www.samajalive.in
Tuesday, December 9, 2025
16.1 C
Bhubaneswar

ସଫଳତା ହାସଲ ପାଇଁ ସକରାତ୍ମକ ମନୋଭାବ ପୋଷଣ ଜରୁରୀ

ଭୁବନେଶ୍ୱର : ଇଣ୍ଟରନ୍ୟାଶନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ, ଭୁବନେଶ୍ୱର ଗର୍ବର ସହିତ ଏହାର ଦଶମ ବାର୍ଷିକ ଦୀକ୍ଷାନ୍ତ ସମାରୋହ ଆୟୋଜନ କରି ପିଜିଡିଏମ୍ ୨୦୨୦-୨୨ବ୍ୟାଚର ଗ୍ରାଜୁଏଟିଂ ଶିକ୍ଷାର୍ଥୀମାନଙ୍କୁ ପୋଷ୍ଟଗ୍ରାଜୁଏଟ ଡିପ୍ଲୋମା ପ୍ରଦାନକରିଛି।ଟେକ ମହିନ୍ଦ୍ରା ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶ୍ରୀସି.ପି. ଗୁରନାନିଏହି କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ ଏବଂ ସଫଳତା ହାସଲ ପାଇଁ ସକରାତ୍ମକ ମନୋଭାବ ପୋଷଣ ଜରୁରୀ ବୋଲି କହିଥିଲେ। ଏହିଅବସରରେ ଶ୍ରୀ ଭି. ଅଗ୍ରୱାଲ, ଗ୍ରୁପସଭାପତି- ଏଚଆର ଓ ବୋର୍ଡ ସଦସ୍ୟ ଆରପିଏସଜି ଗ୍ରୁପ ଗ୍ରାଜୁଏଟିଂ ଶିକ୍ଷାର୍ଥୀମାନଙ୍କୁ ଡିପ୍ଲୋମା ଡିଗ୍ରୀ ପ୍ରଦାନ କରିଥିଲେ।

ଆରମ୍ଭରେ, ଆଇଏମଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ରମେଶ ବେହେଲ ସ୍ବାଗତ ଭାଷଣ ପ୍ରଦାନ କରି ବାର୍ଷିକ ଏକାଡେମିକ ରିପୋର୍ଟ ଉପସ୍ଥାପନ କରିଥିଲେ। ଗ୍ରାଜୁଏଟିଂ ଶିକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ସେ ସ୍ବାଗତ କରିଥିଲେ। ପ୍ରଫେସର ବେହେଲ ଇନଷ୍ଟିଚ୍ୟୁଟର ସଫଳତା ସମ୍ପର୍କରେ ସୂଚନା ପ୍ରଦାନ କରି କହିଥିଲେ ଯେ, ଏହା ଏନଏଏସି ଏବଂ ଏନବିଏ ଦ୍ୱାରା ସ୍ବୀକୃତି ପ୍ରାପ୍ତ। ଏହାସହିତ ଆଗାମୀ ପାଞ୍ଚବର୍ଷ ପାଇଁ ଆସୋସିଏଶନ ଅ ଫଏମବିଏଏସ(ଏଏମବିଏ) ଦ୍ୱାରା ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ।

- Advertisement -

ସେ ସୂଚନା ଦେଇଥିଲେ ଯେ ଦକ୍ଷତା ବିକାଶ, ଉଦ୍ୟୋଗ୍ୟତା, ତାଲିମ, ଅନୁସନ୍ଧାନ ଏବଂ ପରାମର୍ଶ ପାଇଁ ଇନୋଭେଶନ ଆଣ୍ଡ ମ୍ୟାନେଜମେଣ୍ଟଲାଗି ଏକ ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିଷ୍ଠା ପାଇଁ ଆଇଏମଆଇ ଭୁବନେଶ୍ୱର ଗ୍ରାଣ୍ଟ ଥର୍ନଟନ ଭାରତ ଏଲଏଲପି ସହିତ ଏକ ଏମଓୟୁ ସ୍ବାକ୍ଷର କରିଛି।

ଅନୁସନ୍ଧାନ ଏବଂ ପ୍ରକାଶନ ଦିଗରେ ଅଧ୍ୟାପକଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ଯେହେତୁ ଗତ ଶିକ୍ଷା ବର୍ଷରେ ଅନୁଷ୍ଠାନ ୫୪ ସ୍କୋପସ-ଇଣ୍ଡେକ୍ସଡ ରିସର୍ଚ୍ଚ ପେପର ପ୍ରକାଶ କରିଥିଲା।

ପ୍ରଫେସର ବେହେଲ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ମିଳିତ ପ୍ରୟାସ ଦ୍ୱାରା ନିଜ ଇଛା ମୁତାବକ ପସନ୍ଦର ପ୍ଲେସମେଣ୍ଟ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇବା ସହ ଅନୁଷ୍ଠାନ ଉପରେ ବିଶ୍ୱାସ ପ୍ରକାଶ କରି ଏକ୍ଷେତ୍ରରେ ଆଗକୁ ଆସିଥିବା କମ୍ପାନୀମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ।
ମୁଖ୍ୟଅତିଥି ଶ୍ରୀସି.ପି. ଗୁରନାନି ପିଜିଡିଏମ୍ ୨୦୨୦-୨୨ ବ୍ୟାଚର ଶିକ୍ଷାର୍ଥୀ ଆକାଶ ଚୌଧୁରୀ ଏବଂ ସୁଶ୍ରୀ ମହେସ୍ବତା ସାହୁଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ। ଶ୍ରୀସି.ପି. ଗୁରନାନିଡ.ରାମ ପ୍ରସାଦ ଗୋଏଙ୍କା ବେଷ୍ଟ ଷ୍ଟୁଡେଣ୍ଟ ମେଡାଲ ରୋହିତ ଜୈନଙ୍କୁ ପ୍ରଦାନ କରିଥିବାବେଳେ ଏବଂ ମହେସ୍ବତା ସାହୁଙ୍କୁ ଓଭରଅଲ କଣ୍ଟ୍ରିବ୍ୟୁଶନ ପାଇଁ ଡାଇରେକ୍ଟରର୍ସ ମେଡାଲ ପ୍ରଦାନ କରିଥିଲେ।
ସେ ଦୀକ୍ଷାନ୍ତ ସମାରୋହରେ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ପାସ ହୋଇଥିବା ପିଜିଡିଏମ ବ୍ୟାଚକୁ ଅଭିନନ୍ଦନ ଜଣାଇଥିଲେ। ସେ ସଫଳତା ମନ୍ତ୍ରଭାବେ ଏବିସିଡିଇ ଅର୍ଥାତ ଅଲଟର ନେଟିଭ୍ଥିଙ୍କିଙ୍ଗ, ବିଆସ୍ଫର ଆକ୍ସନ, କ୍ଲୋଜିଂ, ବିଙ୍ଗ ଡେଭିନେଟିଭ୍ ଏବଂ ଏକ୍ସଟ୍ରିମ୍ ଓନରଶିପ୍ ଉପରେ ଗୁରୁତ୍ୱାରୋପ କରିଥିଲେ।
ସେ ଛାତ୍ରମାନଙ୍କୁ ପଦକ୍ଷେପ ନେବାକୁ, ଏକସ୍ପଷ୍ଟଦର୍ଶନ, ସକରାତ୍ମକ ମନୋଭାବ ପୋଷଣ କରିବାକୁ ପରାମର୍ଶ ଦେଇଥିଲେ ଏବଂ ନୂତନ ଯୁଗର ପରିଚାଳକ ମାନଙ୍କୁ ଦୟାଳୁ, ସୃଜନଶୀଳ ଏବଂ ସାହସୀ ହେବାକୁ ଉତ୍ସାହିତ କରିଥିଲେ।
ଏହି କାର୍ୟ୍ୟକ୍ରମରେ ୨୦୦ରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ସରକାରୀ କର୍ମଚାରୀ, ବ୍ୟବସାୟୀ, ଆଇଏମଆଇ ଭୁବନେଶ୍ୱରର ଗଭର୍ନର୍ସ ବୋର୍ଡର ସଦସ୍ୟ ଏବଂ ଗ୍ରାଜୁଏଟିଂ ଶିକ୍ଷାର୍ଥୀଙ୍କ ଅଭିଭାବକ ଯୋଗଦେଇଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories