www.samajalive.in
Monday, December 8, 2025
27.1 C
Bhubaneswar

ଇଡି ମାମଲାରେ ଚିଦାମ୍ବରମଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ: କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟ ଇଡି ମାମଲାରେ ସୋମବାର ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ ସିବିଆଇ ଦ୍ୱାରା ଗିରଫ ମାମଲାରେ ସୁପ୍ରିମକୋର୍ଟ କୌଣସି ଶୁଣାଣି କରିନାହାନ୍ତି ଓ ଏହାର ଶୁଣାଣି ପାଇଁ ଅଗଷ୍ଟ ୨୬ ଦିନ ଧାର୍ଯ୍ୟ କରିଛନ୍ତି। ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚିଦାମ୍ବରମଙ୍କୁ ସବୁ ସମୟରେ ଜାମିନ ପ୍ରଦାନ କରାଯାଇଛି ଓ ସେ ମଧ୍ୟ ତଦନ୍ତରେ ସହଯୋଗ କରିଛନ୍ତି।

ଶୁକ୍ରବାର ଚିଦାମ୍ବରମଙ୍କ ବିରୁଦ୍ଧରେ ଥିବା ପ୍ରବର୍ତନ ନିର୍ଦ୍ଦେଶାଳୟ ମାମଲାର ସୁପ୍ରିମକୋର୍ଟରେ ଆରମ୍ଭ ହେବା ମାତ୍ରେ ତାଙ୍କ ଓକିଲ କପିଳ ଶିବଲ କହିଥିଲେ ଯେ, ଦିଲ୍ଲୀ ହାଇକୋର୍ଟ କେବଳ ଇଡି ଆଦେଶକୁ ଅନୁସରଣ କରୁଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଏବେ ଇଡି ଚିଦାମ୍ବରମଙ୍କୁ ସୋମବାର ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ।

- Advertisement -

ଇତି ମଧ୍ୟରେ, କାର୍ତ୍ତି ଚିଦାମ୍ବରମ ଓ ନଳିନୀ ଚିଦାମ୍ବରମ ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ପି. ଚିଦାମ୍ବରମଙ୍କୁ ସାକ୍ଷାତ କରିବା ପାଇଁ ପହଂଚିଛନ୍ତି। ଶୁକ୍ରବାର ଏହି ମାମଲାର ଶୁଣାଣି ଜଷ୍ଟିସ ଆର. ଭାନୁମତୀ ଏବଂ ଏ.ଏସ. ବୋପାନ୍ନାଙ୍କ ଖଣ୍ଡପୀଠରେ ହୋଇଥିଲା। ସରକାରୀ ଓକିଲ ତୁଷାର ମେହତା କହିଥିଲେ ଯେ ଚିଦାମ୍ବରମ ଗିରଫ ହୋଇ ସାରିଥିବାରୁ ଆଗୁଆ ଜାମିନର ଅର୍ଥ କିଛି ନାହିଁ। ଚିଦାମ୍ବରମଙ୍କ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଓକିଲ କପିଳ ଶିବଲ କହିଥିଲେ ଯେ ଚିଦାମ୍ବରମ ଙ୍କ ମାମଲାରେ ସମ୍ବିଧାନର ଧାରା ୨୧ ଉଲ୍ଲଙ୍ଘନ କରାଯାଇଛି। ତାଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଆଗୁଆ ଜାମିନ ଶୁଣାଣି କାହିଁକି ନ ହେବା ସେ ନେଇ କପିଳ ଶିବଲ ପ୍ରଶ୍ନ କରିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories