ହିଞ୍ଜିଳିରୁ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ ଜାତୀୟସ୍ତରକୁ ମନୋନୀତ
ହିଞ୍ଜିଳିକାଟୁ : କରୋନା ଭୂତାଣୁରେ ସମଗ୍ର ବିଶ୍ବ କବଳିତ । ଏହାର ପ୍ରତିକାର ପାଇଁ ସବୁଠି ଲକଡାଉନ। ଲକଡ଼ାଉନର ସଚେତନତା ବାର୍ତ୍ତାକୁ ନେଇ ହିଞ୍ଜିଳିକାଟୁ ଅଞ୍ଚଳରୁ ନିର୍ମିତ କ୍ଷୁଦ୍ର କଳାତ୍ମକ ଚଳଚ୍ଚିତ୍ର ‘ଅଭିଳାଷ’ ଜାତୀୟସ୍ତରର ଚଳଚ୍ଚିତ୍ର ମହୋତ୍ସବକୁ ମନୋନୀତ ହୋଇଛି। ଏହି କ୍ଷୁଦ୍ର ଚଳଚ୍ଚିତ୍ର ସହିତ ସଂଶ୍ଲିଷ୍ଟ ଅନେକ କଳାକାର ସମ୍ପୂର୍ଣ୍ଣ ନବାଗତ ଓ ଅନଭିଜ୍ଞ । ଚଳଚ୍ଚିତ୍ରଟି ହିଞ୍ଜିଳିକାଟୁ ଓ ଏହାର ଆଖପାଖ ଅଞ୍ଚଳରେ ହିଁ ସୁଟିଂ କରାଯାଇଛି।
ମହାମାରୀ କରୋନା ମୁକାବିଲା କରିବାକୁ ସରକାର ଦେଶରେ ଯେତେବେଳେ ପ୍ରଥମ ଲକଡ଼ାଉନ ଘୋଷଣା କଲେ ତହାର କିଛି ଦିନପରେ ହିଁ ଏହି ଚଳଚ୍ଚିତ୍ରର ନିର୍ମାଣର ମୂଳଦୁଆ ପଡ଼ିଥିଲା। ହିଞ୍ଜିଳିକାଟୁ ଅଞ୍ଚଳରେ ଗତ କିଛିବର୍ଷ ତଳେ ଗଢି ଉଠିଥିବା ଏକ ନୃତ୍ୟ ଅନୁଷ୍ଠାନର ମୁଖ୍ୟ ପୃଷ୍ଠପୋଷକ ହିଞ୍ଜିଳିକାଟୁ ବ୍ଲକ ମକରଝୋଳ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିର ନିର୍ଦେଶନା ଦେଇଛନ୍ତି। ଚଳଚ୍ଚିତ୍ର କ୍ଷେତ୍ର ପ୍ରତି ଆଗ୍ରହ ପ୍ରକାଶ କରି କିଛିବର୍ଷ ତଳେ ସେ ମୁମ୍ବଇ ଚାଲିଯାଇ ସେଠାରେ ଚଳଚ୍ଚିତ୍ର ଓ କିଛି ଟେଲିଭିଜନ ସିରିୟଲରେ କାମ କରିଥିଲେ। ପରେ ନିଜ ଅଞ୍ଚଳରେ କଳାର ବିକାଶ ପାଇଁ ମନ ବଳାଇ ଫେରି ଆସିଥିଲେ ଭିଟାମାଟିକୁ। ହିଞ୍ଜିଳିକାଟୁରେ ଏକ ଭଡ଼ା ଘରେ ଆରମ୍ଭ କରିଥିଲେ କଳା ଓ ନୃତ୍ୟ ଗବେଷଣା କେନ୍ଦ୍ର ‘ନୃତ୍ୟମ ’ । ଅଞ୍ଚଳ ପିଲାଙ୍କୁ ନୃତ୍ୟ ଓ ଅଭିନୟର ଶିକ୍ଷା ଦେବା ଥିଲା ଏହାର ମୁଖ୍ୟ ଲକ୍ଷ୍ୟ। ବର୍ତ୍ତମାନ ଏହି ସଂସ୍ଥାର ପୃଷ୍ଠପୋଷକତାରେ ନିର୍ମିତ ଚଳଚ୍ଚିତ୍ର ‘ଅଭିଳାଷ’ ଜାତୀୟସ୍ତରର ଚଳଚ୍ଚିତ୍ର ମହୋତ୍ସବକୁ ମନୋନୀତ ହୋଇ ଅନୁଷ୍ଠାନ ସମେତ ଅଞ୍ଚଳକୁ ଗୌରାବିନ୍ବିତ କରିଛି। ଲକଡାଉନ ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବାର ଲକ୍ଷ୍ୟ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରଟି ବେଙ୍ଗାଲ ଲକଡ଼ାଉନ ଅନ ଲାଇନ ଫିଲ୍ମ ଫେଷ୍ଟିଭାଲ ଦ୍ୱାରା ମନୋନୀତ ହୋଇଛି। ମୋଟ ୪ମିନିଟ ୩ ସେକେଣ୍ଡର ଏହି କ୍ଷୁଦ୍ର ଚଳଚ୍ଚିଟିରେ ଷ୍ଟେ ହୋମ, ଷ୍ଟେ ସେଫ୍ ଉପରେ ପର୍ଯ୍ୟବେସିତ।
ପ୍ରଥମେ ୧୦ ଦିନ କେବଳ ସ୍କ୍ରିପ୍ଟ ପାଇଁ ସମୟ ବିତିଯାଇଥିଲା । ଆଉ ୭ଦିନରେ ଏହି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା ବୋଲି କହିଛନ୍ତି ଚଳଚ୍ଚିତ୍ରର ନିର୍ଦେଶକ କୃଷ୍ଣଚନ୍ଦ୍ର ସାହୁ। ଚଳଚ୍ଚିତ୍ରଟି ବେଙ୍ଗାଲ ଲକଡ଼ାଉନ ଅନ ଲାଇନ ଫିଲ୍ମ ଫେଷ୍ଟିଭାଲ ଦ୍ୱାରା ମନୋନୀତ ହୋଇ ଜାତୀୟସ୍ତରର ପ୍ରତିଯୋଗିତାକୁ ମନୋନୀତ ହୋଇଛି। ଚଳଚ୍ଚିତ୍ର ମୁଖ୍ୟ କଳାକାର ‘ନୃତ୍ୟମ’ ଅନୁଷ୍ଠାନର ଶିଶୁ କଳାକାର ତାନିରୁ ଶିବାଜୀ ଦାସ (୧୦)୫ମ ଶ୍ରେଣୀର ଛାତ୍ର । କିନ୍ତୁ ତାଙ୍କ ଅଭିନୟ ଚୟନ କମିଟି ସଦସ୍ୟଙ୍କୁ ମୋହିତ କରିଛି। ଏହାର ସହକାରୀ ନିର୍ଦେଶକ ରଞ୍ଜନ କୁମାର ସାହୁ, ସିନେମାଗ୍ରାଫି ତାନିରୁ ଶ୍ରୀନୁ, କ୍ୟମେରାମ୍ୟାନ ଗୋପାଳ ମହାନ୍ତି ଓ ରବି ନାରାୟଣ ସାହୁ କାର୍ଯ୍ୟଭାର ତୁଲାଇଛନ୍ତି। ପ୍ରଭାତ କୁମାର ମହାରଣା, କେଶବ ମହାରଣା , ଚିମନ ସାହୁ , ସୋମନାଥ ଓ ହରି ଚୌହାନ ପ୍ରମୁଖ ଚଳଚ୍ଚିତ୍ର ନିର୍ମାଣରେ ସହଯୋଗ କରିଥିଲେ।
Comments are closed.