www.samajalive.in
Monday, December 8, 2025
17.1 C
Bhubaneswar

ଚତୁର୍ଥ ଟାଇଗର କବାଡି ଟୁର୍ଣ୍ଣାମେଣ୍ଟ ଗୁରୁନାନକ ସ୍କୁଲ ଚାମ୍ପିୟନ

ସମ୍ବଲପୁର: ସମ୍ବଲପୁର ଜିଲା ମାଷ୍ଟର୍ସ ଏଥେଲେଟିକ ଏସୋସିଏସନ ପକ୍ଷରୁ ୪ର୍ଥ ଟାଇଗର କପ କବାଡି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ କୁଞ୍ଜେଲପଡାଛକ ନିକଟରେ ସ୍ଥିତ ପାର୍କ ଠାରେ ଆୟୋଜିତ ହୋଇଯାଇଛି। ସମାଜସେବୀ ତଥା ପୂର୍ବତନ ଉପ ନଗରପାଳ ସିଦ୍ଧାର୍ଥ ସାହାଙ୍କ ଦ୍ୱାରା ଉଦଘାଟିତ ଏହି ଟୁର୍ଣ୍ଣାମେଣ୍ଟରେ ୭ଟି ପୁରୁଷ ଓ ୨ଟି ମହିଳା ଦଳ ଭାଗ ନେଇଥିଲେ। ଟୁର୍ଣ୍ଣାମେଣ୍ଟରେ ସିଏସବି ଜିଲା ସ୍କୁଲ, ଏନଜି ଟାଉନ ହାଇସ୍କୁଲ, ସେଣ୍ଟ ଜନ୍ସ ପବ୍ଲିକ ସ୍କୁଲ, ଗୁରୁ ନାନକ ପବ୍ଲିକ ସ୍କୁଲ, ଶ୍ରୀ ମୁଙ୍ଗାଲାଲ ଶିଶୁ ମନ୍ଦିର, ଦୟାନନ୍ଦ ପବ୍ଲିକ ସ୍କୁଲ (ପଡିଆବାହାଲ) ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଖ୍ୟା – ୨ (ବୁର୍ଲା) ଭାଗ ନେଇଥିଲେ। ସେହିଭଳି ମହିଳା ବିଭାଗରେ ୟୁବିଏ ସମ୍ବଲପୁର ଓ କେନ୍ଦ୍ରିୟ ବିଦ୍ୟାଳୟ – ୨ (ବୁର୍ଲା) ଦଳ ଭାଗ ନେଇଥିଲେ।

ଫାଇନାଲରେ ଜିଲାସ୍କୁଲ ଦଳକୁ ଗୁରୁନାନକ ପବ୍ଲିକ ସ୍କୁଲ ଦଳ ସଂଘର୍ଷପୂର୍ଣ୍ଣ ପ୍ରତିଯୋଗିତାରେ ୭୫/୭୪ ପଏନ୍ଟରେ ହରାଇ ଚଳିତ ବର୍ଷର ଚାମ୍ପିୟନ ହୋଇଛି। ମୁଖ୍ୟ ଅତିଥି ରୂପେ ସମାଜସେବୀ ଦାମୋଦର କର ଯୋଗ ଦେଇ ବିଜୟୀ ଦଳକୁ ପୁରସ୍କୃତ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories