଥମ ଅକ୍ଷର ବଡ଼ ଏବଂ ଶେଷ ଅକ୍ଷର ଏକଦମ ଛୋଟ ହୋଇଥିଲେ, ସେହି ବ୍ୟକ୍ତି ଯେକୌଣସି କାର୍ଯ୍ୟକୁ ଧୂମଧାମରେ ଆରମ୍ଭ କରନ୍ତି, କିନ୍ତୁ ଖୁବଶୀଘ୍ର ଉକ୍ତ କାର୍ଯ୍ୟ ପ୍ରତି ତାଙ୍କ ଆଗ୍ରହ ଶେଷ ହୋଇଯାଏ। ଏଭଳି ବ୍ୟକ୍ତିମାନେ ଅଧିକ ସମୟ କଳ୍ପନା ଦୁନିଆରେ ବୁଡ଼ି ରୁହନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories