www.samajalive.in
Tuesday, December 9, 2025
16.1 C
Bhubaneswar

୨୦ ହଜାର ଦର୍ପଣ ମଧ୍ୟରେ ସୁଟିଂ ହୋଇଥିଲା ଦୀପିକାଙ୍କ ଏହି ଗୀତ, ପୁଣି ଭାଇରାଲ ହେଲା ସୁଟିଂ ସମୟର ଭିଡିଓ

୨୦୧୫ରେ ମୁକ୍ତିଲାଭ କରିଥିବା ସଞ୍ଜୟ ଲୀଲା ଭନସାଲୀଙ୍କ ସୁପରହିଟ୍ ଫିଲ୍ମ ବାଜିରାଓ ମସ୍ତାନୀ ରଣଭୀର ସିଂଙ୍କୁ ଇଣ୍ଡଷ୍ଟ୍ରିର ଜଣେ ଯୁବ ସୁପରଷ୍ଟାର ଭାବରେ ପ୍ରତିଷ୍ଠିତ କରିଥିଲା। ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନଙ୍କ ଗୀତ ଦିୱାନୀ ମସ୍ତାନୀ ବହୁତ ଲୋକପ୍ରିୟତା ସାଉଁଟିଥିଲା। ଏହି ଗୀତର ସୁଟିଂ ସମୟର ଭିଡିଓ ପୁଣି ଥରେ ଭାଇରାଲ ହେବାରେ ଲାଗିଛି। ଦୀପିକାଙ୍କ ସହ ସଞ୍ଜୟ ଲୀଲା ଭନସାଲୀ ମଧ୍ୟ ଫିଲ୍ମର ଏହି ଗୀତ ସୁଟିଂ ପାଇଁ ଜୋରସୋରରେ ଲାଗିପଡିଥିବା ଭିଡିଓରେ ଦେଖିବାକୁ ମିଳିଛି।

ଏହି ମ୍ୟୁଜିକ୍ ଭିଡିଓରେ ଦୀପିକା ଏକ ମସ୍ତାନୀ ଭୂମିକାରେ ନାଚୁଥିବାର ନଜର ଆସିଥିଲେ ଏବଂ ତାଙ୍କ ଚାରିପାଖରେ ୨୦ ହଜାର ଦର୍ପଣ ସଜା ଯାଇଥିଲା। ଚଳଚ୍ଚିତ୍ରର ସିନେମାଟୋଗ୍ରାଫର ଏହା ମଧ୍ୟ କହିଥିଲେ ଯେ, ଏହି ଦର୍ପଣ ସହିତ ସୁଟିଂ କରିବା ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା।

- Advertisement -

ଏହି ଗୀତ ପାଇଁ ଦୀପିକା ସୁନେଲୀ ରଙ୍ଗର ଏକ ଓଜନିଆ ଅନାରକଲୀ ଲେହେଙ୍ଗା ପିନ୍ଧିଥିଲେ। ଏହି ଗୀତରେ ଦୀପିକାଙ୍କ ପଛରେ ଅନେକ ବ୍ୟାକଅପ୍ ନୃତ୍ୟଶିଳ୍ପୀ ମଧ୍ୟ ଦେଖିବାକୁ ମିଳିଥିଲା। ହଜାରେ ଦର୍ପଣ, ଦୀପିକାଙ୍କ ପୋଷାକ ଏବଂ ଗ୍ରାଣ୍ଡ ସେଟ୍ ଯୋଗୁଁ ଏହି ଗୀତକୁ ୧୯୬୦ ଚଳଚ୍ଚିତ୍ର ମୁଗଲ-ଆଜାମର ‘ପ୍ୟାର କ୍ୟା ତ ଡରନା କ୍ୟା’ ଗୀତ ସହିତ ତୁଳନା କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories