www.samajalive.in
Monday, December 8, 2025
27.1 C
Bhubaneswar

ପୁୁରୁଖା ଲୋକ କଳାକାର ରାମ ନାରାୟଣଙ୍କ ପରଲୋକ 

ସମ୍ବଲପୁର :  ସମ୍ବଲପୁରର ବିଖ୍ୟାତ ତଥା ବର୍ଷିୟାନ କଳାକାର ଓ ଲୋକ ନୃତ୍ୟ ଶିଳ୍ପୀ ରାମ ନାରାୟଣ ବାବୁଙ୍କର ରବିବାର ରାତ୍ରିରେ ପରଲୋକ ହୋଇଯାଇଛି। ସମ୍ବଲପୁର ଉପକଣ୍ଠସ୍ଥ ଠେମରା ସ୍ଥିତ ତାଙ୍କର ବାସଭବନରେ ରାମ ନାରାୟଣ ୯୨ ବର୍ଷ ବୟସରେ ଇହଧ୍ୟାମ ତ୍ୟାଗ କରିଛନ୍ତି। ଗତ କିଛି ମାସ ହେବ ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ। ବହୁମୁଖୀ ପ୍ରତିଭାର ଅଧିକାରୀ ସ୍ୱର୍ଗତ ରାମ ନାରାୟଣ ଏକାଧାରରେ ଲୋକ କଳାକାର, ଲୋକ ସଙ୍ଗୀତକାର, ମଞ୍ଚ ଅଭିନେତା, ନୃତ୍ୟ ଶିଳ୍ପୀ (ଉଭୟ ପୁରୁଷ ଓ ମହିଳା), ମଞ୍ଚ କଳାକାର, ନାଟକ ନିର୍ଦ୍ଦେଶକ ଭାବରେ ତାଙ୍କର ବହୁ ସୁଖ୍ୟାତି ରହିଛି। ଏହା ସହିତ ଓଡିଶୀ ନୃତ୍ୟ ଏବଂ ଶାସ୍ତ୍ରୀୟ ସଙ୍ଗୀତରେ ମଧ୍ୟ ଖୁବ ଭଲ ଦଖଲ ରହିଥିଲା। ସେ ପୁରପଲ୍ଲୀ ଠାରୁ ଆରମ୍ଭ କରି ଜାତୀୟସ୍ତରରେ ବହୁ ମଞ୍ଚରେ ତାଙ୍କର ପ୍ରତିଭାର ପ୍ରଦର୍ଶନ କର ସୁଖ୍ୟାତି ଅର୍ଜନ କରିଥିଲେ। ଛାତ୍ରାବସ୍ଥାରୁ କଳା ଓ ସଂସ୍କୃତି ପ୍ରତି ଅନୁରାଗୀ ୫୦ ରୁ ୬୦ ଦଶକ ମଧ୍ୟରେ ନାରୀ ନୃତ୍ୟାଙ୍ଗନା ଓ ଅଭିନେତ୍ରୀଙ୍କର ଅଭାବ ରହିଥିବା ବେଳେ ସେ ନାରୀ ଚରିତ୍ରରେ ଉଭୟ ନୃତ୍ୟ ଓ ଅଭିନୟ କରି ତାଙ୍କର ବହୁମୁଖୀ ପ୍ରତିଭାର ପ୍ରଦର୍ଶନ କରିଥିଲେ। ସେ ବିଶେଷତଃ ବର୍ଷିୟାନ ଶିଳ୍ପୀ ରାହାସ ବିହାରୀ ମିଶ୍ରଙ୍କ ସହ ସମ୍ବଲପୁରୀ ନୃତ୍ୟ ଓ ଅନ୍ୟ ନୃତ୍ୟ ଶ୍ରେଣୀରେ ଯୁଗଳ ନୃତ୍ୟ ପ୍ରଦର୍ଶନ ଓ ନୃତ୍ୟ ପ୍ରଶିକ୍ଷଣ ତାଙ୍କୁ ବେଶ ପ୍ରସିଦ୍ଧି କରାଇଥିଲା।

କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱର୍ଗତ ରାମ ନାରାୟଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ସମ୍ବଲପୁର ଲୋକ ମହୋତ୍ସବରେ ମଧ୍ୟ ତାଙ୍କୁ ସମ୍ମାନୀତ କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସ୍ୱିକୃତିପ୍ରାପ୍ତ କଳାକାର ଭାବରେ ରାମ ନାରାୟଣ କଳାକାର ଭତ୍ତା ମଧ୍ୟ ପାଉଥିଲେ। ସ୍ୱର୍ଗତ ରାମ ନାରାୟଣ ତାଙ୍କ ପଛରେ ୫ଟି ପୁତ୍ର ଗୋପି ରଞ୍ଜନ, ଉମା ରଞ୍ଜନ, ଅତିଶ ରଞ୍ଜନ, ନିରଞ୍ଜନ, ପ୍ରତାପ ରଞ୍ଜନ ଓ ୩ ଝିଅ ସନ୍ଧ୍ୟାରାଣୀ, ସବିତାରାଣୀ, ସୁନୀତା ଙ୍କ ସମେତ ପରିବାରବର୍ଗଙ୍କୁ ପଛରେ ଛାଡି ଯାଇଛନ୍ତି। ତାଙ୍କର ଧର୍ମପତ୍ନୀ ଓ ବଡପୁଅ ଚିତ୍ତରଞ୍ଜନ ବାବୁଙ୍କ ପୂର୍ବରୁ ପରଲୋକ ହୋଇଯାଇଛି। ସ୍ଥାନୀୟ ରାଜଘାଟ ଠାରେ ଦ୍ୱିତୀୟ ପୁତ୍ର ଗୋପି ରଞ୍ଜନ ମୁଖାଗ୍ନି ଦେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ସ୍ୱର୍ଗତ ରାମ ନାରାୟଣ ଜିଲା ଓକିଲ ସଂଘର ପୂର୍ବତନ ସଭାପତି କୃଷ୍ଣ ଚନ୍ଦ୍ର ବାବୁ ଓ ବିଶିଷ୍ଟ ଶିଳ୍ପପତି ଉଦିତ ପ୍ରସାଦ ବାବୁଙ୍କର ବଡ ଭାଇ ଅଟନ୍ତି। 

- Advertisement -

 

 

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories