www.samajalive.in
Monday, December 8, 2025
20.1 C
Bhubaneswar

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶିବରାଜ ସିଂ ଚୌହାନ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଶିବରାଜ ସିଂ ଚୌହାନ ଇସ୍ତଫା ଦେଇଛନ୍ତି। ସେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶିବରାଜ ଏବେ ସ୍ବାଧୀନ ବୋଲି କହିଛନ୍ତି। ନିର୍ବାଚନରେ ପରାଜୟ ପାଇଁ ସେ ନିଜକୁ ଦାୟୀ କରିବା ସହ ଦଳୀୟ କର୍ମୀମାନେ ବହୁ ପରିଶ୍ରମ କରିଥିଲେ ବୋଲି ମଧ୍ୟ ଶିବରାଜ କହିଛନ୍ତି। ବହୁମତ ମିଳି ନଥିବାରୁ ସରକାର ଗଢିବା ପାଇଁ ସେମାନେ ଦାବି କରିବେ ନାହିଁ ।

ମଙ୍ଗଳବାର ଦିନ କଡା ଟକ୍କର ହେବା ପରେ ବୁଧବାର ସକାଳେ ନିର୍ବାଚନ ଆୟୋଗ କଂଗ୍ରେସକୁ ୧୧୪ ସିଟ୍ ସହ ସବୁଠାରୁ ବଡ ଦଳ ବୋଲି ଘୋଷିତ କରିଛି। ମାୟାବତୀ ଓ ଅଖିଳେଶ ଯାଦବ ମଧ୍ୟ କଂଗ୍ରେସ ଦଳକୁ ସମର୍ଥନ ଦେବେ ବୋଲି ଘୋଷଣା କରିଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ୨୩୦ ଆସନରୁ ୧୦୯ଟି ସିଟ୍ ବିଜେପି ହାତକୁ ଯାଇଥିବା ବେଳେ ୧୧୪ଟି ଆସନରେ କଂଗ୍ରେସ ବିଜୟୀ ହୋଇଛି। ଏବଂ ଅନ୍ୟାନ୍ୟଙ୍କ ପାଖକୁ ୭ଟି ସିଟ୍ ଯାଇଛି । ବିଏସପିକୁ ୨ଟି, ସମାଜବାଦୀ ପାର୍ଟିକୁ ଗୋଟିଏ ଓ ସ୍ୱାଧୀନଙ୍କୁ ୪ଟି ସିଟ୍ ମିଳିଛି । ମଧ୍ୟପ୍ରଦେଶରେ ୧୫ ବର୍ଷ ପରେ କ୍ଷମତାକୁ ଫେରିବାକୁ ଯାଉଥିବାରୁ କଂଗ୍ରେସର ଦଳୀୟକର୍ମୀମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories