www.samajalive.in
Saturday, December 6, 2025
26.1 C
Bhubaneswar

‘ଆତଙ୍କବାଦର ବିଲୋପ ପାଇଁ ଭାରତ ବଦ୍ଧପରିକର’

ବିସ୍‌କେକ୍‌/ନୂଆଦିଲ୍ଲୀ: ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ବୈଦେଶିକ ମନ୍ତ୍ରିପରିଷଦ (ସିଏଫଏମ୍‌) ସମ୍ମିଳନୀ କିର୍‌ଗିଜସ୍ଥାନ ରାଜଧାନୀ ବିସ୍‌କେକ୍‌ଠାରେ ଅାରମ୍ଭ ହୋଇଛି। ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ବୁଧବାର ଏଥିରେ ଉଦ୍‌ବୋଧନ ଦେଇଛନ୍ତି। ଏହି ଦୁଇଦିନିଆ ସମ୍ମିଳନୀରେ ଆତଙ୍କବାଦ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଛି। ଏହି ପରିପ୍ରେକ୍ଷୀରେ ସୁଷମା କହିଛନ୍ତି ଯେ ପୁଲୱାମା ଓ କଲମ୍ବୋରେ ଆତଙ୍କବାଦୀ ଆକମ୍ରଣ ଯୋଗୁଁ ଭାରତ ଆତଙ୍କବାଦ ବିରୋଧରେ ଲଢ଼େଇ ଜୋର୍‌ଦାର କରିବା ପାଇଁ ବଦ୍ଧପରିକର ହୋଇଛି। ଆତଙ୍କବାଦର ବିଲୋପ ପାଇଁ ଭାରତ ଅଧିକ ଶକ୍ତି ସଂଗ୍ରହ କରିବା ଲକ୍ଷ୍ୟରେ ସୁଷମା ଏସ୍‌ସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ସହଯୋଗ ଲୋଡ଼ିଛନ୍ତି। ଏସ୍‌ସିଓ ରାଷ୍ଟ୍ରମାନଙ୍କ ସହଯୋଗରେ ଆଞ୍ଚଳିକ ସୁରକ୍ଷା ସ୍ଥାୟୀ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀଙ୍କ ଉପସ୍ଥିତିରେ ସୁଷମା ଏକ ଆଞ୍ଚଳିକ ଆତଙ୍କବାଦ ନିରୋଧ ବାହିନୀ ବା ସଂଗଠନ(ଆରଏଟିଏସ୍‌) ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ। ଏହା କେବଳ ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟ କଲେ ଆତଙ୍କବାଦ ବିରୋଧୀ ଲଢ଼େଇରେ ସଫଳତା ମିଳିବ ବୋଲି ସେ କହିଥିଲେ। ଏଥିସହିତ ରାଜନୈତିକ କ୍ଷେତ୍ରରେ ଏସ୍‌ସିଓ ରାଷ୍ଟ୍ରସମୂହ ଅଧିକ ସହଯୋଗୀ ହେଲେ ଆର୍ଥିକ ତଥା ସାମାଜିକ ବିକାଶ ଓ ସୁରକ୍ଷା ସୁନିଶ୍ଚିତ ହେବ ବୋଲି ସୁଷମା ମତ ରଖିଥିଲେ। ଭାରତ ଏ କ୍ଷେତ୍ରରେ ସର୍ବଦା ପ୍ରସ୍ତୁତ ଥିବା ସେ ଦର୍ଶାଇଥିଲେ। ଏସ୍‌ସିଓ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ଉପରେ ମଧ୍ୟ ସେ ଗୁରୁତ୍ବାରୋପ କରିଥିଲେ। ବାଣିଜ୍ୟ କ୍ଷେତ୍ରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସ୍ବତନ୍ତ୍ର ନୀତି ପ୍ରଣୟନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ସୁଷମାଙ୍କ ବକ୍ତବ୍ୟ ସହିତ ସମ୍ମିଳନୀରେ ଆସନ୍ତା ଜୁନ୍‌ ୧୩ ଓ ୧୪ରେ ଏଠାରେ ହେବାକୁ ଥିବା ଏସ୍‌ସିଓର ପୂର୍ଣ୍ଣାଙ୍ଗ ସମ୍ମିଳନୀ ଆୟୋଜନର ସମୀକ୍ଷା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଚୀନ୍‌ର ପ୍ରାଧାନ୍ୟ ରହିଥିବା ଏସ୍‌ସିଓରେ ଭାରତ ୨୦୦୫ରେ ସାମିଲ ହୋଇଥିଲେ ମଧ୍ୟ ୨୦୧୭ରେ ପୂର୍ଣ୍ଣାଙ୍ଗ ସଦସ୍ୟତା ଲାଭ କରିଥିଲା। ବର୍ତ୍ତମାନ କିର୍‌ଗିଜସ୍ଥାନ ସଂଗଠନର ଅଧ୍ୟକ୍ଷ ରହିଛି। ସଂଗଠନରେ ବିଶେଷ ଭାବେ ଏସୀୟ ରାଷ୍ଟ୍ରମାନଙ୍କର ସୁରକ୍ଷା ଓ ଅର୍ଥନୈତିକ ପ୍ରସଙ୍ଗ ଗୁରୁତ୍ବ ବହନ କରିଥାଏ। ଚୀନ୍‌ ଓ ଭାରତ ସହିତ ରୁଷ୍‌, କାଜାକ୍‌ସ୍ଥାନ, ତାଜିକସ୍ଥାନ, ଉଜ୍‌ବେକିସ୍ଥାନ ଓ ପାକିସ୍ତାନ ଏହାର ସଦସ୍ୟ ଅଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories