ସାମ୍ସଙ୍ଗ ଲଞ୍ଚ୍ କଲା Galaxy M16 ଏବଂ M06 ସ୍ମାର୍ଟଫୋନ୍: ଜାଣନ୍ତୁ ଦାମ୍ ଓ ଫିଚର

ସମାଜ ଡିଜିଟାଲ ଡେସ୍କ: ସାମ୍ସଙ୍ଗ ଭାରତରେ ଏହାର ‘M’ ସିରିଜ୍ର ଦୁଇଟି ଫୋନ୍ ଲଞ୍ଚ୍ କରିଛି। Samsung Galaxy M16 ଏବଂ Galaxy M06 ଲଞ୍ଚ୍ କରିଛି ସାମ୍ସଙ୍ଗ। ବିଶେଷ କଥା ହେଉଛି, Galaxy M06 ଏବେ ୫ଜି ନେଟଓ୍ବର୍କ ସପୋର୍ଟ ସହ ଆସୁଛି। ଉଭୟ ସ୍ମାର୍ଟଫୋନରେ ମିଡିଆଟେକ୍ ଡାଇମେନ୍ସିଟି ୬୩୦୦ ଏସଓସି ରହିଛି।
Samsung Galaxy M16 ଏବଂ Galaxy M06ର ଦାମ୍-
ସାମ୍ସଙ୍ଗ ଗାଲାକ୍ସି ଏମ୧୬ ୫ଜି ସାହାଯ୍ୟରେ ସାମ୍ସଙ୍ଗ କମ୍ ବଜେଟ୍ର ସ୍ମାର୍ଟଫୋନ ପସନ୍ଦ କରୁଥିବା ୟୁଜରଙ୍କୁ ଖୁସି କରିବାକୁ ଚାହୁଁଛି। ଏହାକୁ ଦୃଷ୍ଟିରେ ରଖି ଏହି ଫୋନ୍ର ଦାମ୍ ୧୨,୪୯୯ ରଖାଯାଇଛି। ତେବେ ଏହାଠାରୁ ଅଧିକ ଶସ୍ତା ରହିଛି ଗାଲାକ୍ସି ଏମ୍୦୬। ଏହି ଫୋନ୍ର ମୂଲ୍ୟ ୯,୯୯୯ ଟଙ୍କା ରହିଛି।
କଲର ଅପ୍ସନ-
Samsung Galaxy M16 ତିନୋଟି ରଙ୍ଗରେ ଉପଲବ୍ଧ। ମିଣ୍ଟ ଗ୍ରୀନ୍, ବ୍ଲଶ୍ ପିଙ୍କ୍ ଓ ଥଣ୍ଡର ବ୍ଲାକ ରଙ୍ଗରେ ଉପଲବ୍ଧ ହେବ ଏହି ଫୋନ୍। ସେହିପରି Galaxy M06 ଦୁଇଟି ରଙ୍ଗରେ ଆସିବ, ଏଥିରେ ସେଜ୍ ଗ୍ରୀନ୍ ଓ ବ୍ଲେଜିଂ ବ୍ଲାକ୍ ନାମ ସାମିଲ। ଉଭୟ ସ୍ମାର୍ଟଫୋନ୍ ଆମାଜନ୍, ସାମ୍ସଙ୍ଗର ଅଫିସିଆଲ୍ ଓ୍ବେବସାଇଟ୍ ଓ ରିଟେଲ ଷ୍ଟୋରଗୁଡ଼ିକରେ ଉପଲବ୍ଧ ହେବ। Galaxy M16ର ସେଲ୍ ମାର୍ଚ୍ଚ ୫ ତାରିଖ ଦିନ ୧୨ଟାରୁ ଆରମ୍ଭ ହେବାକୁ ଯାଉଛି। ଅପରପକ୍ଷେ, ମାର୍ଚ୍ଚ ୭ରୁ Galaxy M06ର ବିକ୍ରି ଆରମ୍ଭ ହେବ। ସାମ୍ସଙ୍ଗ ସ୍ମାର୍ଟଫୋନ୍ ଉପରେ ବ୍ୟାଙ୍କ ଅଫର୍ ମଧ୍ୟ ମିଳୁଛି। ବ୍ୟାଙ୍କ ଅଫର ଅନୁସାରେ Galaxy M16 ଉପରେ ୧୦୦୦ ଟଙ୍କା ଓ Galaxy M06 ଉପରେ ୫୦୦ ଟଙ୍କାର କ୍ୟାସ୍ବ୍ୟାକ୍ ମିଳିପାରିବ।
Samsung Galaxy M16ର ବିଶେଷତ୍ଵ-
Samsung Galaxy M16 5Gରେ ୬.୭ ଇଞ୍ଚର ଫୁଲ୍ ଏଚଡି + ସୁପର ଆମୋଲେଡ୍ ଡିସ୍ପ୍ଲେ ଦିଆଯାଇଛି। ମିଡିଆଟେକ୍ ଡାଇମେନସିଟି ୬୩୦୦ ଏସଓସି ପ୍ରୋସେସର, ୪ଜିବ/୬ଜିବି/୮ଜିବି ରାମ୍ + ୧୨୮ଜିବି ଷ୍ଟୋରେଜ୍ ଅପ୍ସନ ରହିଛି। Samsung Galaxy M16 5Gରେ ୫୦ଏମପି ପ୍ରାଇମେରୀ + ୫ଏମପି ଅଲ୍ଟ୍ରା ଓ୍ବାଇଡ୍ + ୨ଏମପି ମାକ୍ରୋ କ୍ୟାମେରା ମିଳିବ। ଏଥିସହ ୧୩ଏମପି ସେଲ୍ଫି କ୍ୟାମେରା ଦିଆଯାଇଛି। ଏହା ବ୍ୟତୀତ ୫୦୦୦ଏମଏଏଚର ବ୍ୟାଟେରୀ ମିଳିବ, ଯେଉଁଥିରେ ୨୫ ଓ୍ବାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି।
Samsung Galaxy M06 5Gର ବିଶେଷତ୍ଵ-
Samsung Galaxy M06 5Gରେ ୬.୭ ଇଞ୍ଚର ଏଚଡି + ଆଇପିଏସ ଏଲସିଡି ଡିସ୍ପ୍ଲେ ଦିଆଯାଇଛି। ମିଡିଆଟେକ୍ ଡାଇମେନସିଟି ୬୩୦୦ ଏସଓସି ପ୍ରୋସେସର ରହିଛି। M06 ୫୦ଏମପି ପ୍ରାଇମେରୀ + ୨ଏମପି ଡେପ୍ଥ କ୍ୟାମେରା ରହିଛି। ଏଥିସହ ୮ଏମପି ସେଲ୍ଫି କ୍ୟାମେରା ମିଳିବ। Samsung Galaxy M06 ୫୦୦୦ଏମଏଏଚର ବ୍ୟାଟେରୀ ମିଳିବ, ଯେଉଁଥିରେ ୨୫ ଓ୍ବାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି।
Comments are closed.