www.samajalive.in
Tuesday, December 9, 2025
16.1 C
Bhubaneswar

ବନ୍ୟା ପିଡିତଙ୍କ ସମସ୍ୟାର ସମାଧାନ ଦାବି କଲା କଂଗ୍ରେସ

ସମ୍ବଲପୁର : ବିଗତ ମାସରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ସମ୍ବଲପୁର ଜିଲାରେ ୨୬ ରୁ ୨୮ ପର୍ଯ୍ୟନ୍ତ ଅଚାନକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଣୁ ଏଥିରେ ସମ୍ବଲପୁର ମହାନଗର ନିଗମବାସୀଙ୍କ ସମେତ ଜିଲାବାସୀ ନାହିଁ ନ ଥିବା ଅସୁବିଧା ଭୋଗ କରିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ସେମାନେ ଅସହାୟ ଅବସ୍ଥାରେ ରହିଛନ୍ତି। ବନ୍ୟା ଦ୍ୱାରା ପିଡିତ ବ୍ୟକ୍ତି ମାନଙ୍କୁ ତୁରନ୍ତ ମାନବୀୟ ଦୃଷ୍ଟିକୋଣରୁ ସହାୟତା ଯୋଗାଇ ଦେବାକୁ ଜିଲା କଂଗ୍ରେସ କମିଟୀ ତରଫରୁ ଜିଲା ପ୍ରଶାସନ ନିକଟରେ ଦାବି କରାଯାଇଛି।

ସୋମବାର ଅପରାହ୍ନରେ ଜିଲା କଂଗ୍ରେସ କମିଟୀର ଏକ ପ୍ରତିନିଧି ମଣ୍ଡଳ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଉମାକାନ୍ତ ରାଜଙ୍କୁ ସାକ୍ଷାତକାର କରି ଏକ ଦାବିପତ୍ର ପ୍ରଦାନ କରିଛି। କଂଗ୍ରେସ ତରଫରୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ ପ୍ରବଳ ବର୍ଷା ଯୋଗୁଁ ଛତିଶଗଡ ରାଜ୍ୟରୁ ଅତ୍ୟଧିକ ବନ୍ୟା ଜଳ ଆସିବାରୁ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସନ କରାଯାଇଥିଲା। ଫଳରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ସମେତ ଧନକଉଡା, ମାନେଶ୍ୱର, ରେଙ୍ଗାଲି ଆଦି ବ୍ଲକ ଗୁଡିକର ବିଭିନ୍ନ ଅଞ୍ଚଳରେ ବନ୍ୟା ଜଳ ମାଡି ଯାଇଥିଲା। ଏଣୁ ହଜାର ହେକ୍ଟରରୁ ଅଧିକ ଅଞ୍ଚଳରେ ଚାଷୀ ମାନଙ୍କର ଫସଲ ନଷ୍ଟ ହୋଇଯିବା ସହିତ ବହୁ ଘର ଆଂଶିକ କିମ୍ବା ପୂର୍ଣ୍ଣ ଭାବରେ ଧରାଶାୟୀ ହୋଇଯାଇଛି।

- Advertisement -

ତେଣୁ ମହାନଗର ନିଗମ ଅଞ୍ଚଳରେ ଭାଙ୍ଗି କିମ୍ବା ଧ୍ୱସ୍ତ ହୋଇ ଯାଇଥିବା ଗୃହ ଗୁଡିକର ପୁନଃ ମରାମତି ନଚେତ ନିର୍ମାଣ, ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ରାସ୍ତା, ନାଳ, ଘାଟ ଆଦିର ପୁନଃ ନିର୍ମାଣ, ଧୋବିଜୋର ନାଳର କାର୍ଯ୍ୟ ତୁରନ୍ତ ଶେଷ କରିବା ସହିତ ଏହାର ନିର୍ମାଣରେ ହୋଇଥିବା ଦୁର୍ନିତୀର ତଦନ୍ତ, କୃଷକ ମାନଙ୍କୁ ୨୦ ହଜାର ପ୍ରତି ଏକର କ୍ଷତିପୂରଣ ରାଶି ପ୍ରଦାନ, ଧାନ କିଣିବାର ସମୟ ଆଗାମୀ ୩୦ ତାରିଖରୁ ବୃଦ୍ଧି, ଖରିଫ ଋଣ ଛାଡ ସହିତ ୫ ହଜାର ମେଟ୍ରିକ ଟନ ଅତିରିକ୍ତ ୟୁରିଆ ସାର ଚାଷୀଙ୍କୁ ଯୋଗାଣ ଏବଂ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଘଣ୍ଟେଶ୍ୱରୀ ମନ୍ଦିରର ମରାମତି କରିବା ପାଇଁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ କଂଗ୍ରେସ ନେତା ତଥା ୬ଟି ଜିଲାର ପର୍ଯ୍ୟବେକ୍ଷକ ପୂର୍ବତନ ସାଂସଦ ଶରତ ପଟ୍ଟନାୟକ, ଜିଲା କଂଗ୍ରେସ କମିଟୀ ସଭାପତି ଅଶ୍ୱିନୀ ଗୁରୁ, ଜିଲା ମହିଳା କଂଗ୍ରେସ ନେତ୍ରୀ ସୁତାପା ମିତ୍ର, ସମ୍ବଲପୁର ଲୋକସଭା କ୍ଷେତ୍ର ଯୁବ କଂଗ୍ରେସ ସଭାପତି ଆଶୁତୋଷ ସ୍ୱାଇଁ, ଦୁଲାଲ ପ୍ରଧାନ, ତ୍ରିଲୋଚନ ପୁରୋହିତ, ବିଜୟଲକ୍ଷ୍ମୀ ବେହେରା, ସୁରମା ସାହୁ, ଦୀନବନ୍ଧୁ ପରିଡା, ପ୍ଲାବନ ବହିଦାର, ମହମ୍ମଦ ହାସିମ, ପିଙ୍କୁ ସିଂ, ଧର୍ମରାଜ ସିଂହ, ରେଣୁ କରିମ, ସୁମିତ ଷଡଙ୍ଗୀ, ଜିତୁ ପ୍ରଧାନ, ସଞ୍ଜିବ ଗର୍ଡିଆ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories