www.samajalive.in
Tuesday, December 9, 2025
15.1 C
Bhubaneswar

ସମ୍ବଲପୁରରେ ପୁଣି ସାଇବର ଠକେଇର ଜାଲ, ସାଂସଦଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ

ସମ୍ବଲପୁର: ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ନାଁରେ ଖୋଲା ଯାଇଛି ନକଲି ଆକାଉଣ୍ଟ ଏବଂ ଏହି ଆକାଉଣ୍ଟ ଆଧାରରେ ଲୋକଙ୍କଠାରୁ ଚାନ୍ଦା ମଗାଯାଉଥିବା ଅଭିଯୋଗ ହୋଇଛି। ସାଂସଦଙ୍କ ପ୍ରତିନିଧି ମୋହନ କୁମାର ଦାଶ ଏନେଇ ଆଜି ଏକ ଅଭିଯୋଗ ସମ୍ବଲପୁର ସାଇବର ଥାନାରେ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି।

ସମ୍ବଲପୁରରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଲୋକଙ୍କଠାରୁ ଚାନ୍ଦା ମଗାଯିବା କୌଣସି ନୂଆ କଥା ନୁହେଁ। ପୂର୍ବରୁ ତତ୍‌କାଳୀନ ଜିଲାପାଳ, ଏସପି ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ନାଁରେ ଆକାଉଣ୍ଟ ଖୋଲାଯାଇ ଚାନ୍ଦା ମଗାଯାଉଥିବାର ନଜିର ରହିଛି। ଅବଶ୍ୟ ଅଭିଯୋଗ ପରେ ସାଇବର ଥାନା ଏହି ସବୁ ନକଲି ଆକାଉଣ୍ଟଗୁଡିକୁ ଫେସବୁକ କଂପାନୀ ସହାୟତାରେ ବନ୍ଦ କରିଛି। କେତେକ ସନ୍ଦିଗ୍ଧକୁ ଗିରଫ କରାଯାଇଥିବାବେଳେ ବହୁ ଅପରାଧୀ ଏବେ ମଧ୍ୟ ପୁଲିସ ଜାଲ ବାହାରେ ରହିଛନ୍ତି। ସମ୍ବଲପୁର ସାଂସଦ ଶ୍ରୀ ଗଙ୍ଗଦେବଙ୍କ ଅଫିସିଆଲ ଆକାଉଣ୍ଟ ବାଦ୍‌ ତାଙ୍କ ନାଁରେ ଆଉ ଏକ ଆକାଉଣ୍ଟ ରହିଥିବା ସାଂସଦଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା କରୁଥିବା ହମିଦ ପ୍ରଧାନଙ୍କ ନଜରକୁ ଆସିଥିଲା। ସେ ଏନେଇ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଏହି ଆକାଉଣ୍ଟକୁ ଅନ୍ୟ ଲୋକଙ୍କଠାରୁ ଚାନ୍ଦା ମାଗିବା ପାଇଁ ବ୍ୟବହାର କରାଯାଉଥିବା ଜଣାପଡିଥିଲା। ସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ଏନେଇ ସାଂସଦଙ୍କ ପ୍ରତିନିଧି ଶ୍ରୀ ଦାସ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ତେବେ କିଏ ଏହି ନକଲି ଆକାଉଣ୍ଟ ତିଆରି କରି ଏହାର ପରିଚାଳନା କରୁଛି ତାହା ଜଣାପଡିନାହିଁ। ସାଇବର ଥାନା ଅଧିକାରୀ ତାରାବତୀ ପ୍ରଧାନଙ୍କୁ ଯୋଗାଯୋଗ କରିବାରେ ଏତଲାକୁ ଆଧାର କରି ଫେସବୁକ ଆକାଉଣ୍ଟକୁ ବନ୍ଦ କରିବା ପାଇଁ ଫେସବୁକ କମ୍ପାନୀକୁ ଚିଠି ଲେଖାଯାଇଥିବା ପ୍ରକାଶ କରିଛନ୍ତି। ଏହା ସହ ଏନେଇ ଏକ ମାମଲା ରୁଜୁ ସହ ଘଟଣାର ତଦନ୍ତ କରାଯାଉଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ୨୦୧୭ ମସିହାରେ ଦେବଗଡ଼ର ବିଧାୟକ ଥିବା ସମୟରେ ଶ୍ରୀ ଗଙ୍ଗଦେବଙ୍କ ନାମରେ ଏକ ନକଲି ଫେସବୁକ ଆକାଉଣ୍ଟ ଥିବା ଜଣାପଡିଥିଲା। ସେ ସମୟରେ ବୁଢ଼ାରଜା ଅଂଚଳର ସୁରଜ ମଣ୍ଡଳ ନାମକ ଜଣେ ଯୁବକକୁ ଗିରଫ କରାଯାଇଥିଲା। ବିଭିନ୍ନ କାମ କରାଇ ଦେବା ନାମରେ ସୁରଜ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରୁଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories