www.samajalive.in
Tuesday, December 9, 2025
16.1 C
Bhubaneswar

ଶରଦ କୁମାରଙ୍କୁ ସ୍ୱର୍ଣ୍ଣ

ଜାକର୍ତ୍ତା : ଭାରତର ଶରଦ କୁମାର ଏଠାରେ ଚାଲିଥିବା ପାରା ଏସୀୟ କ୍ରୀଡାର ପୁରୁଷ ହାଇଜମ୍ପ ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତିବା ସହ ନୂତନ ଏସୀୟ ରେକର୍ଡ ସୃଷ୍ଟି କରିଛନ୍ତି। ଗୁରୁବାର ପୁରୁଷ ହାଇଜମ୍ପ (ଟି୪୨/୬୩ ବର୍ଗ)ରେ ଶରଦ ୧.୯୦ ମିଟର ଉଚ୍ଚକୁ ଲମ୍ଫପ୍ରଦାନ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ କ୍ରମାଗତ ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ଅବସରରେ ଶରଦ ନୂତନ ଏସୀୟ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ଇଭେଣ୍ଟରେ ଅନ୍ୟ ଦୁଇ ଭାରତୀୟ ପ୍ରତିଯୋଗୀ ବରୁଣ ଭଟ୍ଟି (୧.୮୨ ମିଟର) ଓ ଥାଙ୍ଗାଭେଲୁ ମାରିୟାପ୍ପାନଙ୍କୁ (୧.୬୭ ମିଟର) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜପଦକ ମିଳିଛି। ସୂଚନାଯୋଗ୍ୟ ମାରିୟାପ୍ପାନ ୨୦୧୬ ରିଓ ପାରା ଅଲିମ୍ପିକ୍‍ସରେ ସ୍ୱର୍ଣ୍ଣପଦକ ଜିତିଥିଲେ।
ଅପରପକ୍ଷରେ ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟରେ ସୁନ୍ଦର ସିଂହ ଗୁର୍ଜର ରୌପ୍ୟପଦକ ହାସଲ କରିଛନ୍ତି। ଗୁରୁବାର ପୁରୁଷ ଏଫ୍‍-୪୬ ବର୍ଗ ଜାଭେଲିନ ଥ୍ରୋ ଇଭେଣ୍ଟରେ ସୁନ୍ଦର ୬୧.୩୩ ମିଟର ଦୂରକୁ ଜାଭେଲିନ ଫୋପାଡି ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ ରୌପ୍ୟ ଜିତିଛନ୍ତି। ଏହି ଇଭେଣ୍ଟରେ ଶ୍ରୀଲଙ୍କାର ଦିନେଶ ହେରାଥ୍‍ଙ୍କୁ ସ୍ୱର୍ଣ୍ଣପଦକ ମିଳିଥିବାବେଳେ ଭାରତର ରିଙ୍କୁ ବ୍ରୋଞ୍ଜପଦକ ପାଇଛନ୍ତି। ତେବେ ପାରା ଅଲିମ୍ପିକ୍‍ସରେ ଦୁଇଥର ସ୍ୱର୍ଣ୍ଣପଦକ ଜିତିଥିବା ଦେବେନ୍ଦ୍ର ଝାଝାରିଆଙ୍କୁ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। ପୁରୁଷ ୪୦୦ ମିଟର ଦୌଡରେ ଭାରତର ଅବନିଲ କୁମାର ବ୍ରୋଞ୍ଜପଦକ ଜିତିଥିବାବେଳେ ଏହି ଇଭେଣ୍ଟରେ ଇରାନର ଓମିଦ୍‍ ଜରିଫ୍‍ସାନାୟିଙ୍କୁ ସ୍ୱର୍ଣ୍ଣ ଓ ଥାଇଲାଣ୍ଡର ସୋଙ୍ଗ୍‍ଉତ୍‍ ଲାମ୍‍ସାନ୍‍ଙ୍କୁ ରୌପ୍ୟପଦକ ମିଳିଛି। ପୁରୁଷ ୪୦୦ ମିଟର ଦୌଡରେ (ଟି୪୪, ୬୨/୬୪ ବର୍ଗ) ଆନନ୍ଦନ ଗୁଣଶେଖରନଙ୍କୁ ରୌପ୍ୟ ଓ ବିନୟ କୁମାରଙ୍କୁ ବ୍ରୋଞ୍ଜପଦକ ମିଳିଥିବାବେଳେ ସନ୍ତରଣରେ (ଏସ-୧୦ ବର୍ଗ) ସ୍ୱପ୍ନିଲ ପାଟିଲଙ୍କୁ ବ୍ରୋଞ୍ଜପଦକରେ ସନ୍ତୁଷ୍ଟ ହେବାକୁ ପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories