www.samajalive.in
Tuesday, December 9, 2025
17.1 C
Bhubaneswar

ଅଷ୍ଟ୍ରେଲିଆ: ଜାନୁଆରୀରୁ ସବୁ ଦେଶବାସୀଙ୍କୁ ମାଗଣା କରୋନା ଟୀକା

ଆଡ଼ିଲେଡ଼: ଆସନ୍ତା ଜାନୁଆରୀ ମାସରୁ ଅଷ୍ଟ୍ରେଲିଆରେ ଦେଶବାସୀଙ୍କୁ ଦିଆଯିବ କରୋନା ଟୀକା । ଅଷ୍ଟ୍ରେଲିଆର ସ୍ବାସ୍ଥ୍ୟମନ୍ତ୍ରୀ ଗ୍ରେଗ୍ ହଣ୍ଟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜାନୁଆରୀରେ ଅଷ୍ଟ୍ରେଲିଆରେ କରୋନା ଟୀକା ମିଳିଯିବ ଏବଂ ଏହି ଟୀକାର ଦୁଇଟି ଡ଼ୋଜ୍ ଲୋକମାନଙ୍କୁ ଦିଆଯିବ । ଏହି ଟୀକା ବହୁ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ କରୋନାରୁ ସୁରକ୍ଷିତ ରଖିବ ବୋଲି ସେ କହିଛନ୍ତି ।

ଅଷ୍ଟ୍ରେଲିଆ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଅଷ୍ଟ୍ରେଲିଆ ସରକାର ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ କରୋନା ଟୀକା ଖରିଦ କରିବା ପାଇଁ ମଧ୍ୟ ବୁଝାମଣା କରିଛନ୍ତି । ଏହା ଯଦି ସୁରକ୍ଷିତ ବୋଲି ଅନୁଭୂତ ହୁଏ ତେବେ କ୍ବିନ୍ସଲ୍ୟାଣ୍ଡ ବିଶ୍ବ ବିଦ୍ୟାଳୟରେ ଏହାକୁ ବିକଶିତ କରାଯିବ । ଅଷ୍ଟ୍ରେଲିଆରେ ବିକଶିତ କରୋନା ଟୀକାକୁ ପ୍ରଥମ ଡ଼ୋଜ ଦିଆଯିବା ପରେ ମାସକ ପରେ ଦ୍ବିତୀୟ ଡ଼ୋଜ୍ ପ୍ରଦାନ କରାଯିବ । ଏହା ଆଜୀବନ କାର୍ଯ୍ୟ କରିବ କି ନାହିଁ ତାହା ଉପରେ ପରୀକ୍ଷାନିରୀକ୍ଷା ଚାଲିଛି ବୋଲି ସେ କହିଛନ୍ତି ।

- Advertisement -

ଟୀକା ସୁରକ୍ଷିତ ମନେ ହେବା ଓ ଏଥିପାଇଁ ସରକାରୀ ମଞ୍ଜୁରୀ ମିଳିବା ପରେ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ଓ ସମ୍ଭବତଃ ଜାନୁଆରୀ ମାସରୁ ଏହାକୁ ପ୍ରଦାନ କରାଯିବ । ଆସନ୍ତା ବର୍ଷ ପର୍ଯ୍ୟନ୍ତ ଦେଶରେ ୮୦ ନିୟୁତ କରୋନା ଟୀକା ଆବଶ୍ୟକ ଏହାମଧ୍ୟରୁ ଜାନୁଆରୀ-ଫେବ୍ରୁଆରୀରେ ୩.୮ ନିୟୁତ ଟୀକା ଆବଶ୍ୟକ ପଡ଼ିବ । ଛାମୁଆଁ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଏହି ଟୀକା ପ୍ରଦାନ କରାଯିବ । ଏହା ସହ ଅଷ୍ଟ୍ରେଲିଆ ରାଷ୍ଟ୍ରପତି ସ୍ପର୍ଟ ମୋରିସନ ସମସ୍ତଙ୍କୁ ମାଗଣା ଟୀକା ଦିଆଯିବ ବୋଲି ଘୋଷଣା କରିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିପାଇଁ ୧୦୦ ନିୟୁତ ସିରିଞ୍ଜ ଖରିଦ କରାଯିବ ବୋଲି ଉଲ୍ଲେଖ କରି ଲୋକମାନଙ୍କଠାରୁ ଏଥିପାଇଁ କୌଣସି ଅର୍ଥ ନିଆଯିବ ନାହିଁ ବୋଲି ସେ କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories