www.samajalive.in
Monday, December 8, 2025
27.1 C
Bhubaneswar

ମୁକେଶ ଅମ୍ବାନୀଙ୍କ ଘର ବାହାରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣା; ମୁମ୍ବଇ ବାହାରକୁ ପଳାଇଲା ୨ୟ ସନ୍ଦିଗ୍ଧ କାର୍‌

ମୁମ୍ବଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରୁ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ମିଳିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅମ୍ବାନୀଙ୍କ ଘର ବାହାରେ ଆଉ ଏକ ସନ୍ଦିଗ୍ଧ କାର୍‌ ସମ୍ପର୍କରେ ପୁଲିସ ସୂଚନା ମିଳିଛି। ସିସିଟିଭି ଫୁଟେଜରୁ ଏହା ଜଣାପଡ଼ିଛି। ଏହି ସନ୍ଦିଗ୍ଧ କାରଟି ମୁମ୍ବଇ ସହରରୁ ବାହାରକୁ ଚାଲିଯାଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ ସହରର ଏକ ଟୋଲ୍‌ ପ୍ଲାଜାରେ ଲାଗିଥିବା ସିସିଟିଭି କ୍ୟାମେରାରେ ବି ଏହି କାର୍‌ କଏଦ ହୋଇଛି।

ସୂଚନା ଅନୁସାରେ, ୨ୟ ସନ୍ଦିଗ୍ଧ କାରକୁ ମୁଲୁଣ୍ଡ ଟୋଲ ପ୍ଲାଜା ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ଠାବ କରାଯାଇଛି। ଏହି ସନ୍ଦିଗ୍ଧ କାର୍‌ ଚାଳକ ଟୋଲ ପ୍ଲାଜାରେ ଶୁଳ୍କ ଦେଇ ରସିଦ କାଟି ଯାଉଥିବା ଦେଖାଯାଇଛି। ଏହି ଫୁଟେଜ ଶନିବାର ସକାଳର ଦୃଶ୍ୟ। ଏଥିରେ କାର୍‌ ଚାଳକକୁ ଦେଖିବାକୁ ମିଳିଛି। ଟୋଲ୍‌ ପ୍ଲାଜା ଅତିକ୍ରମ କରିବା ପରେ କାର୍‌ଟି ଠାଣେ ଆଡକୁ ଚାଲିଯାଇଥିଲା।

- Advertisement -

ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଯେ ଧଳା ଇନୋଭା କାରଟି ୨୫ ଫେବୃୟାରୀ ଭୋର ୩ଟା ୫ ମିନିଟରେ ପୂର୍ବ ଏକ୍ସପ୍ରେସ ହାଇୱେ ଦେଇ ଠାଣେ ଅଭିମୁଖେ ଚାଲିଯାଇଛି। ସୂଚନାଯୋଗ୍ୟ, ମୁକେଶ ଅମ୍ବାନୀଙ୍କ ଘର ବାହାରେ ଦୁଇଟି ଗାଡ଼ି ଦେଖିବାକୁ ମିଳିଥିଲା। ସେଥିରୁ ଗୋଟିଏ ସ୍କର୍ପିଓ ଥିଲା ଏବଂ ଅନ୍ୟଟି ଇନୋଭା ଥିଲା। ସ୍କର୍ପିଓରେ ବସିଥିବା ଚାଳକ ସେହି ଗାଡ଼ିକୁ ସେଠାରେ ଛାଡ଼ି ଦେଇ ଇନୋଭା କାରରେ ବସି ଚାଲିଯାଇଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ସ୍କର୍ପିଓରୁ ୨୦ଟି ଜିଲେଟିନ୍‌ ରଡ୍‌ ଜବତ ହୋଇଥିଲା। ସେଥିରୁ ଏକ ଧମକପୂର୍ଣ୍ଣ ଚିଠି ବି ଜବତ କରିଥିଲା ପୁଲିସ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories