www.samajalive.in
Monday, December 8, 2025
13.1 C
Bhubaneswar

ବିଶ୍ୱରେ ୨୦୫୦ମସିହା ସୁଦ୍ଧା ବରିଷ୍ଠନାଗରିକଙ୍କ ସଂଖ୍ୟା ୧୫୦କୋଟିରେ ପହଞ୍ଚିବ

ଭୂବନେଶ୍ୱର: ଆଜି ଏନ୍‌ଆର୍‌ସିଡବ୍ଲ୍ୟୁଡି ଦ୍ୱାରା ପରିଚାଳିତ ଆରଆରଟିସି ତରଫରୁ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟ, ଭାରତ ସରକାରଙ୍କ ସହଯୋଗରେ ଭୂବନେଶ୍ୱରସ୍ଥ ଆରଆରଟିସି ସଭାଗୃହରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ପଦ୍ମଶ୍ରୀ ଡକ୍ଟର ପ୍ରଫୁଲ୍ଲ କୁମାର ଜେନା ଓ ଡକ୍ଟର ସେବା ମହାପାତ୍ରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଗୁଗୁଲ୍ ମିଟ୍ ଜରିଆରେ ଆଠଦିନିଆ ୱେବିନାର୍ ଶୁଭ ଉଦ୍‌ଘାଟିତ ହୋଇଯାଇଛି। ଉକ୍ତ ୱେବିନାର୍ରେ ଅନ୍ୟୁନ ୪୦ରୁ ୫୦ ଲୋକ ଯଥା ବ୍ୟୟୋଜ୍ୟେଷ୍ଠ ବ୍ୟକ୍ତି, ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତା, ବରିଷ୍ଠ ନାଗରିକ ବାସସ୍ଥାନର ଅନ୍ତେବାସୀଗଣ, ସାମାଜିକ କର୍ମୀ, ଗଣମାଧ୍ୟମ ପ୍ରତିନିଧିବୃନ୍ଦ, ସରକାରୀ କର୍ମଚାରୀ ବୃନ୍ଦ, ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ। ଆୟୋଜିତ ହୋଇଥିବା ଏହି ୱେବିନାର୍ରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡ.ପ୍ରଫୁଲ୍ଲ କୁମାର ଜେନା ଯୋଗଦାନ କରିଥିବା ବେଳେ ଡକ୍ଟର ସେବା ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଡକ୍ଟର ଜେନା କହିଲେ ଯେ ସେ ୯୦ ବର୍ଷରେ ପହଞ୍ଚିଥିଲେ ମଧ୍ୟ ଏବେ ବୈଦିକ ଓ ଦୈନିକ କାର୍ଯ୍ୟକ୍ରମରେ ନିଜର ଅଭ୍ୟାସ ଅବ୍ୟାହତ ରଖିଛନ୍ତି। ଏତଦ୍ ବ୍ୟତୀତ ସେ ଗୁରୁତ୍ୱର ସହ କହିଥିଲେ ଯେ ବରିଷ୍ଠ ନାଗରିକଙ୍କର ଅଭିଜ୍ଞତାକୁ ପାଥେୟ କରି ସାମାଜିକ ସେବା, ଜ୍ଞାନକୌଶଳର ବିକାଶ, ସ୍ୱାସ୍ଥ୍ୟସେବା, ଶିକ୍ଷାପ୍ରଦାନ,ବୃକ୍ଷରୋପଣ ଆଦି କାର୍ଯ୍ୟରେ ନିୟୋଜିତ କରାଯିବା ଉତିତ୍। ୬୦ବର୍ଷରେ ଅବସର ଗ୍ରହଣ କଲେ ମଧ୍ୟ ବହୁ ବରିଷ୍ଠ କର୍ମଚାରୀ ଆଗକୁ କାମ କରିବାର ଦକ୍ଷତା ଥିବାଯୋଗୁଁ ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ଉଚିତ୍। ଠିକ୍ ସେହିପରି ଡକ୍ଟର ମହାପାତ୍ର ଅବଗତ କରାଇଥିଲେ ଯେ ସମଗ୍ର ବିଶ୍ୱରେ ୨୦୫୦ମସିହା ସୁଦ୍ଧା ବରିଷ୍ଠନାଗରିକଙ୍କ ସଂଖ୍ୟା ୧୫୦କୋଟିରେ ପହଞ୍ଚିବ। ଏପରି ଆକଳନରୁ ଜଣାଯାଉଛି ଯେ ୨୦୫୦ମସିହା ବେଳକୁ ବରିଷ୍ଠନାଗରିକଙ୍କ ସଂଖ୍ୟା ଭାରତବର୍ଷରେ ମୋଟ୍ ଜନସଂଖ୍ୟାର ଶତକଡା ୨୦ପ୍ରତିଶତ ବୃଦ୍ଧି ପାଇବ। ଏହାଛଡା କୋଭିଡ୍ ମହାମାରୀ ସମୟରେ ବରିଷ୍ଠ ନାଗରିକମାନଙ୍କର ଯଥେଷ୍ଟ ସ୍ୱାସ୍ଥ୍ୟର ଯତ୍ନର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
ଏଠାରେ ପ୍ରକାଶ ଯୋଗ୍ୟ ଯେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟର ଅତିରିକ୍ତ ସଚିବ ଉପମା ଶ୍ରୀବାସ୍ତବ ଆସନ୍ତା କାଲିର କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ୱେବିନାର୍ ଦୀର୍ଘ ଆଠ ଦିନ ଧରି ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ଦିବା ୧ଘଟିକା ପର୍ଯ୍ୟନ୍ତ ଗୁଗୁଲ୍ ମିଟ୍ ଜରିଆରେ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଅଭିଜ୍ଞ ରିସୋର୍ସ ପର୍ସନମାନଙ୍କ ଦ୍ୱାରା ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ନାଗେଶ୍ୱର ପଟ୍ଟନାୟକ ସଂକଳନ କରିଥିଲେ ଏବଂ ଭାରତ ସରକାର ଆଣୁଥିବା ନୂତନ ନାଗରିକ ନୀତି ନିଶ୍ଚୟ ପ୍ରଗତିଶୀଳ ହେବ ବୋଲି କହିଥିଲେ। ଏହି ୱେବିନାରରେ ଆଲୋଚିତ ହେବାକୁ ଥିବା ବିଷୟବସ୍ତୁ ଗୁଡିକୁ ଆଗାମୀ ସାତ ଦିନରେ ବରିଷ୍ଠ ଆଇନ୍‌ଜୀବୀ ସଞ୍ଜୀବ୍ ରାଉତ, ସିଦ୍ଧାର୍ଥ ଦାସ, ହେଲପ୍ ଏଜ୍ ଇଣ୍ଡିଆର ରାଜ୍ୟ ମୁଖ୍ୟ ଭାରତୀ ଚକ୍ର, ବିଶିଷ୍ଟ ମନସ୍ତତ୍ତ୍ବବିତ୍ ପ୍ରଫେସର ପ୍ରକାଶ ରଥ, ଡକ୍ଟର ଅରବିନ୍ଦ ମହାନ୍ତି, ଡ. ହରିଶ୍ ଚୌଧୁରୀ, ଡ.ଅମ୍ରିତ୍ ପଟ୍ଟଯୋଶୀ, ଡ.ବିଶ୍ୱଭୂଷଣ ପ୍ରଧାନ, ଡ. ଅମ୍ଲାନ୍ ମାଇତି, ଡ. ଝରଣା ସ୍ୱାଇଁ, ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଯୁଗଳ କିଶୋର ମହାପାତ୍ର ଓ ବିବେକ ପଟ୍ଟନାୟକ, ବରିଷ୍ଠ ସମାଜସେବୀ ଇମ୍ରାନ୍ ଅଲ୍ଲୀ ଓ ଗୀତା ପ୍ରହରାଜ ପ୍ରମୁଖ ରିସୋର୍ସ ପର୍ସନ ଭାବେ ଆଲୋଚନାରେ ଅଂଶଗ୍ରହଣ କରି ଅତି ପ୍ରାଞ୍ଜଳ ଭାବେ ବିଷୟଗୁଡିକୁ ଅଂଶଗ୍ରହଣକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରିବେ। ଏହି ୱେବିନାର୍ରେ ଅଧିକ ସଂଖ୍ୟାରେ ଭାଗ ନେଇ ୱେବିନାର୍କୁ ସଫଳ କରିବାକୁ ଆୟୋଜକ ଆଶା ପ୍ରକାଶ କରିଛନ୍ତି। ଶେଷରେ ଏନଆରସିଡବ୍ଲ୍ୟୁଡିର ସମ୍ପାଦକ ସୁକାନ୍ତ ପରିଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଆରଆରଟିସିର ପ୍ରକଳ୍ପ ସଂଯୋଜିକା ବାସନ୍ତୀ ବେହେରା ୱେବିନାର୍କୁ ସୁଚାରୁରୂପେ ପରିଚାଳନା କରିଥିଲେ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories