www.samajalive.in
Saturday, December 6, 2025
19.1 C
Bhubaneswar

ସ୍ୱାଧୀନ ଭାବେ ବିଦେଶ ଯାତ୍ରା ପାଇଁ ମହିଳାଙ୍କୁ ଅନୁମତି ଦେଲା ସାଉଦି ଆରବ

ରିୟାଦ : ସାଉଦି ଆରବ ୨୧ ବର୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ପୁରୁଷ ଅଭିଭାବକର ଅନୁମତି ବିନା ବିଦେଶ ଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛି। ଏଥିପାଇଁ ଶୁକ୍ରବାର ସାଉଦି ଆରବରେ ନୂଆ ନିୟମ ଅଣାଯାଇଛି।
ଏହି ନିୟମ ଅନୁସାରେ ୨୧ ବର୍ଷ ବୟସରୁ ଊର୍ଦ୍ଧ୍ବ ମହିଳାଙ୍କୁ ଆଉ ପାସପୋର୍ଟ ଓ ବିଦେଶ ଯାତ୍ରା ପାଇଁ ଆବେଦନ କରିବାକୁ ପୁରୁଷ ଅଭିଭାବକଙ୍କ ଅନୁମତି ଲୋଡାନାହିଁ। ଅର୍ଥାତ ସାଉଦି ଆରବ ଏବେ ପୁରୁଷ ଓ ମହିଳାଙ୍କୁ ସମାନ ଅଧିକାର ପ୍ରଦାନ କରିଛି। ଏହି କ୍ରମରେ ସମସ୍ତ ସାବାଳକ ଓ ସାବାଳିକା ପାସପୋର୍ଟ ପାଇଁ ଆବେଦନ କରିପାରିବେ ଓ ବାହାରକୁ ଯାତ୍ରା କରିପାରିବେ ବୋଲି କୁହାଯାଇଛି। ନୂଆ ନିୟମରେ ଲିଙ୍ଗ, ଭିନ୍ନକ୍ଷମ ଏବଂ ବୟସ ନିର୍ବିଶେଷରେ ମହିଳାଙ୍କୁ ଶିଶୁ ଜନ୍ମ, ବିବାହ ଏବଂ ଛାଡ଼ପତ୍ର ପାଇଁ ଅଧିକାର ପ୍ରଦାନ କରାଯାଇଛି।
ଆଜି ପର୍ଯ୍ୟନ୍ତ ସାଉଦି ଆରବରେ ମହିଳାଙ୍କୁ ପାସପୋର୍ଟ ଏବଂ ବିଦେଶ ଯାତ୍ରା ପାଇଁ ଜଣେ ପୁରୁଷ ଅଭିଭାବକ (ସ୍ୱାମୀ, ବାପା କିମ୍ବା କୌଣସି ପୁରୁଷ ସମ୍ପର୍କୀୟ)ଙ୍କ ଅନୁମତି ନେବାକୁ ପଡୁଥିଲା। ଏବେ ମହିଳାଙ୍କୁ ଏଥିରୁ ମୁକ୍ତି ମିଳିଛି। ସାଉଦି ଆରବ ଏହା ପୂର୍ବରୁ ମହିଳାଙ୍କ ଗାଡ଼ି ଚଳାଇବା ଉପରେ ଲାଗିଥିବା ପ୍ରତିବନ୍ଧକକୁ ଉଠାଇ ଦେଇଥିଲା।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories