ମୁମ୍ବଇ : ବଲିଉଡ଼ ବାଦଶାହ ଶାହରୁଖ ଖାନ୍ ଶନିବାର(୨ ନଭେମ୍ବର) ନିଜର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଶାହରୁଖଙ୍କ ମୁମ୍ବଇ ସ୍ଥିତ ବାସଭବନ ‘ମନ୍ନତ’ ସମ୍ମୁଖରେ ହଜାର ହଜାର ସଂଖ୍ୟକ ପ୍ରଶଂସକମାନେ ତାଙ୍କ ପ୍ରିୟ କଳାକାରଙ୍କୁ ଶୁଭେଚ୍ଛା ଦେବା ପାଇଁ ପହଞ୍ଚିଥିଲେ। ଶାହରୁଖ ନିଜ ବାଲ୍କୋନୀରେ ଠିଆ ହୋଇ ତାଙ୍କ ପ୍ରଶଂସକମାନଙ୍କୁ ଭେଟିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ।


ଏହାସହିତ ବଲିଉଡ଼ଠାରୁ ଆରମ୍ଭ କରି ବିଭିନ୍ନ ମହଲରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି। ଆଜି ସେ ତାଙ୍କ ପରିବାର ଓ ବନ୍ଧୁ ବର୍ଗଙ୍କ ସହ ଜନ୍ମଦିନ ପାଳନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ସୂଚନାଯୋଗ୍ୟ, ଶାହରୁଖଙ୍କୁ ପ୍ରାୟ ବର୍ଷେ ହେବ ପ୍ରସଂଶକମାନେ ପରଦାରେ ନଦେଖି ନିରାଶ ହୋଇ ପଡ଼ିଛନ୍ତି। ତେବେ ଜନ୍ମଦିନ ଅବସରରେ ସେ ନିଜ ଆଗାମୀ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିବେ ବୋଲି ପ୍ରଶଂସକ ଆଶା ପୋଷଣ କରିଛନ୍ତି।



