www.samajalive.in
Monday, December 8, 2025
27.1 C
Bhubaneswar

ସାମନ୍ତା ହାର୍ଭେଙ୍କୁ ବୁକର ପୁରସ୍କାର

ଲଣ୍ଡନ : ବ୍ରିଟେନ୍‌ର ଲେଖିକା ସାମନ୍ତା ହାର୍ଭେ ଚଳିତ ବର୍ଷ ପାଇଁ ସମ୍ମାନଜନକ ବୁକର ପୁରସ୍କାର ବିଜୟୀ ହୋଇଛନ୍ତି। ହାର୍ଭେ ତାଙ୍କର ଉପନ୍ୟାସ ‘ଅର୍ବିଟାଲ’ ପାଇଁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ବିଭିନ୍ନ ଦେଶର ୬ଜଣ ମହାକାଶଚାରୀ ୨୪ ଘଣ୍ଟା ବିତାଇବା ଘଟଣାକୁ ନେଇ ହାର୍ଭେ ‘ଅର୍ବିଟାଲ’ ଉପନ୍ୟାସ ଲେଖିଛନ୍ତି। ଚଳିତବର୍ଷ ବୁକର ପୁରସ୍କାର ଲାଗି ୫ଜଣ ମହିଳାଙ୍କ ନାମ ପ୍ରସ୍ତାବ ଆସିଥିବାବେଳେ ହାର୍ଭେ ଏମାନଙ୍କ ମଧ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି। ଏହି ପୁରସ୍କାର ବାବଦକୁ ୫୦ହଜାର ପାଉଣ୍ଡ (୬୪ହଜାର ଡଲାର) ଅର୍ଥରାଶି ପ୍ରଦାନ କରାଯାଇଥାଏ। ଉପନ୍ୟାସ ବା କାଳ୍ପନିକ ଗଳ୍ପ ଲେଖା ପାଇଁ ବୁକର ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଲାଗି ଯେକୌଣସି ଦେଶର ନାଗରିକ ଆବେଦନ କରିପାରିବେ। ତେବେ ଲେଖକଙ୍କ ସମ୍ପୃକ୍ତ ଗଳ୍ପ ଓ ଉପନ୍ୟାସ ଇଂରାଜୀରେ ଲେଖାଯିବା ସହିତ ଏହା ବ୍ରିଟେନ୍ କିମ୍ବା ଆୟରଲ୍ୟାଣ୍ଡରେ ପ୍ରକାଶ ପାଇଥିବା ଆବଶ୍ୟକ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories