www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ପଟ୍‍ ଫିକ୍ସିଂ ପରେ ଆତ୍ମହତ୍ୟା ଚିନ୍ତା କରିଥିଲି

ନୂଆଦିଲ୍ଲୀ : ପୂର୍ବତନ ଫାଷ୍ଟ ବୋଲର ଶ୍ରୀଶାନ୍ତ ବର୍ତ୍ତମାନ ଟିଭି ରିଏଲିଟି ସୋ’ ବିଗ୍‍ ବସ୍‍ରେ ପ୍ରତିଦ୍ୱନ୍ଦ୍ୱୀଭାବେ ଅଂଶଗ୍ରହଣ କରୁଛନ୍ତି। ୨୦୧୩ ଆଇପିଲରେ ସ୍ପଟ୍‍ ଫିକ୍ସିଂ ଅଭିଯୋଗରେ ଦୋଷୀସାବ୍ୟସ୍ତ ହେବାପରେ ଶ୍ରୀଶାନ୍ତଙ୍କ କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଛେଦ ପଡିଛି। ତେଣୁ ଲୋକଲୋଚନକୁ ଆସିବା ପାଇଁ ଶ୍ରୀଶାନ୍ତ ବିଗତ କିଛି ବର୍ଷ ଧରି ବିଭିନ୍ନ ଟିଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ନିକଟରେ ବିଗ୍‍ ବସ୍‍ର ଏକ ଅଧ୍ୟାୟରେ ଶ୍ରୀଶାନ୍ତ କହିଛନ୍ତି ଯେ ୨୦୧୩ ଆଇପିଏଲ ସ୍ପଟ୍‍ ଫିକ୍ସିଂ ଘଟଣା ପରେ ସେ ମାନସିକସ୍ତରରେ ଏତେ ଭାଙ୍ଗିପଡିଥିଲେ ଯେ ଆତ୍ମହତ୍ୟା ଏକମାତ୍ର ବିକଳ୍ପ ବୋଲି ଚିନ୍ତା କରିଥିଲେ। ତେବେ ପରିବାର ଓ ବନ୍ଧୁମାନଙ୍କ ପରାମର୍ଶକ୍ରମେ ସେ ଏପ୍ରକାର ନିଷ୍ପତ୍ତିରୁ ଓହରିଯାଇଥିଲେ।
୨୦୧୩ ଆଇପିଏଲରେ ସ୍ପଟ୍‍ ଫିକ୍ସିଂ ଘଟଣା ଭାରତ ସମେତ କ୍ରିକେଟ ଜଗତକୁ ସ୍ତବ୍ଧ କରିଦେଇଥିଲା। ରାଜସ୍ଥାନ ରୟାଲ୍‍ସ ଓ ଚେନ୍ନଇ ସୁପର କିଙ୍ଗ୍‍ସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚରେ ଏହି ଘଟଣା ଘଟିଥିଲା। ରାଜସ୍ଥାନ ରୟାଲ୍‍ସର ତିନିଜଣ ଖେଳାଳି ଶ୍ରୀଶାନ୍ତ, ଅଜିତ ଚାନ୍ଦିଲା ଓ ଅଙ୍କିତ ଚୌହ୍ୱାନ ଏଥିରେ ସଂପୃକ୍ତ ଥିବା ଜଣାପଡିଥିଲା। ତଦନ୍ତ ପରେ ଏହି ତିନିଜଣଙ୍କ ବିରୋଧରେ ବିସିସିଆଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କୁ ଆଜୀବନ ବାସନ୍ଦ କରିଥିଲା। ଶ୍ରୀଶାନ୍ତ ଏହାର ପ୍ରତିବାଦରେ ଆଇନର ଆଶ୍ରୟ ନେଇଥିଲେ। ଦିଲ୍ଲୀର ଏକ ଅଦାଲତ ୨୦୧୫ରେ ଶ୍ରୀଶାନ୍ତଙ୍କୁ ନିର୍ଦୋଷରେ ଖଲାସ କରିଥିଲେ ସୁଦ୍ଧା ବିସିସିଆଇ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲା। ଏପରିକି ବିଦେଶରେ କାଉଣ୍ଟି କ୍ରିକେଟ ଖେଳିବାକୁ ଶ୍ରୀଶାନ୍ତ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡି ବିଫଳ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories