www.samajalive.in
Saturday, December 6, 2025
26.1 C
Bhubaneswar

ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ; କୋଭିଡ କଟକଣା ମଧ୍ୟରେ ପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରୀ। ଏହି ଉପଲକ୍ଷେ ରାଜ୍ୟର ସମସ୍ତ ଶୈବ ପୀଠରେ ମହାଦେବଙ୍କ ଆରାଧନା କରାଯାଉଛି। ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ, ପୁରୀର ଲୋକନାଥ, ଭଦ୍ରକର ବାବା ଆଖଣ୍ଡଳମଣି, କଟକର ଧବଳେଶ୍ୱର ପୀଠ ଭଳି ବହୁ ଶୈବ ପୀଠରେ କୋଭିଡ କଟକଣା ମଧ୍ୟରେ ପୂଜାର୍ଚ୍ଚନା କରାଯାଉଛି। ଶୈବ ପୀଠରେ ଭକ୍ତଙ୍କ ସମାଗମ ଆରମ୍ଭ ହୋଇ ସାରିଛି।
ଏହି ଅବସରରେ ବାବା ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବା ନେଇ ନୀତି ନିର୍ଦ୍ଦଣ୍ଟ ହୋଇଛି। ପୁରୀ ଲୋକନାଥଙ୍କ ନିକଟରେ ଭୋର ୪ଟାରେ ମହାଦୀପ ଉଠିବ।
କଟକ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ କରାଯାଇଥିବା ସହ ଗହଳି ନହେବା ସହ ଭକ୍ତଙ୍କୁ ଦର୍ଶନରୁ ବାରଣ କରାଯାଇଛି। ପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଭୋଗ ପରେ ରାତି ଗୋଟାଏରେ ମହାଦୀପ ଉଠିବ।
ସେହିପରି ଭଦ୍ରକରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି। ଢେଙ୍କାନାଳର କପିଳାସ ପୀଠରେ ରାଜ୍ୟ ଓ ଜିଲା ବାହାର ଭକ୍ତଙ୍କୁ ଯିବାକୁ ବାରଣ କରାଯାଇଛି। କୋଭିଡ ରିପୋର୍ଟ ଦେଖାଇ ଜିଲା ଭିତର ଲୋକେ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ। ଏଠାରେ ଭୋର ୪ଟାରେ ମହାଦୀପ ଉଠିବ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories