www.samajalive.in
Monday, December 8, 2025
27.1 C
Bhubaneswar

କନ୍ଧମାଳ ଜିଲ୍ଲାରେ ପୂର୍ବପରି ନିୟମିତ ଖୋଲିବ ଦୋକାନ ବଜାର, ପ୍ରଶାସନ ଜାରିକଲା ନୋଟିସ୍‍

ଫୁଲବାଣୀ: କରୋନା କଟକଣା ଯୋଗୁଁ ଗତ ୫ ମାସ ଧରି କନ୍ଧମାଳ ଜିଲାରେ ଦୋକାନ ବଜାର ଖୋଲିବା ନେଇ ଯେଉଁ କଟକଣା ବିଭିନ୍ନ ସମୟେ ଜାରି କରାଯାଇଥିଲା ତାହା ଆଜି ସଂପୂର୍ଣ୍ଣଭାବେ ପ୍ରତ୍ୟାହାର କରାଯାଇଥିବା ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରେସ୍‍ ବିବୃତ୍ତିରେ ଦର୍ଶାଯାଇଛି। ବିବୃତ୍ତି ପ୍ରକାରେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ପୁବର୍ରୁ ଜାରୀ କରିଥିବା ନିୟମକୁ ପ୍ରତ୍ୟାହାର କରିବା ସହିତ ଆଜିଠାରୁ ସମଗ୍ର ଜିଲ୍ଲାରେ ସମସ୍ତ ଦୋକାନ ବଜାର ଗୁଡିକ ସାଧାରଣ ଭାବରେ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୁର୍ବରୁ ୩୧.୦୮.୨୦୨୦ତାରିଖରେ ଜାରୀ କରାଯାଇଥିବା ନିୟମ ଅନୁସାରେ ଦୋକାନ ବଜାର ଗୁଡିକ ସକାଳ ୭ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରଖାଯିବା ସହିତ ରାତ୍ରି ସମୟରେ ଜିଲ୍ଲାରେ କର୍ଫ୍ୟ ଜାରୀ କରାଯାଇଥିଲା। ତେବେ ଲୋକଙ୍କର ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଏହି ଆଦେଶକୁ ପ୍ରତ୍ୟାହାର କରାଯାଇ ଆଜିଠାରୁ ସମସ୍ତ ଦୋକାନ ବଜାର ସବୁ ନିୟମିତ ଭାବରେ ଗ୍ରାହକ ମାନଙ୍କୁ ସେବା ପ୍ରଦାନ କରିପାରିବେ ବୋଲି ଆଜି ଦିଆଯାଇଥିବା ନିର୍ଦ୍ଧେଶରେ କୁହାଯାଇଛି। ତେବେ ଏହି ସମୟଭିତରେ ଗ୍ରାହକ ମାନଙ୍କ ସମେତ ବ୍ୟବସାୟୀ ମାନେ ମଧ୍ୟ କୋଭିଡ୍‍ ନିୟମକୁ ମାନି ଚଳିବାକୁ ପରାମର୍ଶ ଦିଆଯିବା ସହିତ ସୁରକ୍ଷା ପାଇଁ ସମସ୍ତେ ମାକ୍ସ ପରିଧାନ କରିବା ଓ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଇଚି। ତେବେ ଆଜି ପୂର୍ବ ଆଦେଶ ପ୍ରତ୍ୟାହାର ପରେ ବିଶେଷ କରି ଗତ ୫ ମାସ ହେଲା ଦିନେ ମଧ୍ୟ ଦୋକାନ ଖୋଲିବା ପାଇଁ ସୁଯୋଗ ପାଇ ନଥିବା କନ୍ଧମାଳ ଜିଲା ଫାଷ୍ଟଫୁଡ଼୍‍ ବ୍ୟବସାୟୀ ମାନେ ଏକ ପ୍ରକାର ଆସ୍ୱସ୍ଥିତ ଲାଭ କରିଛନ୍ତି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories