www.samajalive.in
Sunday, December 7, 2025
15.1 C
Bhubaneswar

୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ : ୨ ଗିରଫ 

ସମ୍ବଲପୁର : ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚାଲାଣକୁ ନେଇ ନିୟମିତ ପେଟ୍ରୋଲିଂ ସମୟରେ ବିପୁଳ ମାତ୍ରାରେ ଗଞ୍ଜେଇ, ଗାଡି ଓ ଚାଲାଣକାରୀ ଧରା ପଡୁଛନ୍ତି। ଏହି କ୍ରମରେ ସମ୍ବଲପୁର ଅବକାରୀ ବିଭାଗର ଇଆଇବି ୟୁନିଟ ପକ୍ଷରୁ ରବିବାର ସକାଳ ସମୟରେ ପେଟ୍ରୋଲିଂ ସମୟରେ ୧ କ୍ୱିଣ୍ଟାଲ ଗଞ୍ଜେଇ ଧରାପଡିଛି। ଅବକାରୀ ଅଧିକାରୀ ବିପ୍ର ଚରଣ ମଣ୍ଡଳ ଙ୍କ ନେତୃତ୍ୱରେ ଅବକାରୀ ଦଳ ବିଜୁ ଏକ୍ସପ୍ରେସ ୱେର ପ୍ରଧାନପାଲି ଛକ ନିକଟରେ ଥିବା ଚେକ ଗେଟ ଅଞ୍ଚଳରେ ଚେକିଂ ସମୟରେ ଏକ ହୁଣ୍ଡାଇ କାରକୁ ଧରିଥିଲେ। ଉକ୍ତ ଗାଡିକୁ ଚେକିଂ କରିବାରୁ ସେଠାରେ ଲୁକ୍କାୟିତ ଭାବରେ ରଖାଯାଇଥିବା ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା।
ଗାଡିରେ ଛତିଶଗଡ ରାଜ୍ୟର ଜସପୁର ଜିଲା ତୁମଲା ଥାନା ଅର୍ନ୍ତଗତ ଦଙ୍ଗବଣ୍ଡିହି ଗ୍ରାମର ଚନ୍ଦ୍ର ସାଇ ପାନିକ୍ରା ଓ ନିପୁନ ଚୌହାନ ବୌଦ୍ଧ ଜିଲାରୁ ଛତିଶଗଡ ରାଜ୍ୟକୁ ଗଞ୍ଜେଇ ଚାଲଣ କରୁଥିଲେ। ଏଣୁ ଅଭିଯୁକ୍ତ ମାନଙ୍କୁ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଗିରଫ କରିଛି। ଜବତ ହୋଇଥିବା ଗଞ୍ଜେଇ ଓ କାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ଉ ସମୟରେ ଦିଲ୍ଲୀପ କୁମାର ରଥ, ଅଲେଖ ପ୍ରଧାନ, ଅଲୋକ ପ୍ରଧାନ, ଅଶୋକ ଖଡିଆ, ତାପସ ସାହୁ, ରଶ୍ମୀ ଦାସ, ଆଶିଷ ସାହୁ ପ୍ରମୁଖ ସାମିଲ ରହିଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories