www.samajalive.in
Tuesday, December 9, 2025
26.1 C
Bhubaneswar

ପ୍ଲାଜମା ଦାନ କରି ଉଦାହରଣ ସୃଷ୍ଟି କଲେ କଲେଜ ଛାତ୍ର

ପାତ୍ରପୁର : କେରୋନା ଆକ୍ରାନ୍ତ ହୋଇ ଘରୋଇ ସଂଘରୋଧ କେନ୍ଦ୍ରରେ ରହି ସୁସ୍ତ ହୋଇଥିବା ଜଣେ କଲେଜ ଛାତ୍ର ପ୍ଲାଜମା ଦାନ କରି ଅଞ୍ଚଳରେ ପ୍ରଶଂସାର ପାତ୍ର ପାଲଟିଛନ୍ତି। ପାତ୍ରପୁର ବ୍ଲକ ବମକେଇ ଗ୍ରାମର ପୂର୍ବତନ ବାଚସ୍ପତି ଚିନ୍ତାମଣୀ ଦ୍ୟାନ ସାମନ୍ତରାଙ୍କ ନାତି ଏବଂ ସୁରେଶ ଚନ୍ଦ୍ର ଦ୍ୟାନ ସାମନ୍ତରାଙ୍କ ପୁଅ ରାଜଶେଖର ଦ୍ୟନ ସାମନ୍ତରା (୧୭)ଗତ ଜୁଲାଇ ମାସ ୩୧ରେ କେରୋନାରେ ଆକ୍ରାନ୍ତ ହୋଇଥିଲେ। ସେ ସାମନ୍ତିଆ ପଲ୍ଲୀ ଘରୋଇ ସଂଘରୋଧରେ ରହି ସୁସ୍ତ ହୋଇ ଥିଲେ। ଏହା ପରେ ତାଙ୍କର ରିପୋଟ ନେଗେଟିଭ ଆସିଥିଲା।

ସେ ପ୍ଲାଜମା ଦାନ ପାଇଁ  ଇଚ୍ଛା ପ୍ରକାଶ କରି ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧକାରୀ ଡ଼ା ସମ୍ବିତ କୁମାର ବେଗରାୟଙ୍କୁ ଜଣାଇବା ସହ ନମୁନା ପରୀକ୍ଷା କରିଥିଲେ। ଗୁରୁବାର ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ବ୍ରହ୍ମପୁର ପ୍ଲାଜମା ବ୍ୟାଙ୍କରେ ପହଞ୍ଚି ପ୍ଲାଜମା ଦାନ କରିଥିଲେ। ସାଙ୍ଗରେ ଭାଇ ମରୁତି ଦ୍ୟାନ ସାମନ୍ତରା ଉପସ୍ଥିତ ଥିଲେ। ସେ ଏବେ ଅଙ୍କୁଶ ପୁର ଶିକ୍ଷା କଲେଜ ରେ + ୨ ବାଣିଜ୍ୟର ଛାତ୍ର ଅଟନ୍ତି। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ପ୍ରଶଂସା ମିଳିବାରେ ଲାଗିଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories