www.samajalive.in
Sunday, December 7, 2025
16.1 C
Bhubaneswar

ଆତ୍ମଘୋଷିତ ଭଗବାନ ଓ କଳା କାରନାମା

ରାମ୍‌‌ପାଲ
ବିବାଦୀୟ ସନ୍ଥ ରାମପାଲ ନିଜକୁ ଈଶ୍ୱରଙ୍କ ଅବତାର ତଥା ଜଗତଗୁରୁ ଘୋଷଣା କରି ରୋହତକ୍‌‌ ଜିଲା କରୌଥାରେ ନିଜର ପ୍ରଥମ ଆଶ୍ରମ ପ୍ରତିଷ୍ଠା କରିଥିଲେ। ରାମପାଲ୍‌‌ଙ୍କ କଥନ ଭଙ୍ଗୀରେ ଯାଦୁକରୀ ଶକ୍ତି ଥିବାରୁ ଏବଂ ତାଙ୍କର ଆଧୁନିକ ପରିପାଟୀ ଯୋଗୁଁ ଏକପ୍ରକାର କର୍ପୋରେଟ ଓ ହାଇପ୍ରୋଫାଇଲ ବାବା ଭାବେ ସହଜରେ ଭକ୍ତମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇଗଲେ। ବାବାଙ୍କ ବିରୋଧରେ ଜମି ହଡ଼ପ, ଧର୍ମୀୟ ଆକ୍ରମଣ, ହତ୍ୟାକାଣ୍ଡ ଓ ହତ୍ୟା ଉଦ୍ୟମ ଭଳି ୩୫ଟି ସଙ୍ଗିନ ମାମଲା କୋର୍ଟରେ ବିଚାରାଧୀନ ରହିଛି। ରାମପାଲ ଆତଙ୍କବାଦୀ ନ ହୋଇ ମଧ୍ୟ ମୋଷ୍ଟ ୱାଣ୍ଟେଡ ହୋଇଯାଇଥିଲେ। ସେ ଦେଶର ଆଇନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଥିଲେ। ପରିଶେଷରେ ତାଙ୍କୁ ସତ୍‌‌ଲୋକ ଆଶ୍ରମରୁ ଗିରଫ କରାଯାଇଥିଲା।

ଆଶାରାମ ବାପୁ
ଭକ୍ତି ଯୋଗ, ଜ୍ଞାନଯୋଗ ଓ କର୍ମଯୋଗର ଜଣେ ବଡ଼ ପ୍ରବକ୍ତା ଭାବେ ଆଶାରାମଙ୍କ ସୁଖ୍ୟାତି ରହିଛି। ଅହମ୍ମଦାବାଦର ସାବରମତୀ ଆଶ୍ରମ ନିକଟରେ ତାଙ୍କର ଆଶ୍ରମ ‘ଗୁରୁକୁଳ’ ରହିଥିବାବେଳେ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୪୦୦ ଆଶ୍ରମ ରହିଛି। ୨୦୦୮ରେ ତାଙ୍କ ଆଶ୍ରମରେ ରହୁଥିବା ଦୁଇଜଣ ଛାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ସେ ବିବାଦୀୟ ହୋଇପଡ଼ିଥିଲେ। ୨୦୧୩ ଅଗଷ୍ଟରେ ଗୁରୁକୁଳରେ ଦୁଇ ଭଉଣୀଙ୍କୁ ଆଶାରାମ ଓ ତାଙ୍କ ପୁତ୍ର ସାଇ ବଳାତ୍କାର କରିଥିବା ଅଭିଯୋଗ ଆସିଥିଲା। ୨୦୧୩ ସେପ୍ଟେମ୍ବର ୧ରେ ଉଭୟଙ୍କୁ ଗିରଫ କରାଯାଇଥିଲା।

- Advertisement -

ଗୁରୁମିତ ରାମରହିମ
ଡେରା ସଚ୍ଚା ସୌଦା ମୁଖ୍ୟ ହେଉଛନ୍ତି ଗୁରୁମିତ ରାମ ରହିମ। ପଞ୍ଜାବ ଓ ହରିୟାଣା​‌େ​‌ର ତାଙ୍କର ବହୁ ଭକ୍ତ ଅଛନ୍ତି। ସିର୍ସାସ୍ଥିତ ମୁଖ୍ୟାଳୟରେ ସେ ମହିଳା ଭକ୍ତଙ୍କୁ ଯୌନ ନିର୍ଯାତନା ଓ ବଳାତ୍କାର କରିଥିବା ଅଭିଯୋଗ ରହିଛି। ଡେରା ମ୍ୟାନେଜର ରଣଜିତ ସିଂହ ଓ ସିର୍ସାର ସାମ୍ବାଦିକ ରାମ ଚନ୍ଦର ଚାଟ୍ଟରପତିଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ସେ ସାମିଲ ଥିବା ଅଭିଯୋଗ ହୋଇଛି।

ସ୍ୱାମୀ ସଦାଚାରୀ
ନିଜକୁ ଆଧ୍ୟାତ୍ମିକ ଓ ତାନ୍ତ୍ରିକ ଗୁରୁ ବୋଲି ସ୍ୱାମୀ ସଦାଚାରୀ କହିଥାନ୍ତି। ତାଙ୍କର ସମର୍ଥକଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ଥିଲେ। ଇନ୍ଦିରାଙ୍କ ପାଇଁ ସେ ଅନେକ ତନ୍ତ୍ରମନ୍ତ୍ର ଓ ପୂଜାପାଠ କରିଥିଲେ। ତେଣୁ ବହୁ ରାଜନୈତିକ ନେତା ତାଙ୍କର ଶରଣାପନ୍ନ ହୋଇଥିଲେ। କ୍ଷମତାରେ ଥିବା ବ୍ୟକ୍ତିବିଶେଷଙ୍କୁ ଶିଷ୍ୟ କରି ସଦାଚାରୀ ପ୍ରଚୁର ଅର୍ଥ ପାଉଥିଲେ। ବେଶ୍ୟାଳୟ ଚଳାଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା।

ସ୍ୱାମୀ ପ୍ରେମାନନ୍ଦ
ତାମିଲନାଡ଼ୁର ବାବା ପ୍ରେମାନନ୍ଦ ଦେଖିବାକୁ ସତ୍ୟସାଇ ବାବାଙ୍କ ଭଳି। ସେ ସାଇ ବାବାଙ୍କ ଭଳି ଶୂନ୍ୟରୁ ବିଭୂତି ସୃଷ୍ଟି କରୁଥିଲେ ଏବଂ ନାଭିରୁ ଲିଙ୍ଗ ବାହାର କରି ଭକ୍ତଙ୍କୁ ଦେଉଥିଲେ। ୧୯୮୯ରେ ତିରୁଚିରେ ୧୫୦ ଏକର ଜମିରେ ପ୍ରତିଷ୍ଠା କରିଥିଲେ ଏକ ବିରାଟ ଆଶ୍ରମ। ଆଶ୍ରମର ୧୩ ଜଣ ମହିଳାଙ୍କୁ ବଳାତ୍କାର କରିବା ଏବଂ ଆଶ୍ରମରେ ରହୁଥିବା ରବି ନାମକ ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ହତ୍ୟା କରିବା ମାମଲାରେ ସେ ବିବାଦୀୟ ହୋଇପଡ଼ିଥିଲେ। ମେଡିକାଲ ରିପୋର୍ଟରୁ ବଳାତ୍କାର ମାମଲା ସ୍ପଷ୍ଟ ହେବା ସହିତ ଜଣେ ଯୁବତୀ ଆଶ୍ରମରେ ସନ୍ତାନ ଜନ୍ମ ଦେଇଥିଲେ। ବାବାଙ୍କୁ ଅଦାଲତ ଆଜୀବନ ଜେଲଦଣ୍ଡ ଦେଇଥିଲେ। ୨୦୧୧ରେ ଜେଲରେ ତାଙ୍କର ମୃତ୍ୟୁ ହୋଇଛି।

ସ୍ୱାମୀ ଶ୍ରଦ୍ଧାନନ୍ଦ
ସମ୍ପତ୍ତି ପାଇଁ ନିଜ ପତ୍ନୀଙ୍କୁ ବାଡ଼ିରେ ଜିଅନ୍ତା କବର ଦେବାକୁ ପଛାଇ ନ ଥିଲେ ସ୍ୱାମୀ ଶ୍ରଦ୍ଧାନନ୍ଦ। ପତ୍ନୀ ଶକିରେ ଥିଲେ ମହୀଶୂରର ପୂର୍ବତନ ଦିୱାନ ମିର୍ଜା ଇସ୍‌‌ମାଇଲଙ୍କ ନାତୁଣୀ। ବହୁକୋଟି ଟଙ୍କାର ସେ ଉତ୍ତରାଧିକାରୀ ହୋଇଥିଲେ। ପ୍ରଥମ ସ୍ୱାମୀ ତଥା ଅଷ୍ଟ୍ରେଲିଆରେ କାମ କରିଥିବା ପୂର୍ବତନ ଭାରତୀୟ ହାଇକମିଶନର ଆରବର କେ. ଖଲିଲ ଶକିରେଙ୍କୁ ଛାଡ଼ପତ୍ର ଦେବା ପରେ ସେ ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ୧୯୯୨ରେ ଶକିରେଙ୍କ ଝିଅ ସବା ଖଲିଲି ଶ୍ରଦ୍ଧାନନ୍ଦଙ୍କ ବିରୋଧରେ ଅଭିଯୋଗ କରିଥିଲେ। ୧୯୯୪ରେ ପୁଲିସ ବାଡ଼ିପଟେ ଖୋଳିବାରୁ ସେଠାରୁ ଅସ୍ଥିକଙ୍କାଳ ମିଳିଥିଲା। ଡିଏନ୍‌‌ଏ ରିପୋର୍ଟରୁ ତାହା ଶକିରେଙ୍କର ବୋଲି ପ୍ରମାଣିତ ହୋଇଥିଲା। ଏଥିପାଇଁ ତାଙ୍କୁ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିଛି।

ସ୍ୱାମୀ ଇଚ୍ଛାଧାରୀ
ସ୍ୱାମୀ ଇଚ୍ଛାଧାରୀ ୧୯୮୮ ମସିହାରେ ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲରେ ସିକ୍ୟୁରିଟି ଗାର୍ଡ଼ ଥିଲେ। ପରେ ଲଜପତ ନଗରରେ ଏକ ମ୍ୟାସେଜ ପାର୍ଲରରେ କାମ କରିବା ସହିତ ସେକ୍ସ ରାକେଟ ଚଳାଇଥିଲେ। ୧୯୯୭ରେ ତାଙ୍କୁ ଗିରଫ କରାଗଲା। ଜେଲରେ ବେଶ୍‌‌ କିଛିଦିନ ରହିଲେ। ଜେଲରୁ ବାହାରିବା ପରେ ନିଜକୁ ସ୍ୱାମୀ ଇଚ୍ଛାଧାରୀ ନାମରେ ପରିଚିତ କରାଇ ସାଇବାବାଙ୍କ ଦୂତ ବୋଲି ପ୍ରଚାର କରିବାରେ ଲାଗିଲେ। ଦେଶ ବିଦେଶରେ ତାଙ୍କର ବହୁ ସମର୍ଥକ ଅଛନ୍ତି। ସେ ୨୦୦ ଶଯ୍ୟାର ହାସପାତାଳ ଏବଂ ଚିତ୍ରକୂଟରେ ଏକ ବିରାଟ ମନ୍ଦିର ନିର୍ମାଣ କରିଛନ୍ତି।

ଜ୍ଞାନଚୈତନ୍ୟ
କେରଳର ଏହି ବାବା ଜଣେ କରିତକର୍ମା ବ୍ୟକ୍ତିତ୍ୱ। ତିନିଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଜେଲରୁ ମୁକୁଳିବା ପରେ ଆମାଣ୍ଡା ୱିଲିୟମ ନାମ୍ନୀ ଜଣେ ବିଦେଶୀ ମହିଳାଙ୍କୁ ବିବାହ କଲେ। ହେଲେ ଆମାଣ୍ଡାଙ୍କୁ ବାରମ୍ବାର ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା ଦେବା ଅଭିଯୋଗ ହେବା ପରେ ପୁଣି ସେ ଜେଲ ଗଲେ। ସେଠାରୁ ବାହାରି ନିଜକୁ ଜ୍ଞାନଚୈତନ୍ୟ ପରିଚୟ ଦେଇ କେରଳରେ ବହୁ ସମର୍ଥକ ଜୁଟାଇପାରିଥିଲେ।

ଜୟେନ୍ଦ୍ର ସରସ୍ୱତୀ
ସ୍ୱାମୀ ଜୟେନ୍ଦ୍ର ସରସ୍ୱତୀ ହେଉଛନ୍ତି କାଞ୍ଚି କାମକୋଟି ପୀଠର ୬୯ତମ ଶଙ୍କରାଚାର୍ଯ୍ୟ। ୨୦୦୨ରେ ମନ୍ଦିରରେ ହିସାବରକ୍ଷକ ରାଧାକ୍ରିଷ୍ଣନ ହତ୍ୟା ମାମଲାରେ ତାଙ୍କ ନାମ ଚର୍ଚ୍ଚାକୁ ଆସିଲା। କାମାକ୍ଷୀ ମନ୍ଦିରର ସୁନା ହିସାବକୁ ନେଇ ସରସ୍ୱତୀଙ୍କ ରହସ୍ୟଜନକ ଭୂମିକା ଥିଲା। ଅନୁରାଧା ରମଣ ନାମକ ଜଣେ ତାମିଲ ଔପନ୍ୟାସିକା ଅଭିଯୋଗ କରିଥିଲେ ଯେ ସରସ୍ୱତୀ ତାଙ୍କୁ ଯୌନ ସମ୍ପର୍କ ରଖିବାକୁ କହିଥିଲେ। ସରସ୍ୱତୀଙ୍କୁ ୨୦୦୪ ନଭେମ୍ବରରେ ଗିରଫ କରାଯାଇଥିଲା।

ଏ ସମସ୍ତଙ୍କୁ ଛାଡ଼ି ଦେଲେ, ଚନ୍ଦ୍ରସ୍ବାମୀ, ନିତ୍ୟାନନ୍ଦ ସ୍ବାମୀ, ରାଧେ ମାଆ, ସ୍ବାମୀ ଅମୃତ ଚୈତନ୍ୟ, ସ୍ବାମୀ ଭୀମାନନ୍ଦ, ସ୍ବାମୀ ସଚ୍ଚିଦାନନ୍ଦ(ଡିସ୍କୋ ବାବା), ସ୍ବାମୀ ସାରଦାନନ୍ଦ, ଅସିଫ ନୁରି, ନିର୍ମଳ ବାବା, ନାରାୟଣ ସାଇ, ସ୍ବାମୀ ଅସୀମାନନ୍ଦ, ସ୍ବାମୀ ସଚାଦାରୀ, ଓମ୍‌ ସ୍ବାମୀ, ଆଚାର୍ଯ୍ୟ କୁଶମୁନି, ବୃହସ୍ପତି ଗିରି ଓ ମାଲଖାନ ସିଂହ, କୃପାଳୁଜୀ ମହାରାଜ, ପ୍ରିଷ୍ଟ ଦେବନାଥନ୍‌ ଏପରି କି ଓଡ଼ିଶାର ସାରଥି ବାବା, ସୁରେନ୍ଦ୍ର ମିଶ୍ର ଓରଫ୍‌ ସୁର ବାବା, ତ୍ରିକାଳଦର୍ଶୀ ବାବା ପରି ଅନେକ ବିବଦୀୟ ବାବା ଓ ଆତ୍ମ‌େ​ଘାଷତ ଭଗବାନ ରହିଛନ୍ତି, ଯାହାଙ୍କ ନାମରେ ଅନେକ ସଙ୍ଗୀନ ଅଭିଯୋଗ, ମାମଲା ଓ କଳା କାରନାମା ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories