www.samajalive.in
Monday, December 8, 2025
27.1 C
Bhubaneswar

ସଂଘାତ ମଧ୍ୟରେ ବଞ୍ଚିଛି, ବଞ୍ଚିବି – ଶିଳ୍ପା

ଏହି ମାମଲାରେ ଶିଳ୍ପା ପ୍ରଥମ ଥର ମୁହଁ ଖୋଲିଛନ୍ତି। ଶିଳ୍ପା ଗୁରୁବାର ରାତିରେ ନିଜ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ଲେଖକ ଜେମ୍ସ ଥର୍ବରଙ୍କ ପୁସ୍ତକର ଏକ ପୃଷ୍ଠାକୁ ଉଦ୍ଧୃତ କରି ଉଲ୍ଲେଖ କରିଛନ୍ତି ଯେ ‘ଘାତ ପ୍ରତିଘାତ ମଧ୍ୟରେ ସେ ତିଷ୍ଠି ରହିଛନ୍ତି। ଅତୀତରେ ଏମିତି ବହୁ ସଂଘାତର ସାମ୍ନା କରିଥିଲେ, ଆଗକୁ ମଧ୍ୟ କରିବେ ଓ ତାରି ମଧ୍ୟରେ ଆଗକୁ ବଢ଼ିବେ’ ବୋଲି ସେ ଲେଖିଛନ୍ତି। ‘ଆମେ ଯେଉଁଠି ଅଛୁ, ଠିକ୍‌ ଅଛୁ। କ’ଣ ସବୁ ଘଟୁଛି ବା ଆଗକୁ ଘଟିବାକୁ ଯାଉଛି ଏବଂ ବସ୍ତବତା କ’ଣ ସେ ସମ୍ପର୍କରେ ଆମେ ସଚେତନ ଅଛୁ; ତେଣୁ ମୁଁ ବିବ୍ରତ ହେଉ ନାହିଁ। ମୁଁ ଭାଗ୍ୟବାନ୍‌ ଯେ ବଞ୍ଚିରହିଛି। ଯେତେ ବାଧାବିଘ୍ନ ଆସିଲେ ବି ମୋ’ଠାରୁ ଜୀବନକୁ ଛଡ଼ାଇ ନେଇପାରିବନି। ମୁଁ ଯୋଗାଭ୍ୟାସ ମାଧ୍ୟମରେ ବଞ୍ଚିଛି ଏବଂ ଏଥିରେ ଜୀବନ ରହିଛି ବୋଲି ଭାବୁଛି।’

ଏଥିସହିତ ସେ ଶୁକ୍ରବାର ଡିଜିଟାଲ ପ୍ଳାଟଫର୍ମରେ ଶୁକ୍ରବାର ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ହଙ୍ଗାମା-୨’ ଦେଖିବା ପାଇଁ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ଏହି ଆବେଦନର ନିମ୍ନରେ ସେ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ନାମରେ ସ୍ବକ୍ଷର କରିଛନ୍ତି। ଦୀର୍ଘ ୧୪ବର୍ଷ ବ୍ୟବଧାନରେ ସେ ଅଭିନୟ ଜଗତକୁ ଫେରିଛନ୍ତି। ଗତ ୧୯ରେ ସ୍ବାମୀ ରାଜ କୁନ୍ଦ୍ରା ଗିରଫ ହେବା ପରଠାରୁ ଶିଳ୍ପା ଅଦ୍ୟାବଧି ମୁହଁ ଖୋଲି ନ ଥିଲେ। ପୁଲିସ ରାଜଙ୍କର ସାମାଜିକ ଗଣମାଧ୍ୟମ ଯାଞ୍ଚ କରାଯାଇଥିଲା ଏବଂ ଅଶ୍ଳୀଳ ବ୍ୟବସାୟରେ ଶିଳ୍ପାଙ୍କର ପ୍ରତ୍ୟକ୍ଷ ସମ୍ପୃକ୍ତିର ସୂଚନା ମିଳି ନ ଥିବା ପୁଲିସ ପୂର୍ବରୁ କହିଥିଲା। ସୂଚନାଯୋଗ୍ୟ ଯେ ୪୫ବର୍ଷୀୟ କୁନ୍ଦ୍ରା ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ୨୦୦୯ରେ ଶିଳ୍ପାଙ୍କୁ ବିବାହ କରିଥିଲେ। ଶିଳ୍ପାଙ୍କର ନିଜସ୍ବ ବ୍ୟବସାୟ ରହିଛି। କୁନ୍ଦ୍ରା ୨୦୧୩ରେ କହିଥିଲେ ଯେ ସେ ଦାରିଦ୍ର୍ୟକୁ ଘୃଣା କରନ୍ତି। ଅଧିକ ଧନୀ ହେବା ତାଙ୍କର ଲକ୍ଷ୍ୟ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories