www.samajalive.in
Tuesday, December 9, 2025
16.1 C
Bhubaneswar

ଯୌତୁକ ପାଇଁ ଗର୍ଭବତୀ ନବବଧୂକୁ ହତ୍ୟା ଅଭିଯୋଗ, ସ୍ବାମୀ ସହ ୪ ଅଟକ

ବ୍ରହ୍ମପୁର: ଯୌତୁକ ପାଇଁ ଜଣେ ଗର୍ଭବତୀ ବଧୂକୁ ଶ୍ବଶୂର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ବୁଧବାର ବ୍ରହ୍ମପୁର ବାସୁଦେବନଗର ଷଷ୍ଠ ଗଳିରେ ଘଟିଛି। ଅଭିଯୋଗ ପରେ ପୁଲିସ ହତ୍ୟା ଓ ଯୌତୁକଜନିତ ମାମଲା ରୁଜୁ କରି ମୃତ ମହିଳାଙ୍କ ସ୍ବାମୀଙ୍କ ସହ ତାଙ୍କ ପରିବାରର ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ମିଳିଥିବା ସୂଚନା ପ୍ରକାରେ ଅଯୋଧ୍ୟାନଗର ୪ର୍ଥ ଲାଇନର ନକୁଳ ଜେନାଙ୍କ ଏକମାତ୍ର ଝିଅ କୁନିଙ୍କ ସହ ବାସୁଦେବନଗର ଷଷ୍ଠ ଗଳିର ମାଲେଶୁ ବିଶ୍ବାଳଙ୍କ ୪ର୍ଥ ପୁଅ ଲକ୍ଷ୍ମୀନାରାୟଣ ବିଶ୍ବାଳ ଓରଫ ମୁନାଙ୍କ ସହ ୨୦୧୯ ମାର୍ଚ୍ଚରେ ବୈଦିକ ରୀତିରେ ବିବାହ ହୋଇଥିଲା। କନ୍ୟାର ଶ୍ବଶୂର ଘର ଲୋକଙ୍କ ଦାବି ମୁତାବକ ନକୁଳ ଯୌତୁକ ବାବଦକୁ ନଗଦ ସାଢେ ୫ ଲକ୍ଷ ଟଙ୍କା, ୫ ଭରି ସୁନା ଅଳଙ୍କାର, ବାଇକ ସହ ସମସ୍ତ ପ୍ରକାର ଦାମୀ ଆସବାବପତ୍ର ଦେଇଥିଲେ। କିଛିମାସ ତଳେ ନକୁଳ ଆାଙ୍କୋଲି ନିଗମ ନଗରରେ ଥିବା ଏକ ଜମି ନିଜ ଝିଅ କୁନି ନାମରେ କରିଥିଲେ। ତେବେ ସେହି ଜମିକୁ କୁନାଙ୍କଙ୍କ ନାମରେ କରିବାକୁ କୁନିଙ୍କ ଶ୍ବଶୂର ଘର ଲୋକେ ଚାପ ପକାଉଥିଲେ। ଏପରିକି ସେହି ଜମି ନଦେଲେ ଅନ୍ୟ ଏକ ଜମି କୁନା ନାମରେ ପଞ୍ଜିକରଣ କରିବାକୁ ଝିଅର ପରିବାର ଉପରେ ଚାପ ପକାଇ ଆସୁଥିଲେ। ଏ ନେଇ ନକୁଳ ଅକ୍ଷମତା ପ୍ରକାଶ କରିବାରୁ କୁନିଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିଲେ ବୋଲି ନକୁଳ ଅଭିଯୋଗରେ ଦର୍ଶାଇଛନ୍ତି। କୁନିକୁ ଖାଇବା ପିଇବାକୁ ଦେଉନଥିଲେ କି ବାପ ଘରକୁ ମଧ୍ୟ ଛାଡୁ ନଥିଲେ। ଶାରୀରିକ ଓ ମାନସିକ ନିର୍ୟାତନା ଦେଉଥିଲେ। କୁନି ୩ ମାସର ଗର୍ଭବତୀ ଥିବାରୁ ଗର୍ଭ ନଷ୍ଟ ପାଇଁ ଶ୍ବଶୂର ଘର ଲୋକେ ଔଷଧ ଖାଇବାକୁ ଦେଇଥିଲେ। ଗତକାଲି କୁନିର ସ୍ବାମୀ ଘର ଲୋକଙ୍କଠାରୁ ଖବର ପାଇ ବାସୁଦେବନଗର ଗଲାବେଳେ ସେମାନେ କୁନିକୁ ଏମକେସିଜି ମେଡିକାଲକୁ ନେଇସାରିଥିଲେ। ସେଠାରେ ଡାକ୍ତର କୁନିକୁ ମୃତ ଘୋଷଣା କରିସାରିଥିଲେ। ତାଙ୍କ ଝିଅକୁ ମିଳିମିଶି ହତ୍ୟା କରାଯାଇଛି ବୋଲି ନକୁଳ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସଦରଥାନା ପୁଲିସ ମହିଳାଙ୍କ ଶବ ଜବତ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପଞ୍ଚାନାମା କରାଯାଇଛି। ନବବଧୂଙ୍କ ବେକରେ ଦାଗ ସହ ମୁଣ୍ଡ ଓ ଶରୀର ଫୁଲି ଯାଇଥିବାରୁ ଏହା ଏକ ହତ୍ୟା ବୋଲି ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି। ସେହିକ୍ରମରେ ସଦର ଥାନା ପୁଲିସ କେସ ନଂ ୩୪୯/୨୦ ରେ ଏକ ହତ୍ୟା ତଥା ଯୌତୁକଜନିତ ମାମଲା ରୁଜୁ କରିବା ସହ କୁନିଙ୍କ ସ୍ବାମୀ, ଶ୍ବଶୂର, ଦେଢଶୂର ଓ ସ୍ବାମୀଙ୍କ ଜଣେ ସାଙ୍ଗକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories