www.samajalive.in
Wednesday, December 10, 2025
18.1 C
Bhubaneswar

ସାର୍କ ଏକ୍ସପର୍ଟ ପରାମର୍ଶ ବୈଠକରେ ସିଫାର ଅଂଶଗ୍ରହଣ

ପିପିଲି : ମତ୍ସ୍ୟଚାଷ ଏକ ଲାଭଜନକ ଉଦ୍ୟୋଗ ଓ ଏହା ପ୍ରାଣୀଜ ପୁଷ୍ଟିସାର, ନିଯୁକ୍ତି ଏବଂ ବୈଦେଶିକ ବିନିମୟର ପ୍ରମୁଖ ଉତ୍ସ ହୋଇଥିବାରୁ ଏହାର ମୂଲ୍ୟାଙ୍କ ଶୃଙ୍ଖଳାକୁ ଗତିଶୀଳ କରାଇବା ଦରକାର ଓ ଏଥିପ୍ରତି ବିଶେଷ ଦୃଷ୍ଟି ଦେବାର ସମୟ ଆସିଛି ବୋଲି ବଙ୍ଗଳାଦେଶର ଢାକା ଠାରେ ଚାଲିଥିବା ସାର୍କ ଏକ୍ସପର୍ଟ ପରାମର୍ଶ ବୈଠକରେ ଅଭିଜ୍ଞ ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି । ଏଥିରେ ଭାରତ ପକ୍ଷରୁ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପ୍ରତିନିଧିତ୍ୱ କରୁଛି ।

‘ପ୍ରମୋଟିଂ ଇନୋଭେସନ ଇନ୍ ଫିସରିଜ୍ ଭାଲ୍ୟୁଚେନ୍ ଫର ଇମ୍ଫୃଭିଙ୍ଗ୍‍ ହ୍ୟୁମାନ ନ୍ୟୁଟ୍ରିସନ ଇନ୍ ସାଉଥଏସିଆ’ ଶୀର୍ଷକ ଭର୍ଚୁଆଲ ଆଲୋଚନାଚକ୍ରରେ ଆଫଗାନସ୍ଥାନ, ବଙ୍ଗଳାଦେଶ, ଭୂଟାନ, ଭାରତ, ନେପାଳ, ପାକିସ୍ଥାନ ଓ ଶ୍ରୀଲଙ୍କା ଆଦି ରାଷ୍ଟ୍ରମାନେ ଅଂଶଗ୍ରହଣ କରିଛନ୍ତି । ଭାଲ୍ୟୁଚେନ୍କୁ ଗତିଶୀଳ କରାଇ ମତ୍ସ୍ୟଚାଷକୁ ବିସ୍ତାରିତ କରାଇବା ଓ  ମାନବସ୍ୱାସ୍ଥ୍ୟର ଉନ୍ନତି କଳ୍ପେ ମତ୍ସ୍ୟଚାଷର ଉପଯୋଗ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଉପମହାନିର୍ଦ୍ଦେଶକ ଡ଼ଃ ଜେ.କେ.ଜେନା ଟେକ୍ନିକାଲ ସେସନ୍‍ରେ ସଭାପତିତ୍ୱ କରିଥିବା ବେଳେ ସିଫ୍ଟକୋଚିର ନିର୍ଦ୍ଦେଶକ ଡ଼ଃ ରବିଶଙ୍କର ଓ ସିଫାର ନିର୍ଦ୍ଦେଶକ ଡ଼ଃ ସରୋଜ କୁମାର ସ୍ୱାଇଁ ଏହି ବୈଠକରେ ଗବେଷଣାତ୍ମକ ନିବନ୍ଧ ଉପସ୍ଥାପନ କରିଥିଲେ ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories