www.samajalive.in
Monday, December 8, 2025
27.1 C
Bhubaneswar

କୋଭିଡ ପରିସ୍ଥିତିରେ ସୁଧ ହାର ସ୍ଥିର ରଖିବାକୁ ପ୍ରୟାସ କରିବ ଏସବିଆଇ

ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସୁଧ ହାରକୁ ଯଥାସମ୍ଭବ ସ୍ଥିର ରଖିବାକୁ ଚେଷ୍ଟା କରିବ ବୋଲି ଏହାର ଅଧ୍ୟକ୍ଷ ଦୀନେଶ କୁମାର ଖରା କହିଛନ୍ତି। ସେ କହିଛନ୍ତି, କରୋନା ସଂକ୍ରମଣର ଦ୍ଵିତୀୟ ପ୍ରଭାବକୁ ଦୃଷ୍ଟିରେ ରଖି ଦେଶର କିଛି ଅଂଶରେ ଲକଡାଉନ୍ ଜାରି ହୋଇ ଥିବାରୁ, ବ୍ୟାଙ୍କର ଅନାଦେୟ ଋଣର ବ୍ୟାଙ୍କିଙ୍ଗ କ୍ଷେତ୍ର ଉପରେ କେଉଁଭଳି ପ୍ରଭାବ ପଡିବ ତାହା ଆକଳନ କରିବାକୁ ଅପେକ୍ଷା କରିବାକୁ ପଡିବ।

ଶ୍ରୀ ଖରା କହିଛନ୍ତି, ଯେହେତୁ ମୁଦ୍ରାସ୍ଫୀତି ପରିବର୍ତ୍ତିତ ସୁଧ ହାର ଉପରେ ପ୍ରଭାବ ପକାଇଥାଏ ସେ କ୍ଷେତ୍ରରେ ବିକାଶମୂଳକ ପଦକ୍ଷେପକୁ ସମର୍ଥନ କରିବା ନିମନ୍ତେ ଯଥା ସମ୍ଭବ ସୁଧ ହାର ସ୍ଥିର ରଖିବାକୁ ଚେଷ୍ଟା କରାଯିବ। ସମ୍ୱାଦ ସରବରାହ ସଂସ୍ଥା ପିଟିଆଇକୁ ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି, ଆଗାମୀ ଦିନରେ ସୁଧ ହାର ସ୍ଥିତି କଣ ରହିବ ତାହା ଏବେ ଠାରୁ ଆକଳନ କରିବା ସମ୍ଭବ ନୁହେଁ।

- Advertisement -

ଲକଡାଉନର ପ୍ରଭାବ ପ୍ରତ୍ୟେକ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥିବାରୁ ଆଗାମୀ ଦିନରେ ଏହାର ଅର୍ଥନୀତି ଉପରେ କଣ ପ୍ରଭାବ ରହିବ ଏବଂ ଅନାଦେୟ ଋଣ ସ୍ଥିତି କଣ ରହିବ ତାହା ଏବେ ଠାରୁ ଆକଳନ ନ କରି ଅପେକ୍ଷା କରିବା ଠିକ ହେବ ବୋଲି ସେ କହିଛନ୍ତି। ଦେଶର ସର୍ବ ବୃହତ ଋଣ ପ୍ରଦାନକାରୀ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଶ୍ରୀ ଖରା କହିଛନ୍ତି ଯେ କରୋନା ପ୍ରଭାବିତ କେତେକ ରାଜ୍ୟରେ କୋଭିଡ -୧୯ ରୋଗୀଙ୍କ ପାଇଁ ଆଇସିୟୁ ସୁବିଧା ଥିବା ମେକିଫିଟ୍ ଡାକ୍ତରଖାନା ସ୍ଥାପନ କରିବାକୁ ଏସବିଆଇ ନିଷ୍ପତ୍ତି ନେଇଛି।

ଷ୍ଟେଟ ବ୍ୟାଙ୍କ ପୂର୍ବରୁ ୩୦ କୋଟି ଟଙ୍କା ବ୍ୟୟ କରି କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଜରୁରୀକାଳୀନ ଭିତ୍ତିରେ ଚିକିତ୍ସା ସୁବିଧା ସ୍ଥାପନ ପାଇଁ ଅଣ-ସରକାରୀ ସଂଗଠନ ଏବଂ ଡାକ୍ତରଖାନା ପରିଚାଳନା ସହ ଜଡିତ ରହିଛି। ଅତ୍ୟଧିକ ସଂକ୍ରମଣ ପ୍ରଭାବିତ ରାଜ୍ୟଗୁଡ଼ିକରେ ଏସବିଆଇ ୧ ହଜାର ଶଯ୍ୟା ଓ ୫୦ଟି ଆଇସିୟୁ ବ୍ୟବସ୍ଥା ଥିବା ହସ୍ପିଟାଲ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories