www.samajalive.in
Saturday, December 6, 2025
26.1 C
Bhubaneswar

କିଏ ଏହି ସେହବାଜ ?

ଇସଲାମବାଦ୍‌: ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେହବାଜ୍ ସରିଫ । ଅନାସ୍ଥା ଭୋଟରେ ହାରି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗାଦିଚ୍ୟୁତ ହେବା ପରେ ପାକିସ୍ତାନର ମଙ୍ଗ ଧରିଛନ୍ତି ସେହବାଜ୍ ସରିଫ। ହେଲେ ଏହି ସେହବାଜ କିଏ ? କଣ ରହିଛି ସେହବାଜଙ୍କ କ୍ୟାରିୟର ? ଆସନ୍ତୁ ଜାଣିବା..

ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ ପାର୍ଟିର ଅଧ୍ୟକ୍ଷ ଅଛନ୍ତି ସେହବାଜ । ଶାହାବାଜ ସରିଫ ହେଉଛନ୍ତି ପାକିସ୍ତାନର ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ୱାଜ ସରିଫଙ୍କ ସାନ ଭାଇ । ସେହବାଜ୍ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ତିନି ଥର କାର୍ଯ୍ୟ କରିଛନ୍ତି। ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ପରିବାରର ବ୍ୟବସାୟ ସହିତ ଜଡିତ ଥିଲେ। ସେ ପାକିସ୍ତାନ ଇସ୍ପାତ କମ୍ପାନୀ ସହ ପ୍ରତିଷ୍ଠାତା। ୧୯୯୭ରେ ସେ ରାଜନୀତିରେ ଯୋଗ ଦେଇଥିଲେ। ଦେଶରେ ସାମରିକ ବିଦ୍ରୋହକୁ ନେଇ ସେ ୨୦୦୦ ମସିହାରେ ସାଉଦି ଆରବ ଚାଲିଯାଇଥିଲେ। ୨୦୦୭ରେ ସେ ପାକିସ୍ତାନ ଫେରିବା ସହିତ ପୁନର୍ବାର ରାଜନୀତିରେ ଯୋଗ ଦେଇଥିଲେ।

- Advertisement -

୨୦୧୭ରେ ଭାଇ ନୱାଜ ସରିଫ ପାନାମା ପେପର୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହେଇ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ଓ ଦେଶ ଛାଡି ଚାଲିଯିବା ପରେ ସେହବାଜ୍ ଜାତୀୟ ରାଜନୀତିକୁ ଓହ୍ଲାଇ ଥିଲେ। ଏହି ସମୟରେ ସେ ପିଏମ୍ଏଲ-ଏନ୍‌ର ଅଧ୍ୟକ୍ଷ ହୋଇଥିଲେ। ରାଜନୈତିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପାକିସ୍ତାନ ସେନା ସହିତ ସେହବାଜଙ୍କ ଉତ୍ତମ ସମ୍ପର୍କ ରହିଛି। ସେନାର ସମର୍ଥନ ବିନା ପାକିସ୍ତାନରେ ସରକାର ଚାଲିବା ଅସମ୍ଭବ। ପାକିସ୍ତାନ ସେନା ଦେଶର ବିଦେଶ ନୀତି ଓ ପ୍ରତିରକ୍ଷା ନୀତିକୁ ନିୟନ୍ତ୍ରଣ କରିଥାଏ।

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories