www.samajalive.in
Monday, December 8, 2025
14.1 C
Bhubaneswar

ଟିମ ଇଣ୍ଡିଆର ଅଧିକାଂଶ ଖେଳାଳି ଆହତ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟ ଦଳ ଜବରଦସ୍ତ ଖେଳ ପ୍ରଦର୍ଶନ ଜାରି ରଖିଛି। ମାତ୍ର ଦଳ ପାଇଁ ଏକ ଚିନ୍ତା ଜନକ ବିଷୟ ହେଉଛି ଦଳର ପ୍ରାୟ ଅଧା ଖେଳିଳି ଆହତ ହୋଇଛନ୍ତି। ଯାହାଫଳରେ ଦଳ ପାଇଁ ଏହା ଏକ ମୁଣ୍ଡ ବ୍ୟଥାର କାରଣ ସାଜିଛି। ନିକଟରେ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ ପଡିଛନ୍ତି ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ହିଟମ୍ୟାନ ରୋହିତ ଶର୍ମା। ନ୍ୟୁଜିଲାଣ୍ଡର ମାଉଣ୍ଟ ମୌଙ୍ଗନୁଇରେ ଖେଳାଯାଉଥିବା ପଞ୍ଚମ ତଥା ଶେଷ ଟ୍ବେଣ୍ଟି-୨୦ରେ ବ୍ୟାଟିଂ ସମୟରେ ଆହତ ହୋଇଥିବା କାରଣରୁ ସମ୍ପୂର୍ଣ୍ଣ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡିଛନ୍ତି। ସେହିପରି ରୋହିତଙ୍କୁ ପୂର୍ବରୁ ଭାରତର ଅନେକ ଚମ୍ପିଆନ ଖେଳାଳି ଆହତ ହୋଇ ଦଳରେ ସାମିଲ ହୋଇ ପାରୁନାହାନ୍ତି।
ତେବେ ଆସନ୍ତୁ ଜାଣିବା ଆହତ କାରଣରୁ ଟିମ ଇଣ୍ଡିଆରୁ ବାଦ ପଡ଼ିଥିବା ଖେଳାଳିମାନଙ୍କ ବିଷୟରେ….

PIc. Courtesy : jagran.com

ରୋହିତ ଶର୍ମା
ରୋହିତ ଶର୍ମା ଦଳରୁ ବାଦ ପଡ଼ିବା କାରଣରୁ ଭାରତୀୟ କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଛି। ନ୍ୟୁଜିଲାଣ୍ଡର ମାଉଣ୍ଟ ମୌଙ୍ଗନୁଇରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚରେ ବ୍ୟାଟିଂ ସମୟରେ ରେହିତ ଆହତ ହୋଇଥିଲେ। ଏହି କାରଣରୁ ସେ ସମ୍ପୂର୍ଣ୍ଣ ନ୍ୟୁଜିଲାଣ୍ଡ ଗସ୍ତରୁ ବାଦ୍ ପଡିଛନ୍ତି। ଯାହା ଫଳରେ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଆଗାମୀ ଦିନିକିଆ ସିରିଜ୍ ଏବଂ ଟେଷ୍ଟ ସିରିଜ୍ ଖେଳିପାରିବେ ନାହିଁ।

- Advertisement -

ଇଶାନ୍ତ ଶର୍ମା
ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇଶାନ୍ତ ଶର୍ମା ଆହତ କାରଣରୁ ନ୍ୟୁଜିଲାଣ୍ଡ ସହ ଖେଳାଯିବାକୁ ଥିବା ଆଗାମୀ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି। ଭାରତର ସବୁଠାରୁ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କର ରଞ୍ଜି ମ୍ୟାଚ ଖେଳୁଥିବା ସମୟରେ ପାଦ ଗଣ୍ଠିରେ ଆଘାତ ଲାଗିଥିଲା। ଯାହା ଫଳରେ ଫେବୃଆରୀ ୨୧ ଓ ୨୯ରେ ମଧ୍ୟରେ ଖେଳାଯିବାକୁ ଥିବା ଦୁଇଟିକିଆ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି।

Photo Courtesy : NDTV

ଭୁବନେଶ୍ବର କୁମାର
ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଭୁବନେଶ୍ବର କୁମାର ଆହତ ଅଛନ୍ତି। ନିକଟରେ ସେ ଲଣ୍ଡନରେ ହାର୍ନିଆ ଅ‌େସ୍ତ୍ରାପଚାର ହୋଇଥିଲା। ଯାହା ଫଳରେ ସେ ବର୍ତ୍ତମାନ ଟିମରେ ଖେଳିବା ସମ୍ଭବ ନୁହେଁ।

courtesy-NDTV sports

ହାର୍ଦ୍ଦିକ ପାଣ୍ଡିଆ
ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡିଆ ଆହତ କାରଣରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି। ଏହାପୂର୍ବରୁ ତାଙ୍କୁ ଟ୍ବେଣ୍ଟି-୨୦ ଓ ଦିନିକିଆରେ ମଧ୍ୟ ଖେଳାଯାଇନଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories