www.samajalive.in
Monday, December 8, 2025
20.1 C
Bhubaneswar

ଆଜି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ, ଗୋଟିଏ ପ୍ଲାଟଫର୍ମରେ ମୋଦୀ-ଜିନପିଙ୍ଗ

ପୂର୍ବ ଲଦାଖରେ ବାସ୍ତବ ସୀମାରେଖାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଥମ ଥର ପାଇଁ ଗୋଟିଏ ପ୍ଲାଟଫର୍ମରେ ରହିବେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ବୈଠକରେ ସଦସ୍ୟ ଦେଶଗୁଡିକର ରାଷ୍ଟ୍ରମୁଖ୍ୟମାନେ ଯୋଗଦେବେ। ଏଥିରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଅଂଶଗ୍ରହଣ କରିବେ।

ପ୍ରକୃତ ସୀମାରେଖାରେ ହିଂସାତ୍ମକ ସଂଘର୍ଷ ଏବଂ ଭାରତ ଓ ଚୀନ୍ ମଧ୍ୟରେ ଅନେକ ସାମରିକ ଏବଂ କୂଟନୈତିକ ଆଲୋଚନା ଏକ ପ୍ରକାର ବିଫଳ ହୋଇଥିବା ବେଳେ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଗଲଭାନ ଘାଟିରେ ଚୀନ୍ ସୈନ୍ୟଙ୍କ ସହ ହିଂସାତ୍ମକ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ପରେ ଉଭୟ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। କୂଟନୈତିକ ସ୍ତରରେ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ସାମରିକ ଏବଂ କୂଟନୈତିକ ସ୍ତରରେ ଅନେକ ଆଲୋଚନା ହୋଇଥିଲେ ମଧ୍ୟ ସକରାତ୍ମକ ଫଳ ମିଳିନଥିଲା। କରୋନା ମହାମାରୀ ଦୃଷ୍ଟିରୁ ଆଜିର ବୈଠକ ଭିଡିଓ କନଫରେନସିଂ ଜରିଆରେ ହେବ। ବୈଠକରେ ସାଂଘାଇ ସହଯୋଗ ସଂଗଠନର ପରବର୍ତ୍ତୀ ଏଜେଣ୍ଡା ଏବଂ ୨୦୧୫ ସୁଦ୍ଧା ସଂଗଠନର ନୀତି ଅନୁଯାୟୀ ବିକାଶ ନୀତି ଉପରେ ଆଲୋଚନା କରାଯିବ।

- Advertisement -

ଏସସିଓ ଦେଶର ମୁଖ୍ୟମାନଙ୍କ ବିଂଶତମ ବୈଠକରେ ସଦସ୍ୟ ଦେଶଗୁଡ଼ିକ ଆଞ୍ଚଳିକ ସୁରକ୍ଷା, ଆତଙ୍କବାଦ, ଅର୍ଥନୈତିକ ଓ ମାନବୀୟ ସହଯୋଗ ବିଷୟରେ ଆଲୋଚନା କରିବେ। ସଦସ୍ୟ ଦେଶଗୁଡିକ ଶିକ୍ଷା, ବିଜ୍ଞାନ, ସାଂସ୍କୃତିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ବୃଦ୍ଧି ବିଷୟରେ ମଧ୍ୟ ଆଲୋଚନା କରାଯିବ। ଏହି ବୈଠକରେ ୨୦୧୧କୁ ଏସସିଓ ଦେଶର ସାଂସ୍କୃତିକ ବର୍ଷ ଭାବରେ ଘୋଷଣା କରାଯାଇପାରେ।

ଅନ୍ୟପକ୍ଷରେ ଆଜି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଂଶଗ୍ରହଣ କରିବେ ବୋଲି ପାକିସ୍ତାନ ଘୋଷଣା କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଏସସିଓର ହେଡସ୍ ଅଫ୍ ନେସନ୍ସ କାଉନସିଲର ୨୦ତମ ଶିଖର ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଧ୍ୟକ୍ଷତା କରିବେ। ସମସ୍ତ ଆଠଟି ଏସସିଓ ସଦସ୍ୟ ରାଷ୍ଟ୍ରର ମୁଖ୍ୟ ଏବଂ ଚାରି ଜଣ ପର୍ଯ୍ୟବେକ୍ଷକ ଦେଶ ମଧ୍ୟ ସାମିଲ ହେବେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories