www.samajalive.in
Monday, December 8, 2025
27.1 C
Bhubaneswar

ବିଜେପିକୁ ଶିବସେନାର ପ୍ରଶ୍ନ; ରାଷ୍ଟ୍ରପତି କ’ଣ ତୁମ ପକେଟରେ ଅଛନ୍ତି?

ମୁମ୍ବଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ଲାଗି ବିଜେପି ଓ ଶିବସେନା ମଧ୍ୟରେ ଟଣାଓଟରା ଚାଲିଛି। ଏପରି ସ୍ଥିତିରେ ଶିବସେନା ତା’ର ସହଯୋଗୀ ବିଜେପିକୁ ଶନିବାର ପୁଣି ଥରେ ଟାର୍ଗେଟ କରି କଡ଼ା ସମାଲୋଚନା କରିଛି। ଚଳିତମାସ ୭ ତାରିଖ ସୁଦ୍ଧା ରାଜ୍ୟରେ ସରକାର ଗଠନ ହୋଇ ନ ପାରିଲେ ରାଷ୍ଟ୍ରପତି ଶାସନ ଲାଗୁ ହେବ ବୋଲି ବିଜେପି ନେତା ସୁଧୀର ମୁଙ୍ଗତିୱାର ମନ୍ତବ୍ୟ ଦେବା ପରେ ଶିବସେନା ଏହାକୁ ନେଇ ପ୍ରଶ୍ନ ଉଠାଇଛି। ରାଷ୍ଟ୍ରପତି କ’ଣ ତୁମ ପକେଟରେ ଅଛନ୍ତି ବୋଲି ଶିବସେନା କଟାକ୍ଷ କରି ବିଜେପିକୁ ପ୍ରଶ୍ନ କରିଛି।

ବିଜେପି ଓ ଶିବସେନା ମଧ୍ୟରେ ମେଣ୍ଟ ୩୦ ବର୍ଷ ପୁରୁଣା। କିନ୍ତୁ ଚଳିତ ଥର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଦୁଇଦଳ ମୁଖ୍ୟମନ୍ତ୍ରୀ ପଦବୀ ଏବଂ ଅନ୍ୟାନ୍ୟ ଗୁରୁତ୍ଵପୂଣ୍ଣ ବିଭାଗ ବଣ୍ଟନ ନେଇ ମୁହାଁମୁହିଁ ହୋଇଛନ୍ତି। ଶିବସେନା ଏହାର ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ବିଜେପି କ୍ଷମତାର ଦୁରୁପୋଯୋଗ କରୁଥିବା ନେଇ ଚେତାବନୀ ଦେଇଛି। ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ବିଜେପି ନେତା ସୁଧୀର ମୁଗତିୱାର ଦେଇଥିବା ଧମକ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ। ଏପରି ମନ୍ତବ୍ୟ ଜନତାଙ୍କ ପ୍ରତି ଅପମାନ ବୋଲି ସମ୍ପାଦକୀୟରେ ଦର୍ଶାଯାଇଛି।

- Advertisement -

ସୂଚନାଯୋଗ୍ୟ, ୨୮୮ ଆସନରୁ ବିଜେପି ୧୦୫ ଆସନରେ ଜିତିଥିବାବେଳେ ଶିବସେନା ୫୬ ଆସନରେ ବିଜୟୀ ହୋଇଛି। ଏନସିପି ୫୪ ଓ କଂଗ୍ରେସ ୪୪ ଆସନରେ ବିଜୟ ଲାଭ କରିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories