www.samajalive.in
Monday, December 8, 2025
27.1 C
Bhubaneswar

ମଙ୍ଗଳ ଗ୍ରହରେ ରହୁଥିଲେ ଏଲିୟନ୍ !

ନୂଆଦିଲ୍ଲୀ: ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହରେ ଜୀବନ ଅଛି କି ନାହିଁ , ସେ ବିଷୟରେ ଦୁନିଆର ଅନେକ ବୈଜ୍ଞାନିକ ନିରନ୍ତର ଅନୁସନ୍ଧାନ କରୁଛନ୍ତି। ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ କରିଥିବା ଅନୁସନ୍ଧାନରୁ ଏହା ଜଣାପଡିଛି ଯେ , କେତେକ ଗ୍ରହରେ ବରଫ ଖଣ୍ଡ ରହିଛି। କିନ୍ତୁ ସେଠାରେ ଜୀବନ ସମ୍ଭବ ନୁହେଁ। ବିଶ୍ବାସ କରାଯାଏ ଯେ , ପୂର୍ବରୁ ମଙ୍ଗଳ ଗ୍ରହରେ ଜଳ ଥିଲା । ଏବଂ ସେଠାରେ ନଦୀଗୁଡ଼ିକ ପ୍ରବାହିତ ହେଉଥିଲା। କିନ୍ତୁ ବର୍ତ୍ତମାନ ସେଠାରେ କେବଳ ପଥର ଦୃଶ୍ୟମାନ ହେଉଛି। ବର୍ତ୍ତମାନ ବୈଜ୍ଞାନିକମାନେ ଏହି ଗ୍ରହ ବିଷୟରେ ଦାବି କରୁଛନ୍ତି ଯେ ଏଠାରେ ଦିନେ ଏଲିୟନ ବାସ କରୁଥିଲେ। ମିରରର ରିପୋର୍ଟ ଅନୁଯାୟୀ ମାର୍ସ ପର୍ସିବରେସ୍ ରୋଭର ନିଶ୍ଚିତ କରିଛି କି ଜେଜେରୋ କ୍ରାଟର ଏକଦା ଜଳରେ ପରିପୂର୍ଣ୍ଣ ଥିଲା। ଏବଂ କ୍ରାଟରରେ ମିଳୁଥିବା ପଙ୍କ ଗୁଡିକ ଜୀବନର ପ୍ରମାଣ ଦେଇପାରେ।

ବାସ୍ତବରେ ଏହି ରୋଭରଟି ଏକ କାର ଆକାରର। ଯାହା ୨୦୨୧ ମସିହାରୁ ମଙ୍ଗଳ ଗ୍ରହରେ ୩୦ ମାଇଲ ଚଉଡା କ୍ରାଟର ଅନୁସନ୍ଧାନ କରୁଛି ।କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେଭିଡ ପେଗ୍ କହିଛନ୍ତି ଯେ ଏହା ବହୁତ ଭଲ ଯେ , ଆମେ ଏତେ ଛୋଟ ଭୌଗୋଳିକ କ୍ଷେତ୍ରରେ ପରିବର୍ତ୍ତନ ହେବାର ଅନେକ ପ୍ରମାଣ ଦେଖିପାରୁ। କୁହାଯାଉଛି ଯେ ଭବିଷ୍ୟତରେ ମଙ୍ଗଳ ଗ୍ରହରୁ କିଛି ମାଟି ପୃଥିବୀକୁ ଅଣାଯାଇ ଅନୁସନ୍ଧାନ କରାଯିବ। ଏପରିକି ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଏକ ବିଶାଳ ବରଫ ଖଣ୍ଡ ମଧ୍ୟ ଥିବା ଜାଣିବାକୁ ପାଇଥିଲେ। ଯାହା ଏହି ଗ୍ରହରେ ଜଳ ଥିବାର ପ୍ରମାଣ କରେ। ବୈଜ୍ଞାନିକମାନେ ଏହା ମଧ୍ୟ ଦାବି କରିଛନ୍ତିି ଯେ , ପୃଥିବୀରେ ଅବସ୍ଥିତ ଥିବା ଲୋହିତ ସାଗରରେ ଯେତିକି ଜଳ ରହିଛି। ଏହି ବରଫ ଖଣ୍ଡର ତଳେ ସେତିକି ଜଳ ଥାଇପାରେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories